ମହିଳା ହକିରେ ଭାରତର ପରାଜୟ ନେଇ ଅଧିନାୟିକା ରାନୀ ରାମପାଲ ଦୁଃଖି
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୦୬
ଟୋକିଓ ଅଲମ୍ପିକ୍ସ ମହିଳା ହକିରେ ବ୍ରୋଂଜ୍ ପଦକ ପାଇଁ ଗେଟ୍ ବ୍ରିଟେନ ସହ ଲଢୁଆ ଖେଳ ଖେଳି ୪-୩ ଗୋଲରେ ହାରି ଥିବା ଭାରତୀୟ ମହିଳା ହକି ଦଳ କଠିନ ପରିଶ୍ରମ ସତ୍ତ୍ୱେ ପଦକ ବିଜେତା ହେବାରୁ ବଂଚିତ ହୋଇ ଥିବାରୁ ଅଧିନାୟିକା ରାଣୀ ରାମପାଳ ଦୁଃଖି ଥିବା ଟ୍ୱିଟ୍ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ରାନୀ କହିଛନ୍ତି, ଏହି ପରାଜୟ ହୃଦୟ ଭାଂଗି ଦେଲା ଭଳି । ‘ଆମେ ପଦକ ଜିତିବାର ଅତି ନିକଟରେ ଥିଲୁ, ବିଜେତା ହେବାକୁ ସମସ୍ତ ଶକ୍ତି ଲଗାଇ ଥିଲୁ, କିନ୍ତୁ ହାରି ଗଲୁ – ଯାହାକି ଦୁଃଖର ବିଷୟ’ ବୋଲି ରାଣୀ ତାଙ୍କ ଟ୍ୱିଟ୍ ରେ କହିଛନ୍ତି । ତେବେ, ତାଙ୍କ ଦଳ ପୁଣି ଥରେ ଶକ୍ତିଶାଳୀ ହୋଇ ଫେରିବ ଓ ଦେଶବାସୀଙ୍କ ହୃଦୟକୁ ଜିତିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଏହି ଅଲମ୍ପକ୍ସ୍ ଯାତ୍ରା ସମୟରେ ସମସ୍ତେ ଦଳକୁ ଦୃଢ ସମର୍ଥନ ଦେଇ ଥିବାରୁ ଏବଂ ଦଳର ବିଜୟ ପାଇଁ ପ୍ରାର୍ଥନା କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ପୁଳ୍ ଷ୍ଟେଜ୍ ରେ ପ୍ରଥମ ତିନିଟି ମ୍ୟାଚ୍ ନେଦରଲାଣ୍ଡ, ଗ୍ରେଟ୍ ବ୍ରିଟେନ ଓ ଜର୍ମାନୀ ବିପକ୍ଷରେ ଖେଳି ହାରିବା ପରେ ନିରାଶ ଥିଲା । ତେବେ, ଆୟାରଲ୍ୟାଣ୍ଡ୍ ଓ ଦକ୍ଷିଣ ଆଫ୍ରିକା ଦଳକୁ ପରାଜିତ କରି କ୍ୱାଟର ଫାଇନାଲ ଖେଳିବାକୁ ଉନ୍ନିତ ହୋଇଥିଲା । ଦଳ କ୍ୱାଟର ଫାଇନାଲରେ ୧-୦ରେ ଅଷ୍ଟ୍ରେଲିଆକୁ ପରାଜିତ କରି ପ୍ରଥମ ଥର ପାଇଁ ଅଲମ୍ପିକ୍ସର ସେମି ଫାଇନାଲରେ ପହଂଚିବାରେ ସକ୍ଷମ ହୋଇଥିଲା । ଆଜି ଟୋକିଓର ଓହି ହକି ଷ୍ଟାଡ଼ିୟମରେ ଅନୁଷ୍ଠିତ ସେମି ଫାଇନାଲରେ ଭାରତୀୟ ଦଳ ୩-୪ ଗୋଲରେ ଗ୍ରେଟ୍ ବ୍ରିଟେନ ନିକଟରୁ ପରାଜିତ ହୋଇ ବ୍ରୋଂଜ୍ ପଦକ ବିଜେତା ହେବାର ସୁଯୋଗ ହରାଇଛନ୍ତି । ତଥାପି ଭାରତୀୟ ମହିଳାହକି ଦଳର ପ୍ରଦର୍ଶନ ବେଶ୍ ଆକ୍ରମଣାତ୍ମକ ଓ ସନ୍ତୋଷଜନକ ଥିଲା ବୋଲି ହକି ବିଶେଷଜ୍ଞମାନେ କହୁଛନ୍ତି । ପୂର୍ବରୁ ୧୯୮୦ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ପଦର୍ଶନ ବେଶ ଉନ୍ନତ ମାନର ଥିଲା ଏବଂ ସେଥିରେ ଭାଗ ନେଇଥିବା ଛଅଟି ଦଳ ମଧ୍ୟରେ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହିଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS