କର୍ଣ୍ଣାଟକରୁ ଦୁଇ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ
ଡ଼ିସେମ୍ବର ୦୨
କର୍ଣ୍ଣାଟକରୁ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି । କୋଭିଡ଼ର ନୂଆ ପ୍ରଜାତି ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ଦେଶରେ ଚିହ୍ନଟ ହେବା ଏହା ପ୍ରଥମ । ଦୁଇ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ବିଦେଶ ଫେରନ୍ତା । ସେମାନଙ୍କ ନାମ ଗୋପନ ରଖା ଯାଇଛି । ତେବେ, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଟେଷ୍ଟିଂ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି । ଦେଶବାସୀ ଭୟଭୀତ ନହୋଇ କୋଭିଡ଼ ନିର୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି । ଜେନମ୍ ସିକ୍ୟୁଏନ୍ସିଂ ମାଧ୍ୟମରେ ଏହି ଦୁଇ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି । ଆଜି ସୁଦ୍ଧା ବିଶ୍ୱର ୨୯ଟି ରାଷ୍ଟ୍ରରୁ ୩୭୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS