ଗୁରୁବାର ୧୦ ହଜାରରୁ ଅଧିକ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର
ଜାନୁୟାରୀ ୧୩
ପାଖାପାଖି ଆଠ ମାସ ବ୍ୟବଧାନରେ ଆଜି ରାଜ୍ୟରୁ ୧୦ ହଜାରରୁ ଅଧିକ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର କାରଣ ହୋଇଛି । ଗୋଟିଏ ଦିନରେ ଚିହ୍ନଟ ୧୦,୦୫୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୨ ଜଣ ହେଉଛନ୍ତି ୦ରୁ ୧୮ ବର୍ଷ ବୟସ ବର୍ଗର । ଗଲା ୨୪ ଘଂଟାରେ ରାଜ୍ୟରେ ୩ଟି କୋଭିଡ଼ ମୃତ୍ୟୁ ମଧ୍ୟ ଘଟିଛି । ଗତ ବର୍ଷ ମେ’ ମାସରେ ରାଜ୍ୟରେ କୋଭିଡ଼ର ଦ୍ୱିତୀୟ ଲହରରେ ଏଭଳି ସ୍ଥିତି ଥିଲା । ମେ’ ୨୫ ତାରିଖରେ ରାଜ୍ୟରୁ ୧୦ ହଜାରରୁ ଅଧିକ ଅର୍ଥାତ ୧୧,୬୨୩ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବୁଧବାର ଚିହ୍ନଟ ନୂଆ ଆକ୍ରାନ୍ତ ସଂଖ୍ୟା ଥିଲା ୮,୭୭୮ । ଆଜି (ଗୁରୁବାର) ଚିହ୍ନଟ ହୋଇଥିବା ୧୦,୦୫୯ ନୂଆ କୋଭିଡ଼ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟକ, ଅର୍ଥାତ ୩,୧୮୮ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି । ଖୋର୍ଦ୍ଧା ପଛକୁ ସୁନ୍ଦରଗଡ଼, କଟକ ଓ ସମ୍ବଲପୁର ଜିଲ୍ଲା ରହିଛି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୩୪୮, କଟକ ଜିଲ୍ଲାରୁ ୮୭୦ ଓ ସମ୍ବଲପୁର ଜିଲ୍ଲାରୁ ୫୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୁରଭଂଜ ଜିଲ୍ଲାରୁ ୪୨୩, ବାଲେଶ୍ୱର ଜିଲ୍ଲାରୁ ୨୭୮, ପୁରୀ ଜିଲ୍ଲାରୁ ୨୭୨, ଝାରସୁଗୁଡ଼ା ଜିଲ୍ଳାରୁ ୨୧୯, ବଲାଙ୍ଗୀର ଜିଲ୍ଲାରୁ ୨୧୬, ଯାଜପୁର ଜିଲ୍ଲାରୁ ୨୧୨, କୋରାପୁଟ ଜିଲ୍ଲାରୁ ୧୫୫, ଗଂଜାମ ଜିଲ୍ଲାରୁ ୧୫୪, ଜଗତସିଂହପୁର ଜିଲ୍ଲାରୁ ୧୪୨, ଭଦ୍ରକ ଜିଲ୍ଲାରୁ ୧୩୮, ରାୟଗଡ଼ା ଜିଲ୍ଲାରୁ ୧୩୧, କଳାହାଣ୍ଡି ଜିଲ୍ଲାରୁ ୧୨୩, ନବରଂଗପୁର ଜିଲ୍ଲାରୁ ୧୨୨, କେଉଁଝର ଜିଲ୍ଲାରୁ ୧୦୯, ସୋନପୁର ଜିଲ୍ଲାରୁ ୧୦୬ ଓ ନୟାଗଡ ଜିଲ୍ଲାÿରୁ ୧୦୨ ଜଣ ଚିହ୍ନଟ ହୋଇଛନ୍ତି । ବାକି ୧୦ଟି ଜିଲ୍ଲାରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ରହିଛି । ଗତ ୨୪ ଘଂଟାରେ ଅନୁଗୁଳ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ଗୋଟିଏ ଲେଖାଏଁ କୋଭିଡ଼ ମୃତ୍ୟୁ ଘଟିଛି । ଗୁରୁବାର ଦିନ ରାଜ୍ୟରୁ ୧୦,୦୫୯ ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ରାଜ୍ୟରେ ଏଯାବତ୍ ଚିହ୍ନଟ କୋଭିଡ଼ ରୋଗୀ ସଂଖ୍ୟା ୧୧ ଲକ୍ଷ ୦୧ ହଜାର ୬୦୬କୁ ବୃଦ୍ଧି ପାଇଥିବା ବେଳେ ଆଜି ସୁଦ୍ଧା ସକ୍ରିୟ କୋଭିଡ଼ ରୋଗୀଙ୍କ ସଂଖ୍ୟା ରହିଛି ୪୪,୩୪୯ । ସେହିଭଳି, ଗୁରୁବାର ୩ଟି କୋଭିଡ଼ ମୃତ୍ୟୁ ଘଟିବା ଫଳରେ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮,୪୭୨ରେ ପହଂଚିଛି । ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗଲା ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୧,୦୬୫ଟି ସ୍ୱାବ୍ ନମୂନା ପରୀକ୍ଷା ହୋଇଛି । କୋଭିଡ଼ ଆରମ୍ଭରୁ ଏଯାବତ୍ ରାଜ୍ୟରେ ମୋଟ ୨,୬୪,୦୩,୬୬୭ ନମୂନା ପରୀକ୍ଷା ହେଲାଣି । ସଂପ୍ରତି ରାଜ୍ୟରେ କୋଭିଡ଼ ପଜେଟିଭ୍ ହାର ୧୨.୪୦ ପ୍ରତିଶତ ରହିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS