ଦୁଇ ଡୋଜ୍ ଟିକା ନେଇ ମଧ୍ୟ ୬୬ ଛାତ୍ରଛାତ୍ରୀ କୋଭିଡ଼ ଆକ୍ରାନ୍ତ
ପ୍ରସାଦ ରାଓ
ନଭେମ୍ବର ୨୫
କର୍ଣ୍ଣାଟକର ଧରୱାଡରେ ଥିବା ଏସଡ଼ଏମ କଲେଜ ଅଫ୍ ମେଡ଼ିକାଲ ସାଇନ୍ସର ୬୬ ଛାତ୍ରଛାତ୍ରୀ ସଂପୂର୍ଣ୍ଣ ଟିକାକରଣ ହେବା ପରେ ମଧ୍ୟ କୋଭିଡ଼ ଆକ୍ରାନ୍ତ ହୋଇଥିବା ଆଜି ସରକାର ଭାବେ ଜଣାପଡିଛି । ଏହି ଶିକ୍ଷାନୁଷ୍ଠାନର ଏକ କାର୍ଯ୍ୟକ୍ରମ ସକାଶେ ୪୦୦ରୁ ୩୦୦ ଛାଛାତ୍ରୀଙ୍କ କୋଭିଡ଼ ଟେଷ୍ଟ୍ ହୋଇଥିଲା । ସେଥିରୁ ୬୬ଜଣଙ୍କ କୋଭିଡ଼ ପଜେଟିଭ୍ ବାହାରିବା ପରେ ଦୁଇଟି ହଷ୍ଟେଲକୁ ସିଲ୍ ହୋଇଥିବା ଓ ଅଫ୍ ଲାଇନ୍ କ୍ଲାସ୍ ବନ୍ଦ କରାଯାଇଥିବା ସଂପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି । କୋଭିଡ଼ ପଜେଟିଭ୍ ଥିବା ଛାତ୍ରଛାତ୍ରୀଙ୍କୁ ଗୃହ ସଂଗରୋଧରେ ରଖା ଯାଇଛି । ଯେଉଁ ୧୦୦ ଜଣଙ୍କ କୋଭିଡ଼ ପରୀକ୍ଷା ହୋଇ ନାହିଁ ସେମାନଙ୍କ ପରୀକ୍ଷା କରାଯିବ ବୋଲି ଜଣାପଡିଛି । କୋଭିଡ଼ ପଜେଟିଭ୍ ଥିବା ୬୬ ଚାତ୍ରଛାତ୍ରୀଙ୍କ ମଧ୍ୟରୁ କେତେକଙ୍କୁ କାଶ ଓ ଜ୍ୱର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS