ପୁଣି ଥରେ କଂଗ୍ରେସ-ପ୍ରଶାନ୍ତ କିଶୋର ବୁଝାମଣା ଉଦ୍ୟମ !
ପ୍ରସାଦ ରାଓ
ଏପ୍ରିଲ ୧୬
ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସର ନିର୍ବାଚନ ପରାମର୍ଶଦାତା ନିଯୁକ୍ତ ହେବାକୁ ଆଗ୍ରହୀ ନାହାନ୍ତି, କଂଗ୍ରେସରେ ଯୋଗ ଦେବାକୁ ଆଗ୍ରହୀ ଥିବା ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସେ ଆଜି ଭେଟିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଅନ୍ତତଃ ୩୭୦ଟି ଲୋକସଭା ଆସନରେ ଅଧିକ ମନୋନିବେଶ କରିବ ବୋଲି ଆଶା କରାଯାଉଥିବାରୁ ଦଳର ଦୁର୍ବଳତା କଣ ସବୁ ରହିଛି ଓ ସେସବୁ ସୁଧାରିବା ପାଇଁ କି ପଦକ୍ଷେପ ନେବା କଣ ଆବଶ୍ୟକତା ରହିଛି, ସେ ନେଇ ପ୍ରଶାନ୍ତ କିଶୋର ଦଳୀୟ ନେତୃତ୍ୱ ନିକଟରେ ଏକ ବିବରଣୀ ଉପସ୍ଥାପନ କରିଥିବା ଦଳର ନେତା କେ.ସି.ବେଣୁଗୋପାଳଙ୍କଠାରୁ ଜଣାପଡିଛି । ପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର ଗାନ୍ଧୀ ପରିବାର ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ ଏବଂ କଂଗ୍ରେସର ଦୁର୍ବଳତା ସଂପର୍କରେ ସୂଚନା ଦେବା ସହ କଂଗ୍ରେସକୁ ସାଧାରିବାର ପରାମର୍ଶ ଦେଇଥିଲେ । ତେବେ, ସେମାନଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇନଥିଲା । ପ୍ରଶାନ୍ତ କିଶୋର କଂଗ୍ରେସ ସହ ସଂପର୍କ ଯୋଡିବା ଉଦ୍ୟମରୁ ଦୂରେଇ ଯାଇ ଦଳର ନେତୃତ୍ୱକୁ କଡା ସମାଲୋଚନା କରିଥିଲେ । ଏବେ ପୁଣି ଥରେ ଗାନ୍ଧୀ ପରିବାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି । ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଏହି ଆଲୋଚନା ଚାଲିଥିବା କୁହାଯାଉଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ନିକଟତମ ମହଲ ତାହାକୁ ଅଗ୍ରାହ୍ୟ କରି ୨୦୨୪ ସାଧାରଣ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି ଦିଗରେ ଆଲୋଚନା ଚାଲିଛି, ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଉଭୟ ପକ୍ଷ ମଧ୍ୟରେ ଥରେ ଗୋଟାଏ ବୁଝାମଣା ହୋଇଗଲେ ତାହା ଭିତରେ ଆସୁଥିବା ଗୁଜରାଟ ବିଧାନସଭା ନିର୍ବାଚନ ସମେତ ଅନ୍ୟାନ୍ୟ ନିର୍ବାଚନ ପ୍ରଶାନ୍ତ କିଶୋରଙ୍କ ଦାୟିତ୍ୱ ହୋଇଯିବ ବୋଲି କହିଛନ୍ତି । ତେବେ, ପ୍ରଶାନ୍ତ କିଶୋରଙ୍କ ଏତେବଡ ଆଶାରେ ପ୍ରତିବନ୍ଧକ ହେଉିଛି କଂଗ୍ରେସର ଆଭ୍ୟନ୍ତରୀଣ ପରିସ୍ଥିତି । ପ୍ରଶାନ୍ତ କିଶୋର କଂଗ୍ରେସକୁ ସଜାଡିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଦାୟିତ୍ୱ ସଂପୂର୍ଣ୍ଣ ଭାବେ ନିଜ ହାତକୁ ନେବାକୁ ଚାହୁଥିବା ବେଳେ ଏହାଦ୍ୱାରା ଦଳର ନେତାମାନେ ଅସନ୍ତୁଷ୍ଟ ହେବା ଆଶଙ୍କା ରହିଛି । ତେଣୁ, ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟ କରିବାକୁ ଗାନ୍ଧୀ ପରିବାର ଚାହୁଁଥିବା ଜଣାପଡିଛି । ୨୦୨୧ ପ୍ରଥମ ଭାଗରେ ଅନୁଷ୍ଠିତ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ କିଶୋର । ମମତାଙ୍କ ତୃଣମୂଳ କଂଗ୍ରେସ ପାର୍ଟି ବିଧାନସଭା ନିର୍ବାଚନରେ ବିଶେଷ ସଫଳତା ପାଇବା ସହ ଲଗାତର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପଶ୍ଚିମ ବଂଗ ବିଧାନସଭା ନିର୍ବାଚନଫଳାଫଳ ପ୍ରକାଶ ପାଇବାର କିଛି ସପ୍ତାହ ପରେ ପ୍ରଶାନ୍ତ କିଶୋର ଆଉ ନିର୍ବାଚନ ରଣନୀତିକାର ଦାୟିତ୍ୱ ନେବାକୁ ଆଗ୍ରହୀ ନଥିବା ଦର୍ଶାଇ କଂଗ୍ରେସରେ ଯୋଗ ଦେବାକୁ ଚାହିଁ ଥିଲେ ଏବଂ ଗାନ୍ଧୀ ପରିବାର ସହ ସେଦିଗରେ ଆଲୋଚନା କରିଥିଲେ । ତେବେ, ଆଲୋଚନା ଫଳପ୍ରଦ ନ ହେବାରୁ ଏବଂ ପ୍ରଶାନ୍ତ କିଶୋରଙ୍କ ଜଣେ ପୂର୍ବତନ ସହଯୋଗୀଙ୍କୁ କଂଗ୍ରେସ ତାହାର ରଣନୀତି ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କରିବାରୁ କ୍ଷୁବ୍ଧ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ଆରମ୍ଭ କରି ଥିଲେ । ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ଅନୁଷ୍ଠିତ ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଶୋଚନୀୟ ପରାଜୟର ସାମ୍ନା କରିବା ପରେ ଏବେ ପୁଣି ଥରେ ପ୍ରଶାନ୍ତ କିଶୋର ଓ କଂଗ୍ରେସ ନେତୃତ୍ୱ ଆଲୋଚନା ଆରମ୍ଭ କରିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS