ସେହେୱାଜ୍ ସରିଫ ନିଦ୍ଦ୍ୱର୍ନ୍ଦ୍ୱରେ ପ୍ରଧାନମନ୍ତ୍ରୀ ନିର୍ବାଚିତ
ପ୍ରସାଦ ରାଓ
ଏପ୍ରିଲ ୧୧
ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ଭାଇ ତଥା ପାକିସ୍ତାନ ଜାତୀୟ ଆସେମ୍ବଲୀର ବିରୋଧୀ ଦଳ ନେତା ସେହେୱାଜ୍ ସରିଫ ନିଦ୍ଦ୍ୱର୍ନ୍ଦ୍ୱରେ ଆଜି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଶନିବାର (୯ତାରିଖ) ବିଳମ୍ବ ରାତ୍ରୀରେ ଇମ୍ରାନା ଖାଁ ଅନାସ୍ଥା ଭୋଟରେ ହାରି ପ୍ରଧାନମନ୍ତ୍ରୀ ପଦରୁ ବିତାଡିତ ହେବା ପରେ ଗତକାଲି ପାକିସ୍ତାନ ଜାତୀୟ ଆସେମ୍ବଲୀ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ସହ ନାମାଙ୍କନପତ୍ର ଦାଖଲ କରିବାକୁ ସମୟ ଧାର୍ଯ୍ୟ କରିଥିଲେ । ପିଏମଏଲ-ଏନ ନେତା ସେହେୱାଜ୍ ସରିଫ ମିଳିତ ବିରୋଧୀ ଦଳ ଦ୍ୱାରା ମନୋନୀତ ହୋଇ ଗତକାଲି ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ କ୍ଷମତାଚ୍ୟୁତ ହୋଇଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପିଟିଆଇ ଦଳ ପକ୍ଷରୁ ଶାହା ମହମ୍ମଦ କୁରେଶୀ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନାମାଙ୍କନ ଦାଖଲ କରିଥିଲେ । ଯାଂଚ ପରେ ଦୁହିଁଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା । ଆଜି ଅପରାହ୍ନରେ ପାକିସ୍ତାନ ସଂସଦ ବା ଜାତୀୟ ଆସେମ୍ବଲୀରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଭୋଟ ପୂର୍ବରୁ ବିଦାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ‘ଚୋର’ଙ୍କ ସହ ଆମେ ସଂସଦରେ ବସିବାକୁ ଚାହୁଁ ନାହୁଁ ବୋଲି ଘୋଷଣା କରି ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହେରିକ-ଇ-ଇନସାଫ୍ ପାର୍ଟି (ପିଟିଆଇ)ର ସମସ୍ତ ସାଂସଦ ମଧ୍ୟ ଭୋଟ ବର୍ଜନ କରି ଗୃହତ୍ୟାଗ କରିଥିଲେ । ଇମ୍ରାନ ସରକାରରେ ସୂଚନା ମନ୍ତ୍ରୀ ଥିବା ଫୱାଦ ଚୌଧୁରୀ ସଂସଦ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ତାଙ୍କ ଦଳ (ପିଟିଆଇ)ର ସମସ୍ତ ସାଂସଦ ଜାତୀୟ ଆସେମ୍ବଲୀରୁ ଇସ୍ତଫା ଦେଇଥିବା ଓ ‘ବିଦେଶୀ ଆଜେଣ୍ଡା’ରେ ପ୍ରତିଷ୍ଠିତ କୌଣସି ସରକାରରେ ସାମିଲ ହେବାକୁ ଚାହୁଁ ନଥିବା ନିଷ୍ପତ୍ତି ନେଇଛନ୍ତି ବୋଲି ଗୃହକୁ ଜଣାଇବା ପରେ କୁରେଶୀଙ୍କ ପ୍ରାର୍ଥୀତ୍ୱ ମୂଲ୍ୟହୀନ ହୋଇଥିଲା । ଫଳରେ, ପିଏମଏଲ-ଏନ ନେତା ସେହେୱାଜ୍ ସରିଫ ନିର୍ଦ୍ଦ୍ୱନ୍ଦ୍ୱରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ବହୁ ଶହ କୋଟି ଟଙ୍କାର ଦୁର୍ନୀତିରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ବା ନିର୍ବାଚିତ କରାଯିବା ଦେଶ ପାଇଁ ଅପମାନଜନକ । ତେଣୁ, ପିଟିଆଇର ସମସ୍ତ ସାଂସଦ ଜାତୀୟ ଆସେମ୍ବଲୀରୁ ଇସ୍ତଫା ଦେଲୁ ବୋଲି ଏହାର ନେତା ଇମ୍ରାନଖାଁ କହିଥିବା ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS