ରୋହିତଙ୍କ ସହ କୌଣସି ବିଭେଦ ନାହିଁ, କହିଲେ ବିରାଟ କୋହିଲି
ନୂଆଦିଲ୍ଲୀ
ଡ଼ିସେମ୍ବର ୧୫
ଭାରତୀୟ କ୍ରିକେଟର ଦୁଇ ଦକ୍ଷ ବ୍ୟାଟସମ୍ୟାନ୍ ତଥା ଅଧିନାୟକ ବିରାଟ କୋହିଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ବିଭେଦ ବଢୁଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ସ୍କିପର୍ ବିରାଟ କୋହିଲି ଆଜି ତାହାକୁ ଦୃଢ ଭାବେ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ପ୍ରକାର ମତଭେଦ ବା ବିଭେଦ ନଥିବା ସେ ଗତ ଦୁଇ ବର୍ଷ ହେଲା କହି ଆସୁଛନ୍ତି । ଏହା କହି କହି ସେ ଥକି ଗଲେଣି । ତଥାପି, ଯେଉଁମାନେ ବିଭେଦ ନେଇ ଲେଖୁଛନ୍ତି, ସେମାନେ ମିଛି ଲେଖୁଛନ୍ତି । କୋହିଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ (ଓଡିଆଇ)ର ଅଧିନାୟକ ନିଯୁକ୍ତି ଦିଆଯାଉଥିବା ନେଇ ବିସିସିଆଇ ପକ୍ଷରୁ କୌଣସି ଆଗୁଆ ସୂଚନା ଦିଆଯାଇ ନଥିଲା । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ୍ ଚୟନର ଠିକ୍ ଦେଢ ଘଂଟା ପୂର୍ବରୁ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ଫୋନ୍ ରେ ଯୋଗଯୋଗ କରି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ୍ ଦଳ ଚୟନ ସଂପର୍କରେ ଆଲୋଚନା କରିଥିଲେ । ଫୋନ୍ କାଟିବା ପୂର୍ବରୁ ସେ କହି ଥିଲେ, ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଅଧିନାୟକ ପଦରେ ତାଙ୍କୁ ରଖାଯିବା ବିସିସିଆଇର ୫ ଜଣ ଚୟନକର୍ତ୍ତା ଚାହୁଁ ନାହାନ୍ତି । ପୂର୍ବରୁ ଏ ସଂପର୍କରେ ତାଙ୍କ ସହ ବିସିସିଆଇର କୌଣସି କର୍ମକର୍ତ୍ତା ଆଲୋଚାନା କରି ନଥିଲେ । ଗଲା ଟି୨୦ ବିଶ୍ୱକପ୍ ଚାଲି ଥିବା ସମୟରେ ସେ ଆଉ ଟି-୨୦ ଆନ୍ତର୍ଜାତିକ ଅଧିନାୟକ ପଦରେ ରହିବେ ନାହିଁ ବୋଲି ଘୋଷଣା କରିଥିଲେ ମଧ୍ୟ ବିସିସିଆଇରୁ କେହି ତାଙ୍କୁ ଏହି ନିଷ୍ପତ୍ତିରୁ ଓହରିବାକୁ କହି ନଥିଲେ । ଅପରପକ୍ଷରେ, ତାଙ୍କ ନିଷ୍ପତ୍ତିରେ ବିସିସିଆଇ ଖୁସି ଥିଲା ଭଳି ମନେ ହେଉଥିଲା । ତେବେ, ସେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଓ ଟେଷ୍ଟ୍ ଦଳର ଅଧିନାୟକ ପଦରେ ରହିବାକୁ ପ୍ରସ୍ତୁତ ବୋଲି ବିସିସିଆଇକୁ ଜଣାଇ ଥିଲେ । ବିସିସିଆଇ କାର୍ଯ୍ୟକର୍ତ୍ତା ଓ ଚୟନକର୍ତ୍ତାମାନେ ଯଦି ସେ ଅନ୍ୟ ଫର୍ମାଟ୍ ଗୁଡିକର ନେତୃତ୍ୱ ନେବା ଚାହୁଁ ନାହାନ୍ତି ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି କେହିଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, କାର୍ଯ୍ୟ ଚାପର ପରିଚାଳନା ନିମନ୍ତେ ସେ ଟି-୨୦ ଆନ୍ତର୍ଜାତିକ ଅଧିନାୟକତ୍ୱରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ, ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜର ତିନିଟି ଯାକ ମ୍ୟାଚ୍ ଖେଳିବାକୁ ସେ ଉପଲବ୍ଧ ଅଛନ୍ତି । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଦିନିକିଆ ଆନ୍ତର୍ଜାତିକ ପାଇଁ ଦଳ ଚୟନ ପାଇଁ ମଧ୍ୟ ସେ ଉପଲବ୍ଧ ଥିବା ବୁଧବାର ଗଣମାଧ୍ୟମକୁ କହିଛନ୍ତି । ସେ କେବେ ବିରାମ ନେବାକୁ ଆବେଦନ କରି ନାହାନ୍ତି । ସେ ବିରାମ ନେବାକୁ ଆବେଦନ କରିଥିବା ନେଇ ଯେଉଁମାନେ ଲେଖୁଛନ୍ତି ମିଛ ଲେଖୁଛନ୍ତି ବୋଲି କୋହିଲି କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ୍ ସ୍କ୍ୱାଡ ଘୋଷଣା ସମୟରେ ବିସିସିଆଇ ରୋହିତ ଶର୍ମାଙ୍କୁ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ଦଳର ଅଧିନାୟକ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍ ଅଧିନାୟକତ୍ୱରୁ କେହଲିଙ୍କୁ ହଟାଇ ଦିଆଯାଇ ରୋହିତଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି । କୋହିଲି କହିଛନ୍ତି, ଦଳକୁ ଠିକ୍ ବାଟରେ ପରିଚାଳନା କରିବା ହେଉଛି ତାଭ୍କ ଦାୟିତ୍ୱ । ରୋହିତ ଜଣେ ଦକ୍ଷ ଅଧିନାୟକ ଓ ଚମକ୍ରାର ଖେଳାଳୀ । ରୋହିତଙ୍କ ସହ ତାଙ୍କର କୌଣସି ପ୍ରକାର ବିଭେଦ ନାହିଁ । ଦଳ ସହ ରାହୁଲ ଦ୍ରାବିଡ଼ଙ୍କ ଭଳି ଜଣେ ଭଲ ମୁଖ୍ୟ ପ୍ରଶିକ୍ଷକ ଓ ପ୍ରଶାସକ ଅଛନ୍ତି । ସେମାନେ ଦେଶକୁ ଶତପ୍ରତିଶତ ରେଜଲ୍ଟ ଦେଇ ଗର୍ବିତ କରିବା ସେ ଚାହୁଛନ୍ତି ବୋଲି କୋହଲି କହିଛନ୍ତି । ‘ମୋର କୌଣସି କାର୍ଯ୍ୟ ବା ନିଷ୍ପତ୍ତି ଦଳକୁ ପଛକୁ ଟାଣିବା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ମଧ୍ୟ କୋହିଲି ସ୍ପଷ୍ଟ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS