ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା
ନୂଆଦିଲ୍ଲୀ
ଅଗଷ୍ଟ ୦୩
୧୯୮୪ ବ୍ୟାଚ୍ ଆଇପିଏସ୍ ଅଫିସର ରାକେଶ ଆସ୍ଥାନାଙ୍କୁ ଅବସର ଗ୍ରହଣର ମାତ୍ର ତିନି ଦିନ ପୂର୍ବରୁ ଦିଲ୍ଲୀ ପୁଲିସ କମିସନର୍ ଭାବେ ନିଯୁକ୍ତି ଦିଆଯାଇ ସୁପ୍ରିମ କୋର୍ଟ ରୁଲିଂର ଅବମାନନା କରାଯାଇଛି ବୋଲି ଦର୍ଶାଇ ଓକିଲ ଏମ.ଏଲ.ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ସୁପ୍ରିମ କୋର୍ଟରେ ଏକ ଅଦାଲତ ଅବମାନନା ମାମଲା କରିଛନ୍ତି । ଏହି ମାମଲାର ଜରୁରୀ ଶୁଣାଣୀ ପାଇଁ ସେ ଆବେଦନ କରିଥିବା ବେଳେ ତାଙ୍କ ମାମଲା ଅଦାଲତରେ ରେଜିଷ୍ଟିଭୁକ୍ତ ହୋଇ ନମ୍ବରିଂ ହେବା ପରେ ହିଁ ତାହା ଶୁଣାଣୀ ତାଲିକାଭୁକ୍ତ ହେବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ତାଙ୍କୁ ଜଣାଇ ଦେଇଛନ୍ତି । ଓକିଲ ଶର୍ମା ଆଜି ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କୁ ଜଣାଇ ଥିଲେ ଯେ, ଆସ୍ଥାନାଙ୍କ ନିଯୁକ୍ତିକୁ ନେଇ ସେ ଏହି ସର୍ବେଚ୍ଛ ନ୍ୟାୟାଳୟରେ କୋର୍ଟରେ ଏକ ଅଦାଲତ ଅବମାନନା ମାମଲା କରିଛନ୍ତି । ‘ମାମଲା ଯଦି ତାଲିକାଭୁକ୍ତ ହେଇ ନମ୍ବରିଂ ହୋଇଛି ଆମେ ତାହାର ଶୁଣାଣୀ ପାଇଁ ସମୟ ଧାର୍ଯ୍ୟ କରିବୁ’ ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣାଙ୍କ ଖଣ୍ଡପୀଠ ତାଙ୍କୁ ଜଣାଇଛନ୍ତି । ସୁପ୍ରିମ କୋର୍ଟଙ୍କ ରୁଲିଂ ଅନୁଯାୟୀ, ପୁଲିସ ମହାନିର୍ଦେଶକ ପାହ୍ୟାରେ ନିଯୁକ୍ତି ପାଇଁ ଜଣେ ପୁଲିସ ଅଧକାରୀଙ୍କ କାର୍ଯ୍ୟକାଳ ଅନ୍ୟୁନ ତିନି ମାସରୁ ଅଧିକ ଥିବା ଆବଶ୍ୟକ । ଆଇପିଏସ୍ ରାକେଶ ଆସ୍ଥାନା ଜୁଲାଇ ୩୧ରେ ଅବସର ଗ୍ରହଣ କରିଥିବା ବେଳେ ଜୁଲାଇ ୨୭ରେ ତାଙ୍କୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଗୋଟିଏ ବର୍ଷ ପାଇଁ ଦିଲ୍ଲୀ ପୁଲିସ କମିସନର୍ ଭାବେ ନିଯୁକ୍ତି ଦେଇଛନ୍ତି । କ୍ୟାବିନେଟ୍ ଦ୍ୱାରା ଗଠିତ ଚୟନ କମିଟିର ଅଧ୍ୟକ୍ଷ ନିଜେ ପ୍ରଧାନମନ୍ତ୍ରୀ ଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ମିଳିତ ଭାବେ ଆସ୍ଥାନାଙ୍କୁ ଏହି ନିଯୁକ୍ତି ଦିଆଯାଇଛି ବୋଲି ଓକିଲ ଶର୍ମା ଅଭିଯୋଗ କରିବା ସହ ପ୍ରକାଶ ସିଂହ ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟର ଉଲଂଘନ ହୋଇଥିବା ଦର୍ଶାଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS