ସ୍ମୃତି, ଅଶ୍ୱିନୀ, ଜ୍ୟୋତିରାଦିତ୍ୟ ଓ ଭୂପିନ୍ଦର ଯାଦବଙ୍କୁ ମିଳିଲା ନୂଆ ଦାୟିତ୍ୱ


ପ୍ରସାଦ ରାଓ
ଜୁଲାଇ ୧୩
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଥିବା ଶ୍ରୀମତୀ ସ୍ମୃତି ଇରାନୀ, ଭୂପିନ୍ଦର ଯାଦବ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସର୍ବାନନ୍ଦ ସୋନେୱାଲଙ୍କୁ ବିଭିନ୍ନ କ୍ୟାବିନେଟ୍ କମିଟିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟିରେ ଶ୍ରୀମତୀ ଇରାନୀ, ଭୂପିନ୍ଦର ଯାଦବ ଓ ସର୍ବାନନ୍ଦ ସୋନେୱାଲ ସ୍ଥାନ ପାଇଥିବା ବେଳେ ପୁଂଜୀ ବିନିଯୋଗ ଓ ଅଭିବୃଦ୍ଧି ସଂପର୍କିତ କ୍ୟାବିନେଟ କମିଟିରେ ନାରାୟଣ ରାଣେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅଶ୍ୱିନୀ ବୈଷ୍ଣବ ସ୍ଥାନ ପାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ବିରେନ୍ଦ୍ର କୁମାର, କିରଣ ରିଜ୍ଜୁ ଓ ଅନୁରାଗ ସିଂହ ଠାକୁର ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟିର ସଦସ୍ୟ ହୋଇଥିବା ସରକାରୀ ବିଜ୍ଞପ୍ତିରୁ ସୂଚନା ମିଳିଛି । ପ୍ରତିରକ୍ଷା ଓ କ୍ୟାବିନେଟର ନିଯୁକ୍ତି କମିଟିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କ୍ୟାବିନେଟର ନିଯୁକ୍ତି କମିଟି ସରକାରଙ୍କ ଯୁଗ୍ମ ସଚିବ ଏବଂ ତଦୁଦ୍ଧ୍ୱର୍ ସମସ୍ତ ନିଯୁକ୍ତି ସଂପର୍କରେ ନିଷ୍ପତ୍ତି ନେଇଥାଏ । ତେବେ, ସାଧାରଣ କର୍ମନିଯୁକ୍ତି ଓ କୌଶଳ ବିକାଶ କ୍ୟାବିନେଟ କମିଟିର ପୁନର୍ଗଠନ ହୋଇଛି । ଏହି କମିଟିରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭୂପିନ୍ଦର ଯାଦବ, ଆରସିପି ସିଂହ ଓ ଜି.କିଷନ ରେଡ୍ଡୀଙ୍କୁ ସଭ୍ୟ ଭାବେ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ତାଙ୍କ ମନ୍ତ୍ରୀ ପରିଷଦରେ ଅଦଳ ବଦଳ କରି ନୂଆ ମୁହଁଙ୍କୁ ନେବା ପରେ କ୍ୟାବିନେଟ କମିଟିଗୁଡିକର ପୁନର୍ଗଠନରେ ତାହା ପ୍ରତିଫଳିତ ହୋଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS