କୋଭିଡ଼ର ତୃତୀୟ ଲହରରେ ହସ୍ପିଟାଲାଇଜେସନ୍ ହାର ବଢିବ ?
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜାନୁୟାରୀ ୧୦
ଦେଶରେ କୋଭିଡ଼ର ତୃତୀୟ ଲହରରେ ହସ୍ପିଟାଲାଇଜେସନ୍ ହାର ବର୍ତ୍ତମାନ ୫ରୁ ୧୦ ପ୍ରତିଶତ ଥିବା ଦେଖିବାକୁ ମିଳୁଛି । ତେବେ, ଏଥିରେ ଦୃତ ପରିବର୍ତ୍ତନ ହେଉଥିବା ଦୃଷ୍ଟିରୁ ହସ୍ପିଟାଲରେ ଭତ୍ତି ହାର ବଢି ପାରେ ବୋଲି କୁହାଯାଉଛି । କୋଭିଡ଼ ଦ୍ୱିତୀୟ ଲହରରେ ଏହି ହାର ୨୦ରୁ ୩୦ ପ୍ରତିଶତ ଥିଲା ବୋଲି ସରକାରୀ ତଥ୍ୟ କହୁଛି । କେନ୍ଦ୍ର ସରକାରଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ୧୦ ଦିନ ତଳେ ଦେଶରେ ଦୈନିକ ୨୦ରୁ ୧୫ ହଜାର ନୂଆ କୋଭିଡ଼ କେସ୍ ଚିହ୍ନଟ ହେଉଥିଲା, ଯାହାକି ଏବେ ଦୃତ ଗତିରେ ବଢୁଛି । ଆଜି ସକାଳେ ୧.୭୯ ଲକ୍ଷ ନୂଆ କୋଭିଡ଼ କେସ୍ ଚିହ୍ନଟ ହୋଇଥିବାରୁ ଦୈନିକ ପଜେଟିଭ୍ ହାର ୧୩.୨୯ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ କୋଭିଡ଼ର ଦ୍ୱତୀୟ ଲହରରେ ବ୍ୟାପକ ସଂକ୍ରମଣ ଓ ମୃତ୍ୟୁର କାରଣ ହୋଇଥିବା ‘ଡ଼େଲଟା’ ପ୍ରଜାତି ଆଜି ମଧ୍ୟ ବିସ୍ତୃତ ଅଂଚଳରେ ସଂକ୍ରମଣ ବୃଦ୍ଧିର କାରଣ ହୋଇଥିବା ବେଳେ ଦୃତ ଗତିରେ ସଂକ୍ରମଣ ବଢାଉ ଥିବା କୋଭିଡ଼ର ନୂଆ ପ୍ରଜାତି ‘ଓମିକ୍ରନ୍’ କୋଭିଡ଼ ସଂକ୍ରମଣକୁ ବହୁ ଗୁଣିତ କରିଥିବା ବିଶ୍ୱାସ କରାଯାଉଛି ବୋଲି ଆଜି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର କୋଭିଡ଼ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଅକ୍ସିଜେନ୍ ଯୁକ୍ତ ବେଡ୍, ଆଇସିୟୁ ବେଡ୍ ଓ ଭେଂଟିଲେଟର୍ ସପୋର୍ଟ ଉପରେ ଦୈନନ୍ଦିନ ନଜର ରଖିବାକୁ ଆଜି ନିର୍ଦେଶ ଦେଇଛନ୍ତି । କୋଭିଡ଼ ହସ୍ପପିଟାଲଗୁଡିକରେ ଯଥେଷ୍ଟ ସଂଖ୍ୟାରେ ଜୁନିୟର ଡାକ୍ତର, ନର୍ସ, ଏମବିବିଏସ ଛାତ୍ର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁତୟନ କରିବାକୁ ମଧ୍ୟ କୁହାଯାଇଛି । ଦିଲ୍ଲୀ, ମହାରାଷ୍ଟ୍ର ଭଳି କୋଭିଡ଼ ସଂକ୍ରମଣ ଅଧଇକ ଥିବା ରାଜ୍ୟମାନଙ୍କୁ ହସ୍ପିଟାଲ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଥିବା ଜଣାପଡିଛି । ଆଜି ଚତୁର୍ଥ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ଉପରେ ରହିଛି । ଆଜି ଦେଶରେ ୧, ୯୭, ୭୨୩ ନୂଆ କୋଭିଡ଼ କେଓ୍ ରିପୋର୍ଟ ହେବା ଦ୍ୱାରା ‘ଓମିକ୍ରନ୍’ ପ୍ରଜାତି କିଭଳି ଦୃତ ଗତିରେ ସଂକ୍ରମଣ ବଢାଉଛି ତାହା ସ୍ପଷ୍ଟ ହେଉଛି । ଦେଶରେ କୋଭିଡ଼ରେ ଆଉ ୧୪୬ ଜଣଙ୍କ ମୃତ୍ୟୁ ଘଟିବା ଫଳରେ କୋଭିଡ଼ରେ ମୃତ୍ୟୁ ସଂଖ୍ୟା ୪,୮୩,୯୪୬କୁ ବୃଦ୍ଧି ପାଇଥିବା ସମୟରେ ମୋଟ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ୩ କୋଟି ୫୭ ଲକ୍ଷ ୦୭ ହଜାର ୭୨୭ରେ ପହଂଚିଛି । ଫେବୃୟାରୀ ୧୦ ତାରିଖରୁ ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତର ପ୍ରଦେଶରେ କୋଭିଡ଼ ସଂକ୍ରମଣ ଦୃତ ଗତିରେ ବଢୁଥିବା ଚିନ୍ତାର କାରଣ ହୋଇଛି । ଗତ ରବିବାର ଦିନ ରାଜ୍ୟରୁ ୫୫୨ ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସକାଳ ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ୭,୬୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହ ତୁଳନାରେ ଆକ୍ରାନ୍ତ ସଂଖ୍ୟାରେ ୧୩ ଗୁଣ ବୃଦ୍ଧି ଦେଖିବାକୁ ମିଳିଛି । କୋଭିଡ଼ର ଦ୍ୱିତୀୟ ଲହରରେ ଉତ୍ତର ପ୍ରଦେଶରେ ତାହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଥିଲା । ଅକ୍ସିଜେନ୍ ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ରାଜ୍ୟରେ ବହୁ ସଂଖ୍ୟାରେ ମୃତ୍ୟୁ ଘଟିଥିଲା । ଶବଦାହ ପାଇଁ ଶ୍ମଶାନଗୁଡିକରେ ସ୍ଥାନାଭାବ ଯୋଗୁଁ ବହୁ ସଂଖ୍ୟାରେ ମୃତ ଦେହ ଗଂଗା ନଦୀରେ ଭାସୁ ଥିବା ଚିତ୍ର ହୃଦୟ ବିଦାରକ ଥିଲା । ଫେବୃୟାରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେପି ସମେତ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଯେଭଳି ଭାବେ ମାସେରୁ ଅଧିକ ହେଲା ବଡ଼ ଧରଣର ଜନସମାବେଶ ଓ ରାଜନୈତିକ ସଭାମାନ ଚାଲି ଥିଲା ରାଜ୍ୟରେ ତାହା କୋଭିଡ଼ ସଂକ୍ରମଣକୁ ବଢାଇବା ଏକ ପ୍ରକାର ନିଶ୍ଚିତ ଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS