ଜମ୍ମୁ-କଶ୍ମୀର: ଆତଙ୍କବାଦ-ବିରୋଧୀ ଅପରେସନରେ ଦୁଇ ବ୍ୟବସାୟୀଙ୍କ ମୃତ୍ୟୁ

ଶ୍ରୀନଗର
ନଭେମ୍ବର ୧୬
ଶ୍ରୀନଗରରେ ଗତକାଲି ସନ୍ଧ୍ୟାରେ ସୁରକ୍ଷା ବଳଙ୍କ ଆତଙ୍କବାଦ-ବିରୋଧୀ ଅପରେସନରେ ଦୁଇ ଆତଙ୍କବାଦୀଙ୍କ ସମେତ ଦୁଇ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟବସାୟୀ ଦ୍ୱୟ ‘ଆତଙ୍କବାଦୀ ସମର୍ଥକ’ ବୋଲି ପୁଲିସ ଦାବି କରିଛି । ହାଇଦରପୋରା କମର୍ସିଆଲ କଂପ୍ଲେକ୍ସରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କ୍ରସ୍ ଫାୟାରିଂରେ ମୃତ୍ୟୁବରଣ କରିଥିବା ଦୁଇ ବ୍ୟବସାୟୀ ହେଉଛନ୍ତି ଡ଼କ୍ଟର ମୁଦାସିର ଗୁଲ୍ ଓ ମହମ୍ମଦ ଆଲତାଫ ଭଟ୍ । ଦୁଇ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ସେହି କର୍ସିଆଲ୍ କଂପ୍ଲେକ୍ସରେ ରହିଛି । ମୁଦାସର ଗିଲ୍ ଜଣେ ତାଲିମପ୍ରାପ୍ତ ଦାନ୍ତ ସର୍ଜନ । ସେ ହାଇଦରପୋରା କମର୍ସିଆଲ କଂପ୍ଲେକ୍ସରେ କଂପ୍ୟୁଟର ସେଂଟର ଚଳାଇ ଥିଲେ । ସେହିଭଳି, ଆଲତାଫ୍ ଭଟ୍ ସେଠାରେ ସିମେଂଟ ଦୋକାନ ଓ ହାର୍ଡୱେର୍ ବ୍ୟବସାୟ କରୁଥିଲେ । ସୁରକ୍ଷା ବଳର ଗୁଳିରେ ଦୁଇ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବାକୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ନେତ୍ରୀ ମେହେବୁବା ମୁଫତି ଦାବି କରିଛନ୍ତି । ଦୁଇ ବ୍ୟବସାୟୀଙ୍କୁ ସୁରକ୍ଷା ବଳର ଯବାନମାନେ ହତ୍ୟା କରିଥିବା ସେମାନଙ୍କ ପରିବାର ଅଭିଯୋଗ କରିଥିବା ବେଳେ ଆତଙ୍କବାଦୀଙ୍କ ସହ କ୍ରସ୍ ଫାୟାରିଂରେ ସେମାନଙ୍କ ମୃତ୍ୟୁ ଘଟିଥିବା ପୁଲିସ ସଫେଇ ଦେଇଛି । ପରିବାର ସଦସ୍ୟମାନେ ଶେଷକୃତ ସଂପନ୍ନ ସକାଶେ ଦୁଇ ବ୍ୟବସାୟୀଙ୍କ ମୃତଦେହ ଦାବି କରିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ପୁଲିସ ବ୍ୟବସାୟୀଙ୍କ ମୃତଦେହ ହସ୍ତାନ୍ତର କରିବାକୁ ମନା କରି ଦେଇଛନ୍ତି । ଶ୍ରୀନଗରରୁ ୧୦୦ କିମି ଦୂର ଉତ୍ତର କଶ୍ମୀରର ହାଣ୍ଡୱାର ଅଂଚଳରେ ୪ଟି ଯାକ ଶବ କବର ଦିଆଯାଇଛି ବୋଲି ପୁଲିସ କହିଛି । କଶ୍ମୀରର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି, ମୁଦାସର ଗିଲ୍ ହାଇଦରପୋରା କମର୍ସିଆଲ କଂପ୍ଲେକ୍ସରେ କଂପ୍ୟୁଟର ସେଂଟର ଖୋଲି ଛଅଟି କଂପ୍ୟୁଟର ରଖି ଥିଲେ ମଧ୍ୟ ବେଆଇନ ଭାବେ ଏକ କଲ୍ ସେଂଟର ଚଳାଇ ଥିଲେ । ଆଲତାଫଙ୍କ ମୃତ୍ୟୁ କ୍ରସ୍ ଫାୟାରିଂରେ ହୋଇଥିବା ପୁଲିସ କହିଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS