ଓଡ଼ିଶାରେ ‘ଓମିକ୍ରନ୍’ ଆକ୍ରାନ୍ତ ସଂଖ୍ୟା ୩୭କୁ ବୃଦ୍ଧି


ପ୍ରସାଦ ରାଓ
ଜାନୁୟାରୀ ୦୨
ଆଜି ଓଡ଼ିଶାରୁ ୨୩ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଏଯାବତ୍ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ସ୍ୱାବ୍ ନମୂନା ଜେନମ୍ ସିକ୍ୱୋନ୍ସିଂ ପାଇଁ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସକୁ (ଆଇଏଲଏସ)କୁ ପଠାଯାଇଛି । ଗତ ଡ଼ିସେମ୍ବର ୨୧ ତାରିଖରେ ରାଜ୍ୟରୁ ପ୍ରଥମ ଦୁଇ ‘ଓମିକ୍ରନ୍’ କେସ୍ ଚିହ୍ନଟ ହୋଇଥିଲେ । ଜଣେ ନାଇଜେରିଆ ଓ ଅନ୍ୟ ଜଣକ କ୍ୱାତାର ଫେରନ୍ତା ଥିଲେ । ଡ଼ିସେମ୍ବର ୩୦ରେ ସୁଦ୍ଧା ରାଜ୍ୟରେ ‘ଓମିକ୍ରନ୍’ କେସ୍ ସଂଖ୍ୟା ୧୪କୁ ଏବଂ ଆଜି ୨୩ ଜଣ ଚିହ୍ନଟ ହେବା ପରେ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ‘ଓମିକ୍ରନ୍’ କେସ୍ ସଂଖ୍ୟା ବଢୁ ଥିବାରୁ କାଲିଠାରୁ ରାଜ୍ୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ପୂର୍ବରୁ ଯେଉଁ ନିଷ୍ପତ୍ତି ନେଇ ଥିଲେ ତାହାକୁ ରବିବାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୪୨୪ଟି ନୂଆ କୋଭିଡ଼ କେସ୍ ଚିହ୍ନଟ ହୋଇଥିବାରୁ ସରକାର ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ ରଖିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ଷଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରେଣୀ ଗୃହର ଚାଲିବ । ଅନ୍ ଲାଇନ୍ କ୍ଲାସ୍ ମଧ୍ୟ ଜାରି ରହିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS