ବିଧାନସଭା ଅଧିବେଶନ ଆରମ୍ଭ, ଭିସି ମାଧ୍ୟମରେ ଭାଗ ନେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର
ଡ଼ିସେମ୍ବର ୦୧
ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଧିବେଶନରେ ଭାଗ ନେଇ ରାଜ୍ୟର ଦିବଂଗତ ବିଧାୟକ, ସାଂସଦ, କୋଭିଡ଼ ଯୋଦ୍ଧା ଏବଂ ସହୀଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳୀ ଅର୍ପଣ କରିଛନ୍ତି । ପୂର୍ବତନ ଉପ ବାଚସ୍ପତି ପ୍ରହଲ୍ଲାଦ ଦୋରା, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ, ରାମରାଏ ମୁଣ୍ଡା, ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଓ ଅନ୍ୟମାନଙ୍କୁ ଗୃହରେ ଗଭୀର ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଛି । ସେମାନଙ୍କ ମୃତ୍ୟୁ ରାଜ୍ୟ ତଥା ସେମାନଙ୍କ ପରିବାର ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଦିବଂଗତ ବିଧାୟକ, ସାଂସଦ, କୋଭିଡ଼ ଯୋଦ୍ଧା ଓ ସହୀଦଙ୍କ ପରିବାରକୁ ଗୃହର ଶୋକ ଜଣାଇ ଦେବାକୁ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଅନୁରୋଧ କରିଛନ୍ତି । ସଂପୂର୍ଣ୍ଣ ଗୃହ ଦିବଂଗତ ବିଧାୟକ, ଏମପି, କୋଭିଡ଼ ଯୋଦ୍ଧା ଓ ସହୀଦଙ୍କୁ ଶ୍ରଦ୍ଧଂଜଳୀ ଅର୍ପଣ କରିବା ପରେ ବାଚସ୍ପତି ପାତ୍ର ସନ୍ଧ୍ୟା ୫ଟା ଯାଏଁ ଗୃହକୁ ମୁଳତବୀ ଘୋଷଣା କରିଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଶୀତକାଳୀନ ଅଧିବେଶନରେ ୨୬ଟି କାର୍ଯ୍ୟଦିବସ ରହିଛି । ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS