ହକି ପାଇଁ ଓଡ଼ିଶାକୁ ଶ୍ରେୟ ମିଳିଛି, ପରସ୍କାର ନାଁ ବଦଳାଇ କେନ୍ଦ୍ର ଶ୍ରେୟ ନେଉଛି !
‘ରାଜୀବ ଗାନ୍ଧୀ ଖେଲରତ୍ନ ପୁରସ୍କାର’ର ନାମକରଣ ହେଲା ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୦୬
୨୦୨୧ ଟୋକିଓ ଅଲମ୍ପିକ୍ସରେ ଗତକାଲି ଅନୁଷ୍ଠିତ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ପରାକ୍ରମୀ ଜର୍ମାନୀ ଦଳକୁ ପରାଜିତ କରି ବ୍ରୋଂଜ୍ ପଦକ ବିଜେତା ହୋର ସମସ୍ତ ଶ୍ରେୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ସରକାରଙ୍କୁ ମିଳୁ ଥିବା ବେଳେ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ କିଛି ପ୍ରଶଂସା ସାଉଁଟିବା ଉଦେ୍ଦଶ୍ୟରେ ଦେଶରେ ୧୯୯୧-୯୨ରୁ ପ୍ରଚଳିତ ସମ୍ମାନଜନକ ‘ରାଜୀବ ଗାନ୍ଧୀ ଖେଲରତ୍ନ ପୁରୁସ୍କାର’ର ନାଁ ବଦଳାଇ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ ନାମରେ ନୂତନ ନାମକରଣ କରିଛନ୍ତି । କ୍ରୀଡ଼ା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିବା ପରେ ତାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
ମେଜର ଧ୍ୟାନଚାନ୍ଦ ହେଉଛନ୍ତି ଦେଶର ଜଣେ କିମ୍ବଦନ୍ତୀ ହକି ପୁରୁଷ । ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱ ହକି ଦରବାରରେ ନିଜ ଦବ୍ଦବା ରଖି ଆସିଥିଲା । ୧୯୨୮, ୧୯୩୨ ଓ ୧୯୩୬ରେ ଅନୁଷ୍ଟିତ ଅଲମ୍ପିକ୍ସରେ ମେଜର ଧ୍ୟାନଚାନ୍ଦ ଭାରତୀୟ ହକିରେ ପ୍ରମୁଖ ଭୂମିକାରେ ରହି ଦେଶକୁ ସ୍ୱର୍ଣ୍ଣ ପଦକମାନ ଦେଇ ଥିଲେ । ଏହି କିମ୍ବଦନ୍ତୀ ଭାରତୀୟ ହକି ପୁରୁଷଙ୍କୁ ଆଜି ମଧ୍ୟ ଦେଶବାସୀ ମନେ ରଖିଛନ୍ତି ଏବଂ ତାଙ୍କ ଅବଦାନକୁ ସମ୍ମାନ ଦେଇ ଆସୁଛନ୍ତି । ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ପରଦର୍ଶୀତା ଅର୍ଜନ କରି ଥିବା ଭାରତୀୟ ଖେଳାଳୀଙ୍କ ସର୍ବଶେଷ୍ଠ ସମ୍ମାନ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ପ୍ରଚଳିତ ‘ରାଜୀବ ଗାନ୍ଧୀ ଖେଲରତ୍ନ ପୁରସ୍କାର’ର ଦିଆଯାଉଛି । ଦୀର୍ଘ ୩୧ ବର୍ଷ ହେଲା ଦେଶର ଅନେକ ସଫଳ କ୍ରୀଡ଼ାବିତ୍ ଏହି ପୁରସ୍କାର ଦ୍ୱାରା ସମ୍ମାନୀତ ହୋଇଛନ୍ତି । ତେବେ, ୨୦୨୧ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ବୋଂଜ୍ ବିଜୟ ଏହି ପୁରସ୍କାରର ନାଁ ହିଁ ବଦଳାଇ ଦେଇଛି । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଆଜି ବ୍ରୋଂଜ୍ ପଦକ ପାଇଁ ଗ୍ରେଟ୍ ବ୍ରିଟେନ ସହ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଥିଲେ ମଧ୍ୟ ଉଭୟ ଦଳ ଦେଶ ପାଇଁ ଗୌରବ ଆଣି ଥିବାରୁ କେନ୍ଦ୍ର ସରକାର ସମ୍ମାନଜନକ ‘ରାଜୀବ ଗାନ୍ଧୀ ଖେଲରତ୍ନ ପୁରସ୍କାର’ର ନାଁ ବଦଳାଇ ତାହାକୁ ‘ମେଜର ଧ୍ୟାନଚାନ୍ଦ ଖେଲରତ୍ନ ପୁରସ୍କାର’ ନାମରେ ନୂତନ ନାମକରଣ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣାରୁ ଜଣାପଡିଛି । ଏହି ପୁରସ୍କାରର ପ୍ରାଇଜ ମନି ୨୫ ଲକ୍ଷ ଟଙ୍କା ରହିଛି ।
ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି (ଉଭୟ ପୁରୁଷ ଓ ମହିଳା) ଦଳର ଉଲ୍ଲେଖନୀୟ ପ୍ରଦର୍ଶନ ସମଗ୍ର ଦେଶକୁ ଉଲ୍ଲସିତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣାକୁ ମେଜର ଧ୍ୟାନଚାନ୍ଦଙ୍କ ପୁତ୍ର ଅଶୋକ କୁମାର ସ୍ୱାଗତ କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସମୟୋଚିତ ବୋଲି କହିଛନ୍ତି । କ୍ରୀଡ଼ା ସଂପର୍କିତ ସମସ୍ତ ପୁରସ୍କାର କିମ୍ବଦନ୍ତୀ ଖେଳାଳୀଙ୍କ ନାମରେ ନାମିତ ହେବା ଉଚିତ ବୋଲି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ମନ୍ତବ୍ୟ ଦେବା ସହ ପ୍ରଧାନମନ୍ତ୍ରୀ ଏହା ଆରମ୍ଭ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ, ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ (ଉଭୟ ପୁରୁଷ ଓ ମହିଳା ଦଳ)ର ବିଜୟର ସମସ୍ତ ଶ୍ରେୟ ଓଡ଼ିଶା ମୁହାଁ ହୋଇଛି । ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ଓଡ଼ିଶା ୨୦୧୮ରୁ ଭାରତୀୟ ହକି ଦଳର ପ୍ରୟୋଜକ ରହି ଆର୍ଥିକ ସହାୟତାରୁ ଆରମ୍ଭ କରି ସମସ୍ତ ପ୍ରକାର ସହାୟତା ଯୋଗଉ ଥିବାରୁ ଉଭୟ ପୁରୁଷ ଓ ମହିଳା ହକି ଦଳ ଆଜି ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ବୋଲି ସଂସଦଠାରୁ ଆରମ୍ଭ କରି ସାଧାରଣ ନାଗାରିକ ପର୍ଯ୍ୟନ୍ତ ସମସ୍ତେ ସ୍ୱୀକାର କରୁଛନ୍ତି ।
ଉଲ୍ଲେଖନୀୟ ଯେ, ସମଗ୍ର ଦେଶ କ୍ରିକେଟ୍ ପଛରେ ମତୁଆଲା ହୋଇ ସମସ୍ତ ପ୍ରକାର ପ୍ରୋତ୍ସାହନ ଦେଉଥିବା ବେଳେ ହକି ଦେଶର ଜାତୀୟ କ୍ରଡ଼ା ହୋଇ ମଧ୍ୟ ଆଶାନୁରୂପ ପ୍ରୋତ୍ସାହନ ନପାଇ ନିରାଶାରେ ଥିଲା । ଏଭଳି ସମୟରେ ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ହକିକୁ ଆପଣାଇ ପାଂଚ ବର୍ଷ ପାଇଁ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରୟୋଜକ ଭାବେ ଚୁକ୍ତିବଦ୍ଧ ହୋଇଥିଲେ । ଏଥିସକାଶେ ସରକାରଙ୍କୁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରିବାକୁ ପଡିଛି । ଓଡ଼ିଶା ସରକାର ଭାରତୀୟ ହକିକୁ କେବଳ ଆର୍ଥିକ ସହାୟତା ଦେଇ ନାହାନ୍ତି, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ହକି ପ୍ରତିଯୋଗୀତାମାନ ଆୟୋଜନ ଓ ଖେଳାଳୀଙ୍କ ପ୍ରଶିକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ୨୦୧୮ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱ କପ୍ ଆୟୋଜନ ହୋଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ୨୦୧୪ରେ ଭୁବନେଶ୍ୱରେ ହକି ଚଂପିୟନସିପ୍ ଟ୍ରଫି ଏବଂ ୨୦୧୭ରେ ହକି ବିଶ୍ୱଲିଗ୍ ଫାଇନାଲ ଭୁବନେଶ୍ୱରରେ ହୋଇଥିଲା । ରାଜ୍ୟ ସରକାର ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ସକାଶେ ଯୋରଦାର ପ୍ରସ୍ତୁତି ଚଳାଇଛନ୍ତି ।
ଓଡ଼ିଶା ଏକମାତ୍ର ରାଜ୍ୟ ଭାରତୀୟ ହକିକୁ ସୁଦୃଢ କରିବା ସକାଶେ ସମସ୍ତ ପ୍ରୋତ୍ସହାନ ଦେଉ ଥିବାରୁ ଆଜି ବିଶ୍ୱ ଦରବାରରେ ଭାରତୀୟ ହକି ଦଳ ଉଲ୍ଲେଖନୀୟ ପ୍ରଦର୍ଶନ ଦେବାରେ ସଫଳ ହୋଇଛନ୍ତି । ତେଣୁ, ଏହାର
ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଖାତାକୁ ଯାଉଛି । ଟୋକିଓ ବିଜୟ ପାଇଁ ଭାରତୀୟ ସଂସଦରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଥିବା ବେଳେ ୨୦୨୧ ଟୋକିଓ ଅଲମ୍ପିକ୍ସ ବ୍ରୋଜ୍ ବିଜେତା ଦଳର ଅଧିନାୟକ ମନପ୍ରୀତ ସିଂହ ମଧ୍ୟ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ ଟୋକିଓରୁ ଫେରିବା ପରେ ଭାରତୀୟ ହକିର ପ୍ରୟୋଜକ ଥିବା ଓଡ଼ିଶା ସରକାର ଅଗଷ୍ଟ ୧୬ ତାରିଖ ଦିନ ସେମାନଙ୍କୁ ଭୁବନେଶ୍ୱରେ ସମ୍ବର୍ଦ୍ଧିତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS