ସରକାର ଆରମ୍ଭ କଲେ ପୌର ନିର୍ବାଚନ ପ୍ରକ୍ରିୟା


ପ୍ରସାଦ ରାଓ
ଜାନୁୟାରୀ ୦୩
ରାଜ୍ୟରେ ମହାନଗର ନିଗମ ଓ ପୌରାଂଚଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାର ଓଏମସି ଆଇନ ୨୦୦୩ରେ ଥିବା ପଛୁଆ ବର୍ଗ (ବିସିସି)ଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶନାମା ଅନୁସାରେ ଆବଶ୍ୟକ ସଂଶୋଧନ କରି ପୁନଃ ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବା ସକାଶେ ଗତ ଡ଼ିସେମ୍ବର ୩୦ ତାରିଖ ଦିନ ଏକ ଅଧ୍ୟାଦେଶ ଆଣି ଥିଲେ । ସେହି ଅଧ୍ୟାଦେଶ ଅନୁଯାୟୀ ରାଜ୍ୟର ତିନି ମହାନଗର ନିଗମ ଓ ୧୦୭ ପୌରାଂଚଳରେ ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମାପନ କରିବାକୁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏହି ଦୁଇ ପ୍ରକ୍ରି୍ରୟା ସମାପନ କରିବାକୁ ରାଜ୍ୟ ସରକାରଙ୍କ ଗୃହ ଓ ସହରାଂଚଳ ଉନ୍ନୟନ ବିଭାଗ ପକ୍ଷରୁ ମହାନଗର ନିଗମ କତ୍ତୃପକ୍ଷ ଓ ଜିଲ୍ଲାପାଳମାନଙ୍କୁ ଅଲାଗା ଅଲଗା ଦୁଇଟି ଚିଠି କରାଯାଇଛି । ଜାନୁୟାରୀ ୧ ତାରିଖ ଦିନ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର କମିସନରମାନଙ୍କୁ ଦିଆଯାଇଥିବା ଚିଠିରେ ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ତୁରନ୍ତ ସମାପନ କରି ଜାନୁୟାରୀ ୫ ତାରିଖ ସୁଦ୍ଧା ବିସ୍ତୃତ ତଥ୍ୟ ସହ ୱାର୍ଡ ପରିସୀମା ସଂପର୍କିତ ସ୍କେଚ୍ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ପ୍ରସ୍ତାବିତ ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ଚିଠା ବିଜ୍ଞପ୍ତିକୁ ନେଇ କାହାରି କିଛି ଆପତ୍ତି ବା ପରାମର୍ଶ ଥିଲେ ତାହା ଜାନୁୟାର ୭ ତାରିଖରୁ ଗ୍ରହଣ କରାଯିବ ଏବଂ ଅପତ୍ତି ଅଭିଯୋଗ ଓ ପରାମର୍ଶ ଗ୍ରହଣର ଶେଷ ତାରିଖ ଜାନୁୟାରୀ ୧୬ ଧାର୍ଯ୍ୟ ହୋଇଛି । ରାଜ୍ୟର ୧୦୭ ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦ (ସିଡ୍ୟୁଲ ଏରିଆରେ ଥିବା ପୌରାଂଚଳ ଓ ଏନଏସି ବ୍ୟତୀତ)ର ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କ ଗୃହ ଓ ସହରାଂଚଳ ଉନ୍ନୟନ ବିଭାଗ ପକ୍ଷରୁ ଆଜି ଜିଲ୍ଲାପାଳମାନଙ୍କୁ ଆଉ ଏକ ଚିଠି ଯାଇଛି । ଜାନୁୟାରୀ ୧୩ ତାରିଖ ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତ ପ୍ରକାଶ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟମାନେ ୧୨ ତାରିଖ ସୁଦ୍ଧା ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଓ ପରାମର୍ଶ ଗ୍ରହଣ କରିବାକୁ କ୍ଷମତାପ୍ରାପ୍ତ ରହିଛନ୍ତି । ଚିଠା ବିଜ୍ଞପ୍ତିକୁ ନେଇ ଆପତ୍ତି ଅଭିଯୋଗ ଓ ପରାମର୍ଶ ଗ୍ରହଣର ଶେଷ ତାରିଖ ଜାନୁୟାରୀ ୨୭ ଧାର୍ଯ୍ୟ ହୋଇଛି । ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣର ଚୂଡାନ୍ତ ତାଲିକା କେବେ ପ୍ରକାଶ କରାଯିବ ତାହା ପରବର୍ତ୍ତୀ ସମୟରେ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ଜଣାଇ ଦିଆଯିବ ବୋଲି ସରକାରୀ ଭାବେ କୁହାଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS