ମୁମ୍ବାଇ ହାଇକୋର୍ଟରେ ଜାମିନ ଆବେଦନ ଖାରଜ ପରେ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଲା
ପ୍ରସାଦ ରାଓ
ମୁମ୍ବାଇ
ଅଗଷ୍ଟ ୦୭
ଅଶ୍ଲୀଳ ଭିଡ଼ିଓ ପ୍ରସ୍ତୁତ କରି ଆପ୍ ମାଧ୍ୟମରେ ତାହାର ବ୍ୟବସାୟ କରିବା ଅଭିଯୋଗରେ ଅଭିଯୁକ୍ତ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଆଜି ମୁମ୍ବାଇ ହାଇକୋର୍ଟରେ ଖାରଜ ହୋଇଯାଇଛି । ରାଜ କୁନ୍ଦ୍ରା ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ପ୍ରଯୋଜିକା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଓ ଜଣେ ବ୍ୟବସାୟୀ । ପୁଲିସ ତାଙ୍କ ଅଫିସ ଓ ଘରେ ଚଢାଉ କରି ବହୁ ଆପତ୍ତିଜନକ ଭିଡ଼ିଓ, କଂପ୍ୟୁଟର ପ୍ରଭୃତି ଜବତ କରିବା ପରେ ଜୁଲାଇ ୧୯ ତାରିଖ ଦିନ ତାଙ୍କୁ ଗିରଫ କରିଥିଲେ । ଜୁଲାଇ ୨୦ ତାରିଖ ଦିନ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା । ସଂପୃକ୍ତ ମାଜିଷ୍ଟ୍ରେଟ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ କାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ସିଆରପିସି (କୋଡ଼ ଅଫ୍ କ୍ରିମିନାଲ ପ୍ରୋସିଡିଓର)ରେ ଥିବା ବ୍ୟବସ୍ଥା ଅନୁଯାୟୀ ଜୁଲାଇ ୨୦ ତାରିଖ ଦିନ ତାଙ୍କୁ ରିମାଣ୍ଡ୍ ଦିଆଯିବା ଏବଂ ବିଚାର ବିଭାଗ ହାଜତକୁ ପଠାଇ ଦିଆଯିବା ପୂର୍ବରୁ ସଂପୃକ୍ତ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ଆଗୁଆ ଅବଗତ କରାଯାଇ ନଥିଲା ବା ତାଙ୍କ ବିରୋଧରେ ସମନ ଜାରି ହୋଇ ନଥିଲା । ତେଣୁ, ତାଙ୍କୁ ତୁରନ୍ତ ଜାମିନରେ ଖଲାସ କରାଯିବାକୁ କୁନ୍ଦ୍ରା ମୁମ୍ବାଇ ହାଇକୋର୍ଟରେ ଆବେଦନ କରିଥିଲେ । ମୁମ୍ବାଇ ହାଇକୋର୍ଟ ବିଚାରପତି ଏ.ଏସ.ଗଡକରୀ ଆଜି କୁନ୍ଦ୍ରାଙ୍କ ଜାମିନ ଆବେଦନର ଶୁଣାଣୀ କରି ଜୁଲାଇ ୨୦ ତାରିଖରେ ତାଙ୍କୁ ରିମାଣ୍ଡ ଦେଇ ସଂପୃକ୍ତ ମାଜିଷ୍ଟ୍ରେଟ୍ କିଛି ଭୁଲ କରି ନାହାନ୍ତି ବୋଲି କହିଛନ୍ତି । କୁନ୍ଦ୍ରାଙ୍କ ରିମାଣ୍ଡ ଆଦେଶ ଓ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବା ଆଇନର ପରିଧୀ ଭିତରେ ହୋଇଛି ଏବଂ ଏଥିରେ କୌଣସି ହସ୍ତକ୍ଷେପର ଆବଶ୍ୟକତା ନଥିଲା ବୋଲି ସେ କହିଛନ୍ତି । ପୂର୍ବରୁ ପୁଲିସ ଅଭିଯୋଗ କରିଥିଲେ, ଗିରଫ କରାଯିବା ପୂର୍ବରୁ କୁନ୍ଦ୍ରାଙ୍କୁ ନୋଟିସ ଜାରି ହୋଇଥିଲା ମଧ୍ୟ ସେ ତାହାକୁ ଗ୍ରହଣ କରିବାକୁ ମନା କରି ଥିଲେ । ଏଥିରୁ ସେ ତଦନ୍ତରେ ସହଯୋଗ କରୁ ନଥିବା ସ୍ପଷ୍ଟ ହେଉଛି । ଅଶ୍ଲୀଳ କ୍ଷୁଦ୍ର ଫିଲ୍ମ ଓ ଭିଡ଼ିଓ ପ୍ରସ୍ତୁତ ଓ ପ୍ରସାରଣରେ ସଂପୃକ୍ତ ଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜୁଳାଇ ୧୯ ତାରିଖ ଦିନ ରାଜ କୁନ୍ଦ୍ରା ଓ ତାଙ୍କ କର୍ମଚାରୀ ରିଅନ ଥୋର୍ପେଙ୍କୁ ଗିରଫ କରିଥିଲେ । ତେବେ, କୁନ୍ଦ୍ରାଙ୍କ ଯୁକ୍ତି ଥିଲା, ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସର୍ଟ ଫିଲ୍ମ ଓ ଭିଡ଼ିଓରେ ଯାହା ପ୍ରଦର୍ଶୀତ ହୋଇଥିବା କୁହାଯାଉଛି, ସେଥିରେ କିଛି ଅଶ୍ଳୀଳତା ନାହିଁ । ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେଉଥିବା ସିରିଅଲ୍ ଓ ସିନେମାନେ ମଧ୍ୟ ଏହି ଧରଣର ଅଶଡ଼ ଦୃଶ୍ୟ ରହୁଛି । ପୁଲିସ ପକ୍ଷରୁ ଅଭିଯୋଗ ହୋଇଛି, ଅଶଡ଼ ଦୃଶ୍ୟ ସମ୍ବଳିତ କ୍ଷୁଦ୍ର ଫିଲ୍ମ ଓ ଭିଡ଼ିଓ ପ୍ରସାରଣ ଅଭିଯୋଗର ତଦନ୍ତ ସମୟରେ କୁନ୍ଦ୍ରା ଓ ଥୋର୍ପେ ତାଙ୍କ ମଧ୍ୟରେ ‘ହ୍ୱାଟସଆପ୍’ରେ ହୋଇଥିବା ବାର୍ତ୍ତା ବିନିମୟକୁ ଡ଼ିଲିଟ୍ କରି ଦେଇଥିବା ଦେଖିବାକୁ ମିଳି ଥିଲା । ତେବେ, କୁନ୍ଦ୍ରାଙ୍କ ଯେଉଁ ମୋବାଇଲ୍ ଫୋନ ଜବତ ହୋଇଛି ତାହାର ଯାଂଚ ବେଳେ ସେଥିରେ ଥିବା ଏକ ହ୍ୱାଟସଆପ୍ ଗୃପ୍ ମାଧ୍ୟମରେ ଅନ୍ୟ ଅଭିଯୁକ୍ତଙ୍କ ସହ ହୋଇଥିବା ବାର୍ତ୍ତା ବିନିମୟ ଏବଂ କୁନ୍ଦ୍ରାଙ୍କ ମୋବାଇଲ ଆପ୍ ‘ହଟସଟସ୍’ର ବ୍ୟବସାୟ ବୃଦ୍ଧି ପାଇଁ କୌଶଳ ଓ ମାର୍କେଟିଂ ପ୍ରୋଜେକ୍ସନ୍ ଥିବା ଏକ ପାୱାର ପଏଂଟ୍ ପ୍ରୋଜେଂଟେସନ୍ ପୁଲିସର ହସ୍ତଗତ ହୋଇଛି । ଏହି ଆପ୍ ମାଧ୍ୟମରେ କୁନ୍ଦ୍ରା ତାଙ୍କ ଅଶଡ଼ ଭିଡ଼ିଓ ବ୍ୟବସାୟ ଚଳାଇ ଥିଲେ ବୋଲି ପୁଲିସ କହିଛନ୍ତି । କୁନ୍ଦ୍ରା ଜାମିନ ପାଇଁ ଏକାଧିକ ବାର ଆବେଦନ କରିଥିଲେ ମଧ୍ୟ ଅଦାଲତରେ ତାଙ୍କ ଆବେଦନ ସବୁ ଖରଜ ହୋଇ ଆସୁଛି । ସେ ଓ ତାଙ୍କ ସହଯୋଗୀ ଥୋର୍ପେ ଏବେ ଜେଲରେ ଅଛନ୍ତି । ମୁମ୍ବାଇ ହାଇକୋର୍ଟ ଆଜି ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ କୁନ୍ଦ୍ରାଙ୍କ ଅଡୁଆ ବଢିଛି । ପତ୍ନୀ ଅଭିନେତ୍ରୀ ତଥା ପ୍ରଯୋଜିକା ଶିଳ୍ପା ସେଟ୍ଟୀ ସ୍ୱାମୀ ନିର୍ଦୋଶ ବୋଲି ଦାବି କରିବା ସହ ଅଶଡ଼ତାର ସଂଜ୍ଞା ନିରୁପଣ କରିବାକୁ ଯାଇ କିଛି ଦିନ ହେଲା ସାମାଜିକ ଗଣମାଧ୍ୟମରେ ସମାଲୋଚନାର ଶରବ୍ୟ ହେଉଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS