ଜନସନ୍ ଏଣ୍ଡ୍ ଜନସନ୍ ଟିକାକୁ ଭାରତର ଅନୁମତି
ନୂଆଦିଲ୍ଲୀ
ଅଗଷ୍ଟ ୦୭
ଆମେରିକାର ଫାର୍ମାସ୍ୟୁଟିକାଲ କଂପାନୀ ‘ଜନସନ୍ ଏଣ୍ଡ୍ ଜନସନ୍’ ପକ୍ଷରୁ ପ୍ରସ୍ତୁତ ସିଂଗିଲ ଡ଼ୋଜ୍ କୋଭିଡ଼ ଭ୍ୟାକ୍ସିନକୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଆଜି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଭାରତରେ ଏବେ ପାଂଚଟି କୋଭିଡ଼ ଟିକା ଜରୁରୀ ବ୍ୟବହାର ପାଇଁ ଉପଲବ୍ଧ । ଫଳରେ, ଦେଶରେ ଟିକାକରଣ କାର୍ଯ୍ୟ ତ୍ୱାରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଦେଶର ଭ୍ୟାକ୍ସିନ ପ୍ରସ୍ତୁତକାରୀ କଂପାନୀ ‘ବାୟୋଲୋଜିକାଲ ଇ ଲିମିଟେଡ଼’ ମାଧ୍ୟମରେ ସପ୍ଲାଇ ଏଗ୍ରିମେଂଟ ହୋଇ ସଂସ୍ଥା ଜରିଆରେ ଏହି ଆମେରିକୀୟ କୋଭିଡ଼ ଟିକାର ଭାରତ ଆମଦାନୀ ହେବ ବୋଲି ସୂଚନା ମିଳିଛି । ଭାରତରେ ଏହି ଟିକାର ଜରୁରୀ ବ୍ୟବହାର ବା ଇୟୁଏ ପାଇଁ ଅନୁମତି ଦିଆଯିବାକୁ ଜନସନ୍ ଏଣ୍ଡ ଜନସନ୍ କଂପାନୀ ୬ ତାରିଖ ଆବେଦନ କରିଥିବା ବେଳେ କେନ୍ଦ୍ର ସରକାର ୭ ତାରିଖ ଅନୁମତି ପ୍ରଦାନ କରିଛନ୍ତି । ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଏହି ଟିକା ମିଳିବ ବୋଲି ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS