ଦେଶରେ ‘ଓମିକ୍ରନ୍’ ଆକ୍ରାନ୍ତ ସଂଖ୍ୟା ୩୩କୁ ବଢିଲା
ନୂଆଦିଲ୍ଲୀ
ଡ଼ିସେମ୍ବର ୧୧
ଆଜି ଦିଲ୍ଲୀରୁ ଦ୍ୱତୀୟ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ ‘ଓମିକ୍ରନ୍’ ଆକ୍ରାନ୍ତ ସଂଖ୍ୟା ୩୩କୁ ବଢିଛି । ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜିମ୍ବାୱେ ଫେରନ୍ତା । ଜେନମ୍ ସିକ୍ୱେନ୍ସିଂ ପରୀକ୍ଷଣରୁ ସେ ପଜେଟିଭ୍ ଥିବା ଜଣାପଡିଛି । ଏଲଏନଜେପି ହସ୍ପିଟାଲ ପକ୍ଷରୁ ‘ଆଟ୍ ରିସ୍କ’ ଚିହ୍ନଟ ରାଷ୍ଟ୍ରରୁ ଫେରି ଥିବା ୨୭ ଜଣ ବ୍ୟକ୍ତିଙ୍କ ନମୂନା ଜେନମ୍ ସିକ୍ୱେନ୍ସିଂ ପରୀକ୍ଷଣ ପାଇଁ ପଠା ଯାଇଥିଲା । ଡ଼ିସେମ୍ବର ୧ ତାରିଖ ସୁଦ୍ଧା ଦେଶକୁ ଫେରି ଥିବା ୯୦ରୁ ଅଧିକ ଆନ୍ତର୍ଜାତିକ ବିମାନ ଯାତ୍ରୀ କୋଭିଡ଼ ପଜେଟିଭ୍ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅନ୍ୟୁନ ୮୦ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଛନ୍ତି । ଦେଶରେ ଏପର୍ଯ୍ୟନ୍ତ ଚିହ୍ନଟ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଲକ୍ଷଣବିହୀନ ବା ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରୁ ଶୁକ୍ରବାର ଦିନ ୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ ଜଣେ ୩ ବର୍ଷର ଶିଶୁ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଦେଖି ସରକାର ଭୟରେ ଦୁଇ ଦିନ ପାଇଁ ମୁମ୍ବାଇରେ ବଡ଼ ଧରଣର ଜନସମାଗମକୁ ନିଷିଦ୍ଧ କରିଛନ୍ତି । ବିଶ୍ୱର ୫୯ଟି ରାଷ୍ଟ୍ରରୁ ଏଯାବତ୍ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭାରତର ୫ଟି ରାଜ୍ୟରୁ ନୂଆ ପ୍ରଜାତିର ଭୂତାଣୁ ଦ୍ୱାରା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ମାସ୍କ୍ ବ୍ୟବହାରକାରୀଙ୍କ ସଂଖ୍ୟା କମିବାରେ ଲାଗିଛି । ତେଣୁ, କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି । ମାସ୍କ୍ ପରିଧାନ କମୁ ଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇ ଦେବା ସହ ଏହାଦ୍ୱାରା ନୂଆ ପ୍ରଜାତିର ଭୂତାଣୁ ବ୍ୟାପିବାକୁ ସୁଯୋଗ ଦିଆଯାଉଛି ବୋଲି ସତର୍କ କରାଇ ଦେଇଛି । ‘ଓମିକ୍ରନ୍’କୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବା ସମୟରେ ଭାରତରେ ମଧ୍ୟ ତାହା ବ୍ୟାପିବା ଆଶଙ୍କା ବଢୁଛି । ତେଣୁ, ସତର୍କତାମୂଳକ ପଦକ୍ଷେପ ଓ କୋଭିଡ଼ ପ୍ରେଟୋକଲ୍ ପାଳନ ନିହାତି ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ କୋଭିଡ଼-୧୯ ପରାମର୍ଶଦାତା ଡ଼କ୍ଟର ଭି.ପଲ୍ ସତର୍କ କରାଇଛନ୍ତି । ଆମେରିକା, ଡ଼େନମାର୍କ ଓ ଦକ୍ଷିଣ ଆଫ୍ରିକା ବିଶ୍ୱର ସର୍ବାଧିକ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ତାଲିକାରେ ସର୍ବାଗ୍ରେ ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS