ତିନି ବାହୀନୀ ମୁଖ୍ୟ ବିପିନ ରାୱତଙ୍କ ହେଲିକପଟର୍ ଦୁର୍ଘଟଣାଗ୍ରସ୍ତ

ପ୍ରସାଦ ରାଓ
ନୂଆଦିଲ୍ଲୀ
ଡ଼ିସେମ୍ବର ୦୮
ଦେଶର ତିନି ବାହିନୀର ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଯାତ୍ରୀ ଥିବା ଭାରତୀୟ ବିମାନ ବାହିନୀର ଏକ ଦୁଇ ଇଂଜିନ ବିଶିଷ୍ଟ ସେନା ହେଲିକପଟର୍ ତାମିଲନାଡ଼ୁର ସୁଲୁର ଏୟାର ବେସ୍ ରୁ ଉଡାଣ ଭରିବା ପରେ ପରେ ନୀଳଗିରି ପାର୍ବତ୍ୟାଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଅନ୍ୟୁନ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାରକାରୀ ଦଳ ଅନ୍ୟମାନଙ୍କୁ ଖୋଜିବା କାର୍ଯ୍ୟ ଚଳାଇଛନ୍ତି । ରୁଷ ନିର୍ମିର୍ତ ଏହି ଆଇଏଏଫ ଏମଆଇ-୧୭ ଭିଏସ୍ ପ୍ରତିରକ୍ଷା ହେଲିକପଟରରେ ତିନି ବାହିନୀର ମୁଖ୍ୟ ବା ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍ (ସିଡ଼ିଏସ) ଜେନେରାଲ ବିପିନ ରାୱତ, ପତ୍ନୀ, ତାଙ୍କ ପ୍ରତିରକ୍ଷା ସହକାରୀ ଏବଂ ପ୍ରତିରକ୍ଷା କମାଣ୍ଡୋ, ବିମାନ ବାହିନୀ ଅଧିକାରୀ ଥିଲେ । ମୋଟ ୧୪ ଜଣ ଏହି ହେଲକପଟରରେ ସୁଲୁରୁରୁ ଉଡାଣ ଭରି ଥିବା ସୂଚନା ମିଳିଛି । ଭାରତୀୟ ବିମାନ ବାହିନୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନାରେ ଭିଭିଆଇପିଙ୍କ କାର୍ଯ୍ୟରେ ନିୟୋଜିତ ହୋଇ ଆସୁଥିବା ଦୁଇ ଇଂଜିନ ବିଶିଷ୍ଟ ଶକ୍ତିଶାଳୀ ଏମଆଇ-୧୭ ଭିଏସ୍ ହେଲିକପଟରଟି ତାମିଲନାଡୁର ସୁଲୁର ଏୟାରବେସ୍ ରୁ ଉଡାଣ ଭରିବା ପରେ ପରେ କୁନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସ୍ଥଳରୁ ୫ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଭାବେ ପୋଡି ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇ ହସପିଟାଲକୁ ପଠାଯାଇଛି । ସାତ ଜଣଙ୍କୁ ଖୋଜା ଚାଲିଛି । ଦୁର୍ଘଟଣାର କାରଣ କଣ ଜାଣିବା ସକାଶେ ବିବାନ ବାହିନୀ ପକ୍ଷରୁ ତଦନ୍ତ ଆଦେଶ ଦିଆଯାଇଛି । ଆଇଏଏଫ ଏମଆଇ-୧୭ ଭିଏସ୍ ପ୍ରତିରକ୍ଷା ହେଲିକପଟରଟି କୋଇମ୍ବାଟୁରର ସୁଲୁର ଆର୍ମିର୍ ବେସ୍ ରୁ ୱିଲିଂଗଟନ୍ ସ୍ଥିତ ଡ଼ିଫେନ୍ସ୍ ଷ୍ଟାଫ୍ ସର୍ଭିସେସ୍ କଲେଜ ଅଭିମୁଖ ଉଡାଣ ଭରି ଥିଲା । କିଛି ସମୟ ମଧ୍ୟରେ ତାହା ନୀଳଗିରି ପାର୍ବତ୍ୟାଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାମବାସୀ ପ୍ରଥମେ ଜିଲ୍ଲା ପ୍ରଶାସନକୁ ଖବର ଦେବା ପରେ ମଧ୍ୟାହ୍ନ ୧୨ଟା ୨୦ ମିନିଟରେ ପ୍ରତିରକ୍ଷା ବିଭାଗକୁ ଦୁର୍ଘଟଣା ସଂପର୍କରେ ସୂଚନା ମିଳି ଥିଲା । ସଂପୃକ୍ତ ହେଲିକପଟରର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟରେ ଜାରି ରହିଛି । ସ୍ଥାନୀୟ ଲୋକ ଓ ପୁଲିସ କର୍ମଚାରୀମାନେ ହେଲକପଟର ଭଗ୍ନାବଶେଷ ଓ ଭଂଗି ପଡିଥିବା ଗଛ ଡ଼ାଳ ତଳୁ ପୋଡି ଯାଇଥିବା ମୃତ ଦେହ ସବୁ ଟାଣି ବାହାର କରି ଥିଲେ । ୨୦୧୯ ଜାନୁଯାୟାରୀରେ ୬୩ ବର୍ଷ ବୟସ୍କ ଜେନେରାଲ ରାୱତ ଦେଶର ପ୍ରଥମ ପ୍ରତିରକ୍ଷା ବିଭାଗ ଚିଫ୍ ଅଫ୍ ଷ୍ଟାଫ୍ ଭିବେ ନିଯୁକ୍ତି ପାଇ କାର୍ଯ୍ୟଭାର ଗ୍ରହଣ କରିଥିଲେ । ନୂତନ ଭାବେ ଗଠିତ ମିଲିଟାରୀ ଆଫେୟାର୍ସ ବିଭାଗ ମୁଖ୍ୟ ଭାବେ ମଧ୍ୟ ସରକାର ତାଙ୍କୁ ନିଯୁକ୍ତ ଦେଇଛନ୍ତି । ଏହି ଦୁର୍ଘଟଣା ସଂପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି । ଘଟଣାକୁ ନେଇ ବହୁ ଅବସରପ୍ରାପ୍ତ ସେନା ଅଧିକାରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଭିଭିଆଇପି ଫ୍ଲାଇଟ୍ ଭାବେ ବ୍ୟବହାର ହୋଇ ଆସୁଥିବା ଏହି ଶକ୍ତିଶାଳୀ ହେଲିକପଟର୍ ଦୁର୍ଘଟଣାଗ୍ରସ୍ତ ହେବା ଖବର ସମସ୍ତଙ୍କୁ ଆଚମ୍ବିତ କରିଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS