ସୁଲୋଚନା, ସଂଘମିତ୍ରା ଓ ସୁବାସ ସିଂହ ବିଜେଡ଼ିିର ମେୟର ପ୍ରାର୍ଥୀ


ପ୍ରସାଦ ରାଓ
ମାର୍ଚ୍ଚ ୦୫
ସୁଲୋଚନା ଦାସ, ସଂଘମିତ୍ରା ଦଳେଇ ଓ ବରିଷ୍ଠ ଶ୍ରମିକ ନେତା ସୁବାସ ସିଂହ ଯଥାକ୍ରମେ ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ପାଇଁ ବିଜେଡ଼ିର ମେୟର ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନିଟି ନାମରେ ମୋହର ମାରିବା ପରେ ଦଳ ଆଜି ସେମାନଙ୍କ ନାମ ଘୋଷଣା କରିଛି । ସୁଲୋଚନା ଓ ସଂଘମିତ୍ରା କଂଗ୍ରେସ ରାଜନୀତିରୁ ବିଜେଡ଼ିକୁ ଆସି ଥିବା ବେଳେ କଟକ ମହାନଗର ନିଗମ ପାଇଁ ଘୋଷିତ ମେୟର ପ୍ରାର୍ଥୀ ସୁବାସ ସିଂହ ବାମପନ୍ଥୀ ରାଜନୀତିରୁ ବିଜେଡ଼ିକୁ ଆସିଛନ୍ତି । ଟ୍ରେଡ୍ ୟୁନିୟନ ନେତା ଭାବେ ସିଂହଙ୍କ ବେଶ୍ ପରିଚିତ ରହିଛି । ସିଂହ ୨୦୨୦ରୁ ବିଜେଡ଼ିର ରାଜ୍ୟସଭା ସଦସ୍ୟ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନାଙ୍କ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞତା ରହିଛି । ଟେଲିଭିଜନ ଆକଂରରୁ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀମତୀ ଦାସ କଂଗ୍ରେସରେ ଥିବା ସମୟରେ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ ।
ବିଜେଡ଼ିରେ ଯୋଗ ଦେବା ପରେ ମଧ୍ୟ ମୁଖପାତ୍ର ରହିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି । ବ୍ରହ୍ମପୁର ମହାନଗର ପାଇଁ ବିଜେଡ଼ିର ମେୟର ପ୍ରାର୍ଥୀ ଘୋଷିତ ସଂଘମିତ୍ରା ଦଳେଇ ପେଶାରେ ଜଣେ ଓକିଲ ହୋଇଥିଲେ ଗଂଜାମ ଜିଲ୍ଲା କଂଗ୍ରେସ ରାଜନୀତିରେ ବେଶ୍ ସକ୍ରୀୟ ଥିଲେ । ୨୦୧୧ରେ ସେ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେବା ପରେ ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ । ସେ ଜିଲ୍ଲା ମହିଳା ବିଜେଡ଼ିର ସଭାନେତ୍ରୀ ଅଛନ୍ତି । ଗଂଜାମ ଓକିଲ ସଂଘର ସଦସ୍ୟା ମଧ୍ୟ ରହିଛନ୍ତି । ସଂଘମିତ୍ରା ବ୍ରହ୍ମପୁର ମେୟର ପ୍ରାର୍ଥୀ ମନୋନୀତି ହେବା ଦ୍ୱାରା ଗଂଜାମ ବିଜେଡ଼ି ରାଜନୀତିରେ କଂଗ୍ରେସରୁ ବିଜେଡ଼ିକୁ ଯାଇଥିବା ନେତାଙ୍କ ପ୍ରଭାବ ଅଧିକ ଥିବା ଅନୁମାନ କରି ହେଉଛି । ୨୦୧୯ ସାଧାରଣ ନିର୍ବାଚନର ପୂର୍ବରୁ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ (କଂଗ୍ରେସ) ଚନ୍ଦ୍ର ଶେଖର ସାହୁ ବିଜେଡ଼ିରୁ ଟିକଟ ପାଇ ବ୍ରହ୍ମପୁରରୁ ଲୋକସଭା ସଦସ୍ୟ ଥିବା ବେଳେ ଅନ୍ୟତମ ଯୁବ ନେତା ବିକ୍ରମ ପଣ୍ଡା ସାହୁଙ୍କ ସହ ଏକାସମୟରେ ବିଜେଡ଼ିରେ ଯୋଗଦେଇ ବ୍ରହ୍ମପୁର ବିଧାୟକ ହେବା ସୌଭାଗ୍ୟ ଅର୍ଜନ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS