ଏପ୍ରିଲ ୨୪ ଯାଏଁ ହଂଗକଂଗକୁ ବିମାନ ବାତିଲ


ନୂଆଦିଲ୍ଲୀ
ଏପ୍ରିଲ ୧୮
ଏପ୍ରିଲ ୧୬ ତାରିଖରେ ହଂଗକଂଗରେ ଅବତରଣ କରିଥିବା ଏଆଇ ୩୧୬ ଦିଲ୍ଲୀ-କୋଲକାତା-ହଂଗକଂଗ ଏଆର ଇଣ୍ଡିଆ ବିମାନର ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଯାତ୍ରୀ କୋଭିଡ଼ ପଜେଟିଭ ଚିହ୍ନଟ ହେବା ପରେ ହଂଗକଂଗ କର୍ତ୍ତୃପକ୍ଷ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ ହଂଗକଂଗକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ ନିଷିଦ୍ଧ କରିଛନ୍ତି । ହଂଗକଂଗ ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶାବଳୀ ଅନୁଯାୟୀ ଭାରତରୁ ହଂଗକଂଗ ଯିବାକୁ ହେଲେ ଭାରତୀୟଙ୍କୁ ବିମାନ ଯାତ୍ରାର ୪୮ ଘଂଟା ପୂର୍ବର କୋଭିଡ଼ ପରୀକ୍ଷଣରେ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ । ସବୁ ଆନ୍ତର୍ଜାତିକ ବିମାନଯାତ୍ରୀଙ୍କ କୋଭିଡ଼ ପରୀକ୍ଷଣ ନିମନ୍ତେ ହଂଗକଂଗ ବିମାନ ବନ୍ଦର ପରିସରରେ ଆବଶ୍ୟକ ବ୍ୟବସ୍ଥା ହୋଇଛି । ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରେ ସେମାନେ କୋଭିଡ଼ ଟେଷ୍ଟ୍ କରାଇବେ । ରବିବାର ଦିନ ହଂଗକଂଗ କର୍ତ୍ତୃପକ୍ଷ ଏଭଳି ନିର୍ଦେଶନାମା ଜାରି କରିବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ମଧ୍ୟ ଏପ୍ରିଲ ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ହଂଗକଂଗ ଯିବାକୁ ଥିବା ସମସ୍ତ ଫ୍ଲାଇଟ୍ କୁ ବାତିଲ କରିଛନ୍ତି । ହଂଗକଂଗ ପକ୍ଷରୁ ଜାରି କଟକଣା ଏବଂ ସେହି ରୁଟରେ ଯାତ୍ର ପାଇଁ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନଥିବା ଦର୍ଶାଇ ୨୩ ତାରିଖ ପର୍ଯ୍ୟନ୍ତ ସମସ୍ତ ଫ୍ଲାଇଟ୍ ବାତିଲ କରାଗଲା ବୋଲି ଏୟାର ଇଣ୍ଡିଆ ଅଧିକାରୀମାନେ ମଧ୍ୟ ରବିବାର ଟ୍ୱିଟ୍ କରିଛନ୍ତି । ବର୍ତ୍ତମାନ ଏୟାର ଇଣ୍ଡିଆ ଟାଟା କଂପାନୀଙ୍କ ମାଲିକାନାରେ ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS