ଭାରତୀୟ ସ୍ପ୍ରିଂଟର ଦୂତି ଚାନ୍ଦ୍ ଟୋକିଓ ଅଲଂପିକ୍ସରେ ଭାଗ ନେବେ
ଭୁବନେଶ୍ୱର
ଜୁନ ୩୦
ଭାରତୀୟ ସ୍ପ୍ରିଂଟର ଦୂତି ଚାନ୍ଦ୍ ଉଭୟ ୧୦୦ ମିଟର ଓ ୨୦୦ ମିଟର ଦୌଡରେ ଟୋକିଓ ଅଲଂପିକ୍ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ୧୦୦ ମିଟର ଓ ୨୦୦ ମିଟର ବିଶ୍ୱ ର୍ୟାଙ୍କିଂ କୋଟାରେ ତାଙ୍କୁ ଏହି ସୁଯୋଗ ମିଳିଛି । ସେ ବିଶ୍ୱ ସ୍ତରରେ ୧୦୦ ମିଟରରେ ୪୪ତମ ଓ ୨୦୦ ମିଟରରେ ୫୧ତମ ସ୍ଥାନରେ ରହିଛନ୍ତି । ତେଣୁ, ଆସନ୍ତା ମାସରେ ହେବାକୁ ଥିବା ଟୋକିଓ ଅଲଂପିକ୍ସରେ ଭାଗ ନେବାକୁ ବିଶ୍ୱ ର୍ୟାଙ୍କିଂ କୋଟାରେ ତାଙ୍କୁ ସୁଯୋଗ ଦିଆଯାଇଥିବା ଜଣାପଡିଛି । ଦୂତି ନିକଟରେ ୬୦ତମ ଆନ୍ତଃରାଜ୍ୟ ସିନିୟର ଜାତୀୟ ଆଥେଲିଟିକ୍ସ ଚଂପିଅନସିପ୍ ମହିଳା ବିଭାଗ ୧୦୦ ମିଟର ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ସିଧାସଳଖ ଟୋକିଓ ଅଲଂପିକ୍ସ ଯୋଗ୍ୟତା ଅର୍ଜନରୁ ବିଫଳ ହୋଇଥିଲେ । ତେବେ, ତାଙ୍କ ପାଇଁ ଅନ୍ୟ ଏକ ସୁଯୋଗ ରହିଛି ବୋଲି କହିଥିଲେ । ଦୂତି ଗତ ସପ୍ତାହରେ ପାଟିଆଲାରେ ଅନୁଷ୍ଠିତ ଇଂଡ଼ିଆନ ଗ୍ରାଂଡ୍ ପି୍ରକ୍ସ୍ (ଆଇଜିପି)ରେ ୧୧.୧୭ ସେକେଂଡରେ ୧୦୦ ମିଟର ଦୌଡ ଶେଷ କରି ଏକ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ ମଧ୍ୟ ମାତ୍ର ୦.୦୨ ସେକେଣ୍ଡ୍ ବିଳମ୍ବ ପାଇଁ ସିଧାସଲଖ ଟୋକିଓ ଅଲଂପିକ୍ସ ଯିବା ସୁଯୋଗ ହରାଇ ଥିଲେ । ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓଡ଼ିଶାର ଏହି କ୍ରୀଡ଼ାବିତଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଦିଆଯିବାକୁ ମଂଗଳବାର ଦିନ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS