ସୋମବାରରୁ ଦେଶବ୍ୟାପୀ ତୃତୀୟ ଡୋଜ୍ କୋଭିଡ଼ ଟିକା
ନୂଆଦିଲ୍ଲୀ
ଜାନୁୟାରୀ ୦୮
କୋଭିଡ଼ର ତୃତୀୟ ଡୋଜ୍ ଟିକା ନେବାକୁ ‘କୋ-ୱିନ୍’ ଆପ୍ ଜରିଆରେ ପଂଜୀକରଣ କରିବାର କୌଣସି ଆବଶ୍ୟକତା ନାହିଁ । ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଅନ୍ୟାନ୍ୟ କୋଭିଡ଼ ଯୋଦ୍ଧା ଏବଂ ଏକାଧିକ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧଇକ ବୟସର ଲୋକମାନେ ଦ୍ୱିତୀୟ ଡ଼ୋଜ୍ ଟିକା ନେବାର ୩୯ ସପ୍ତାହ ପରେ ଅନ୍ ଲାଇନ୍ ମାଧ୍ୟମରେ ସମୟ ନେଇ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରରେ ପଂଚି ପ୍ରତିଷେଧକ ତୃତୀୟ ଡୋଜ୍ ଟିକା ନେଇ ପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୧୦ ତାରିଖ, ଅର୍ଥାତ ସୋମବାରରୁ ତୃତୀୟ ଡୋଜ୍ କୋଭିଡ଼ ଟିକାଦାନ ଆରମ୍ଭ ହେଉଛି । ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଥିବା ବ୍ୟକ୍ତିବିଶେଷ ଅନ୍ ଲାଇନରେ ଯୋଗାଯୋଗ କରି ହେଉ କିମ୍ବା ସିଧାସଳଖ ଟିକାଦାନ କେନ୍ଦ୍ରକୁ ଯାଇ ତୃତୀୟ ଡୋଜ୍ ଟିକା ନେଇ ପାରିବେ । ଏଥିସକାଶେ, ଆଜି ସନ୍ଧ୍ୟାରୁ ଅନଲାଇନ୍ ଯୋଗାଯୋଗ ସୁବିଧା ଆରମ୍ଭ ହୋଇଥିବା ବେଳେ ଆସନ୍ତା କାଲି (ଜାନୁୟାରୀ ୧୦)ଠାରୁ ଅନ୍-ସିଟ୍ ଆପଏଂଟମେଂଟ୍ ଆରମ୍ଭ ହେଉଛି । ଯିଏ ଯେଉଁ ଟିକାର ପୂର୍ବରୁ ନେଇଛନ୍ତି ସେହି ଟିକା ହିଁ ପ୍ରତିଷେଧମୂଳକ ଡୋଜ୍ ଭାବରେ ପାଇବେ । ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ତୃତୀୟ ଡୋଜ୍ ଟିକା ପାଇବା ସକାଶେ ଟିକାଦାନ କେନ୍ଦ୍ରରେ ଏକାଧିକ ରୋଗରେ ଅକ୍ରାନ୍ତ ଥିବା ନେଇ ଡ଼ାକ୍ତରୀ ପ୍ରେସ୍କ୍ରିପ୍ସନ୍ ବା ମେଡ଼ିକାଲ ସାର୍ଟିଫିକେଟ୍ ଉପସ୍ଥାପନ କରିବାକୁ ପଡିବ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ, ଦେଶରେ ଜାନୁୟାରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ଓ ୧୦ ତାରିଖରୁ କୋଭିଡ଼ ଯୋଦ୍ଧାଙ୍କ ସମେତ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ତୃତୀୟ ଡୋଜ୍ କୋଭିଡ଼ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଡ଼ିସେମ୍ବର ୨୫ ତାରିଖ ଦିନ ଘୋଷଣା କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS