ପ୍ରଥମ ଥର ପାଇଁ ଭାରତରେ ଫିଫାର ୧୭ ବର୍ଷରୁ କମ୍ ଫୁଟ୍ ବଲ୍ ବିଶ୍ୱକପ୍ ଶୁକ୍ରବାରରୁ ଆରମ୍ଭ
ଭୁବନେଶ୍ୱର, ୫ ଅକ୍ଟୋବର: ପ୍ରଥମ ଥର ପାଇଁ ଭାରତ ଅଣ୍ଡର-୧୭ ବା ୧୭ ବର୍ଷରୁ କମ୍ ବୟସର ଖେଳାଳୀଙ୍କ ଫିଫା ବିଶ୍ୱ କପ୍ ଦେଶରେ ଆୟୋଜନ କରି ଇତିହାସ ରଚିବାକୁ ଯାଉଛି । ୬ ତାରିଖ ଶୁକ୍ରବାରରୁ ଏହି ବିଶ୍ୱ କପ୍ ଦେଶର ଛଅଟି ସହରରେ ଓ ଛଅଟି ଗୃପ୍ରେ ଆରମ୍ଭ ହେଉଛି । ଭାରତ ସମେତ ୨୪ଟି ଦଳ ୧୭ ବର୍ଷରୁ କମ୍ ବୟସ ପାଇଁ ଉଦ୍ଦିଷ୍ଟ ଏହି ବିଶ୍ୱ କପ୍ ଫୁଟ୍ ବଲ୍ରେ ଭାଗ ନେବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରେ ମୋଟ ୫୨ଟି ମ୍ୟାଚ୍ ଖେଳା ଯିବ । ରାଉଣ୍ଡ ରବିନ ପଦ୍ଧତିରେ ଏହି ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଫିଫା ତାହାର ୧୭ ତମ ୟୁ-୧୭ ବିଶ୍ୱ କପ୍ ପୁଟ୍ ବଲ୍ ଟୁର୍ଣ୍ଣାମେଂଟ ଭାରତକୁ ଆୟୋଜନ କରିବାକୁ ସୁଯୋଗ ଦେଇଛି । ଦେଶର ବିଭିନ୍ନ ଷ୍ଟାଡ଼ିୟମ୍ରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଥିବାରୁ ଫୁଟ୍ ବଲ୍ ପ୍ରେମୀ ଦର୍ଶକଙ୍କ ମଧ୍ୟରେ ବି ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ଏହି ବିଶ୍ୱ କପ୍ ଫୁଟ୍ବଲ୍ ୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନକୁ ସର୍ବାଧିକ ଚାରିଟି ମ୍ୟାଚ୍ ହେବ । ଭାରତୀୟ ସମୟ ଅନୁସାରେ ପ୍ରତିଯୋଗୀତାଗୁଡ଼ିକର ସମୟ ଧାର୍ଯ୍ୟ ହୋଇଛି । ଫିଫାର ୟୁ-୧୬ ପୁଟବଲ୍ ବିଶ୍ୱ ଚାଂପିଅନସିପ୍ ଭଳି ୟୁ-୧୭ ବିଶ୍ୱ କପ୍ ୧୯୮୫ରୁ ଆରମ୍ଭ ହୋଇଥିଲା । ଟୁର୍ଣ୍ଣାମେଂଟର ପୂର୍ବ ସଂସ୍କରଣ ୨୦୧୫ରେ ଚିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ନାଇଜେରିଆ ଚାଂପିଅନ୍ ଟ୍ରଫି ହାସଲ କରିଥିଲା । ତେବେ, ଚଳିତ ୧୭ ତମ ପିଫା ୟୁ-୧୭ରେ ଡ଼ିଫେଣ୍ଡିଂ ଚାଂପାଅନ ନାଇଜେରିଆ ଭାଗ ନେଉ ନାହିଁ । କାରଣ, ୨୦୧୭ ଟୁର୍ଣ୍ଣମେଂଟ ଖେଳିବା ପାଇଁ ନାଇଜେରିଆ ଦଳ ଯୋଗ୍ୟ ବିବେଚିତ ହୋଇ ନ ଥିବା ଜଣାପଡିଛି । ଦେଶର ଛଅଟି ସହରରେ, ଛଅଟି ଗୃପ୍ରେ ହେବାକୁ ଯାଉଥିବା ଏହି ୟୁ-୧୭ ବିଶ୍ୱ କପ୍ରେ ପ୍ରତି ଗୃପ୍ରେ ୪ଟି ଦଳ ରହିଛନ୍ତି । ସେମାନଙ୍କ ମଧ୍ୟରେ ବିଭିନ୍ନ ରାଉଣ୍ଡରେ ଖେଳ ହେବ । ରାଉଣ୍ଡ୍ରବିନ ପଦ୍ଧତିରେ ପ୍ରଥମ ରାଉଣ୍ଡ୍ ଖେଳ ହୋଇ ପ୍ରତ୍ୟେକ ଗୃପ୍ରୁ ପଏଂଟ୍ ଭିତ୍ତିରେ ଦୁଇଟି ଲେଖାଏଁ ଶ୍ରେଷ୍ଠ ଦଳକୁ ବଛା ଯିବ, ଯେଉମାନେ କି ପରବର୍ତୀ ପର୍ଯ୍ୟାୟକୁ ଉନ୍ନିତ ହୋଇ ପ୍ରତିଯୋଗୀତାକୁ ଆଗେଇ ନେବେ । ତୃତୀୟ ସ୍ଥାନରେ ରହିଥିବା ଚାରିଟି ଟିମ୍ ମଧ୍ୟ ଟୁର୍ଣର୍ାମେଂଟରେ ରହିବେ । ମୋଟ୍ ୧୬ଟି ଟିମ୍ ନକ୍ ଆଉଟ୍କୁ ଯିବେ ଏବଂ ଏହି ୧୬ଟି ଟିମ୍ ମଧ୍ୟରେ ତିନି ରାଉଣ୍ଡ୍ ଖେଳ ହୋଇ କୋଉ ଟିମ୍ ଫାଇନାଲ ଖେଳିବ, ତାହା ନିର୍ଣ୍ଣୟ କରାଯିବ । କିଛି ବର୍ଷ ହେଲା ଦେଶରେ ଫୁଟ୍ ବଲ୍ ପ୍ରତି ଆକର୍ଷଣ ବୃଦ୍ଧି ପାଇ ଥିବାରୁ ଫିଫାର ଏହି ୟୁ-୧୭ ବିଶ୍ୱ କପ୍କୁ ନେଇ ବେଶ୍ ଉତ୍ସାହ ରହିଥିବା ଦେଖିବାକୁ ମିଳୁଛି । ୬ ତାରିଖ ୟୁ-୧୭ ବିଶ୍ୱ କପ୍ ପ୍ରାରମ୍ଭ ଦିବସରେ ‘ଗୃପ୍-ଏ’ ପ୍ରଥମ ମ୍ୟାଚ୍ ନୂଆଦିଲ୍ଲୀର ଜବାହରଲାଲ୍ ନେହେରୁ ଷ୍ଟାଡିୟମରେ କଲମ୍ବିଆ ବନାମ ଘାନା ମଧ୍ୟରେ ହୋବୁ କଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ନାଭି ମୁମ୍ବାଇ ସ୍ଥିତ ଡ଼କ୍ଟର ଡ଼ିୱାଇ ପାଟିଲ୍ ଷ୍ଟାଡିୟମ୍ରେ ‘ଗୃପ୍-ବି’ରେ ଥିବା ନ୍ୟୁଜିଲାଣ୍ଡ୍ ବନାମ ତର୍କୀ ମଧ୍ୟରେ, ତୃତୀୟ ମ୍ୟାଚ୍ ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଗୃପ୍-ଏ’ର ଭାରତ ବନାମ ଆମେରିକା ମଧ୍ୟରେ ଏବଂ ଚତୁର୍ଥ ମ୍ୟାଚ୍ ନାଭି ମୁମ୍ବାଇ ଠାରେ ଡ଼କ୍ଟର ପାଟିଲ ଷ୍ଟାଡିୟମରେ ‘ଗୃପ୍-ବି’ର ପାରାଗୁଏ ବନାମ ମାଲି ମଧ୍ୟରେ ହେବାକୁ ଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS