ଜାନୁୟାରୀ ପହିଲାରୁ ପରିବହନ ବିଭାଗର ସବୁ ସେବା ଅନ୍ ଲାଇନରେ ମିଳିବ


ପ୍ରସାଦ ରାଓ
ଡ଼ିସେମ୍ବର ୩୧
୨୦୨୨ ଜାନୁୟାରୀ ପହିଲାରୁ ପରିବହନ ବିଭାଗର ସବୁ ସେବା ଅନ୍ ଲାଇନରେ ମିଳିବ । ଡ୍ରାଇଭିଂ ଲାଇସେନ୍ସରୁ ଆରମ୍ଭ କରି ଗାଡି କାଗଜପତ୍ର ଜନସାଧାରଣଙ୍କୁ ଅନ୍ ଲାଇନରେ ଯୋଗାଇ ଦିଆଯିବ । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହି ସୂଚନା ଦେଇଛନ୍ତି । ପରିବହନ ବିଭାଗରେ ଅଫ୍ ଲାଇନ ବା ମାନୁଆଲ୍ ସେବା ଯୋଗୁଁ ଜନସାଧାରଣଙ୍କୁ ବିଭିନ୍ନ ସେବା ପାଇବା ପାଇଁ ଆରଟିଓ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁଥିଲା ଏବଂ ସେଠାରେ ସରକାରୀ ଅଧିକାରୀ ସ୍ତରରେ ଦୁର୍ନୀତି ଏବଂ ଏଜେଂଟ ଓ ମଧ୍ୟସ୍ଥିଙ୍କ ପ୍ରାଦୁର୍ଭାବ ନେଇ ଅଭିଯୋଗ ହେଉଥିଲା । ତେଣୁ, ଜାନୁୟାରୀ ପହିଲାରୁ ଡ୍ରାଇଭିଂ ଲାଇସେନ୍ସରୁ ଆରମ୍ଭ କରି ଗାଡ଼ି ସଂପର୍କିତ କାଗଜପତ୍ର ପାଇଁ ଜନସାଧାରଣଙ୍କୁ ଆଉ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ । ଅନ୍ ଲାଇନରେ ସମସ୍ତ ସେବା ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ପରିବହନ ବିଭାଗର ସମସ୍ତ ସେବାକୁ ଅଧିକ ପାରଦର୍ଶୀ କରିବା ସକାଶେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ ବେହେରା କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS