‘ପେଗାସସ୍’କୁ ନେଇ ସୁପ୍ରିମ କୋର୍ଟରେ ଆଉ ଏକ ମାମଲା !
ପ୍ରସାଦ ରାଓ
୩୦ ଜାନୁୟାରୀ
ଭାରତ-ଇସ୍ରାଏଲ ମଧ୍ୟରେ ୨୦୧୭ରେ ପ୍ରାୟ ୨୦୦ କୋଟି ଡଲାରର ଯେଉଁ ପ୍ରତିରକ୍ଷା ଚୁକ୍ତି ହୋଇଥିଲା ସେଥିରେ ‘ପେଗାସସ୍’ ଗୁଇନ୍ଦା ସ୍ପାଏୱେର କିଣା ଅନ୍ତର୍ଭୁକ୍ତ ଥିଲା ବୋଲି ଆମେରିକୀୟ ସମ୍ବାଦପତ୍ର ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଏବେ ନୂତନ ଝଡ ସୂତ୍ରପାତ କରିଛି । ବିରୋଧୀ ଏହି ରିପୋର୍ଟକୁ ନେଇ ସରକାରଙ୍କୁ ପୁନର୍ବାର ଘେରିବା ଆରମ୍ଭ କରିଥିବା ବେଳେ ସୁପ୍ରିମ କୋର୍ଟ ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟକୁ ବିଶ୍ୱାସକୁ ନେଇ ୨୦୧୭ରେ ହୋଇଥିବା ପ୍ରତିରକ୍ଷା ଚୁକ୍ତିର ତଦନ୍ତ ଆଦେଶ ଦେବାକୁ କୋର୍ଟରେ ଏକ ନୂଆ ମାମଲା ଦାଏର ହୋଇଥିବା ଜଣାପଡିଛି । ‘ପେଗାସସ୍’ ଗୁଇନ୍ଦାଗିରିର ତଦନ୍ତ ଦାବିରେ ସୁପ୍ରିମ କୋର୍ଟରେ ପୂର୍ବରୁ ମାମଲା କରିଥିବା ଆଇନଜୀବୀ ଏମ.ଏଲ.ଶର୍ମା ‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟକୁ ଭିତ୍ତିରେ ଏହି ମାମଲା କରିଛନ୍ତି ।
‘ପେଗାସସ୍’ର ବ୍ୟବହାର ମାଧ୍ୟମରେ କେନ୍ଦ୍ର ସରକାର ଦେଶବାସୀଙ୍କ ଗୁଇନ୍ଦାଗିରି କରାଇବା ‘ଦେଶଦ୍ରୋହ’ ବୋଲି ଗତକାଲି କଂଗ୍ରେସ ନେତା ରହୁଲ ଗାନ୍ଧୀ ଅଭିଯୋଗ କରିବା ପରେ ଆଜି ଶର୍ମା ସୁପ୍ରିମ କୋର୍ଟରେ ମାମଲା ଦାଏର କରିଥିବା ଜଣାପଡିଛି । ଭାରତ-ଇସ୍ରାଏଲ ମଧ୍ୟରେ ୨୦୧୭ରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଭାରତୀୟ ପାର୍ଲାମେଂଟର ଅନୁମୋଦନ ପାଇ ନଥିବାରୁ ଏହାକୁ ବାତିଲ କରାଯାଇ ବେନିୟମ ଭାବେ ବିନିଯୋଗ ହୋଇଥିବା ଅର୍ଥ ଫେରସ୍ତ ଅଣାଯିବା ଏବଂ ନ୍ୟାୟିକ ସ୍ୱାର୍ଥ ଦୃଷ୍ଟିରୁ ସୁପ୍ରିମ କୋର୍ଟ ଏସଂପର୍କରେ ଏକ ଆପରାଧିକ ମାମଲା ରୁଜୁ ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେବା ସହ ‘ପେଗାସସ୍’ ସ୍ପାଏୱେର କିଣା ଏବଂ ସେବାବଦରେ ହୋଇଥିବା ଆର୍ଥିର୍କ ଅପଚୟର ତଦନ୍ତ କରାଇବାକୁ ଆଇନଜୀବୀ ଶର୍ମା କୋର୍ଟରେ ଆବେଦନ କରିଛନ୍ତି ।
‘ନ୍ୟୁୟର୍କ ଟାଇମ୍ସ’ରେ ‘ଦି ବ୍ୟାଟେଲ ଫର ଦି ୱାର୍ଲ୍ଡସ୍ ମୋଷ୍ଟ୍ ପାୱାରଫୁଲ୍ ସାଇବରେଓପନ୍’ ଶୀର୍ଷକ ଏକ ଲେଖା ପ୍ରକାଶ ପାଇଛି, ଯେଉଁଥିରେ କି ୨୦୧୭ରେ ଭାରତ-ଇସ୍ରାଏଲ ମଧ୍ୟରେ ହୋଇଥିବା ୁକ୍ତି କଥା ଉଲ୍ଲେଖ ହୋଇଛି । ଇସ୍ରାଏଲୀ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ଗୃପ୍ ଏନଏସଓର ଏହି ଗୁଇନ୍ଦା ସ୍ପାଏୱେର୍ କେତେଦୂର ମାରାତ୍ମକ, ତାହା ଏହି ଲେଖାରେ ଦର୍ଶାଯାଇଛି । ଏନଏସଓ ଗୃପ୍ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଆଇନ ରକ୍ଷାକାରୀ ସଂସ୍ଥା ଏବଂ ଗୁଇନ୍ଦା ସଂସ୍ଥାଙ୍କୁ ଏହି ସ୍ପାଏୱେରର ଅତ୍ୟାଧୁନିକତା ସଂପର୍କରେ ଜ୍ଞାନ ଦେଇ ଆଇଫୋନ୍ ଓ ଆଣ୍ଡ୍ରୟେଡ ସ୍ମାର୍ଟ ଫୋନରେ ତାହାର ବ୍ୟବହାର ମାଧ୍ୟମରେ ଯାହା କରାଯାଇ ପାରିବ ଅନ୍ୟ କୌଣସି ସଫ୍ଟୱେର ମାଧ୍ୟମରେ ତାହା ସମ୍ଭବ ନୁହେଁ ବୋଲି ବିଶ୍ୱାସ ଦେଛ୍ନ୍ି । ଦୀର୍ଘ ବର୍ଷ ଧରି ଏନଏସଓ ଏହି କାରବାର ଚଳାଇଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହି ସ୍ପାଏୱେର୍ ମାଧ୍ୟମରେ ଗୁଇନ୍ଦାଗିରି ହୋଇଥିବା ଗତ ବର୍ଷ ସାମ୍ନାକୁ ଆସିଛି ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ମଧ୍ୟ ‘ପେଗାସସ୍’ ମାଧ୍ୟମରେ ବିରୋଧୀ ରାଜନେତା, ଭିନ୍ନମତ ରଖୁଥିବା ସାମ୍ବାଦିକ, ବିଚାରପତି, ସରକାରୀ ଅଧିକାରୀ, ସାମାଜିକ କାର୍ଯ୍ୟକର୍ତ୍ତା, ବିଭିନ୍ନ ଗଣତାନ୍ତ୍ରିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବ୍ୟକ୍ତିବିଶେଷଙ୍କ ଗୁଇନ୍ଦାଗିରି ହୋଇଥିବା ୨୦୨୧ ଜୁଲାଇରେ ସାମ୍ନାକୁ ଆସିଥିଲା । ‘ଦି ୱାୟାର’ ନାମକ ଏକ ୱେବ୍ ପୋର୍ଟାଲରେ ଏହି ଖୁଲାସା ହେବା ପରେ କେବଳ ବିରୋଧୀ ଦଳ ନୁହନ୍ତି, ସବୁ ବର୍ଗର ଜନସାଧାରଣରେ ଭୟର ସଂଚାର ହୋଇଥିଲା । ବିରୋଧୀ ଦଳ ମିଳିତ ଭାବେ ସଂସଦ ଅଚଳ କରିବା ସହ ସଂସଦ ବାହାରେ ମଧ୍ୟ ଦୃଢ ପ୍ରତିବାଦ କରିଥିଲେ । ଏହି ଗୁଇନ୍ଦା ସ୍ପାଏୱେର୍ ସରକାର କିଣିଛନ୍ତି କି ନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ ଦାବି କରୁଥିବା ବେଳେ କେନ୍ଦ୍ର ସରକାର ଗୋଲମୋଲ୍ ଉତ୍ତର ଦେଇ ତାହାକୁ ଚପାଇ ଦେବାର ପ୍ରୟାସ କରିଥିଲେ ।
ମାମଲା ସୁପ୍ରିମ କୋର୍ଟରେ ପହଂଚିବା ପରେ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ମାଧ୍ୟମରେ ଏସଂପର୍କି ସବିଶେଷ ତଥ୍ୟ ରଖିବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ତେବେ, କେନ୍ଦ୍ର ସରକାର ଦେଶର ସୁରକ୍ଷା ଆଳ ଦେଖାଇ ସୁପ୍ରିମ କୋର୍ଟରେ ମଧ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ବେଆଇନ ଗୁଇନ୍ଦାଗିରି ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ କରୁଥିବା ଏବଂ ଭୟର ବାତାବରଣ ସୃଷ୍ଟି କରୁଥିବା ଦର୍ଶାଇ ଆଦାଲତ ଏଥିରେ ‘ମୁକ ଦ୍ରଷ୍ଟା’ ରହି ପାରିବ ନାହିଁ ବୋଲି ସରକାରଙ୍କୁ ଚେତାଇ ଦେଇଥିଲେ । ୨୦୨୧ ଅକ୍ଟୋବର ୨୭ ତାରିଖ ଦିନ ଖଣ୍ଡପୀଠ ପେଗାସସ୍ ଗୁଇନ୍ଦାଗିରିର ତଦନ୍ତ ପାଇଁ ଜଷ୍ଟିସ ରବିନ୍ଦ୍ରନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଏହି କମିଟି କଥିତ ଗୁଇନ୍ଦାଗିରିର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏଭଳି ସ୍ଥିତିରେ ‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ କେନ୍ଦ୍ର ସରକାରଙ୍କ ଅଡୁଆ ବଢାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS