କିମ୍ବଦନ୍ତୀ ଗାୟିକା ଲତା ମଂଗେସକର୍ ଆଇସିୟୁରେ
ମୁମ୍ବାଇ
ଜାନୁୟାରୀ ୧୧
୯୨ ବର୍ଷ ବୟସ୍କା କିମ୍ବଦନ୍ତୀ ଗାୟିକା ଲତା ମଂଗେସକର୍ କୋଭିଡ଼ରେ ସଂକ୍ରମିତ ହେବା ପରେ ମୁମ୍ବାଇର ବି୍ରଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତାଙ୍କୁ ଆଇସିୟୁ ୱାର୍ଡରେ ରଖା ଯାଇଛି । ଲତାଙ୍କଠାରେ କୋଭିଡ଼ର ସାମାନ୍ୟତମ ଲକ୍ଷଣ ଦେଖିବାକୁ ମିଳୁ ଥିଲେ ସୁଦ୍ଧା ପରିଣତ ବୟସକୁ ଦୃଷ୍ଟିରେ ରଖି ଓ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଲତାଙ୍କ ଜଣେ ସଂପର୍କିୟା କହିଛନ୍ତି । କୋଭିଡ଼ ସଂକ୍ରମିତ ୭ ଦିନ ସଂଗରୋଧରେ ରହିବାକୁ ଥିବାରୁ ହସ୍ପିଟାଲରେ ଲତା ଜୀଙ୍କୁ ୨୪ ଘଂଟିଆ ଉପଯୁକ୍ତ ଚିକିତ୍ସା ସେବା ମିଳି ପାରିବ । ତେଣୁ, ତାଙ୍କୁ ହସ୍ପିଟାଲରେ ରଖା ଯାଇଛି ବୋଲି ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS