ରାହୁଲଙ୍କ କାଠମାଣ୍ଡୁ ଗସ୍ତକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ


ପ୍ରସାଦ ରାଓ
ମଇ ୦୩
କଂଗ୍ରେସ ଘୋର ନେତୃତ୍ୱ ସଂକଟ ଦେଇ ଗତି କରୁଥିବା ବେଳେ ଦଳର ନେତା ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବିଦେଶରେ ଛୁଟି କାଟୁଛନ୍ତି ବୋଲି ବିଜେପି ନିକଟରେ କଟାକ୍ଷ କରିଥିଲା । ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭ୍ୟ ଟ୍ୱିଟରରେ ଏକ ଭିଡ଼ିଓ ପୋଷ୍ଟ୍ କରି ‘ରାହୁଲ ଗାନ୍ଧୀ ନେପାଳର ଏକ ନାଇଟ୍ କ୍ଲବରେ’ ବୋଲି ମନ୍ତବ୍ୟ ରଖିବା ପରେ ବିଜେପି-କଂଗ୍ରେସ ମଧ୍ୟରେ ବାକ୍ ବିନିମୟ ଜୋରଦାର ହୋଇଛି । ମାଲଭ୍ୟଙ୍କ ଭିଡ଼ିଓ ଭାଇରାଲ ହେବାରୁ ମଂଗଳବାର ଦିନ କଂଗ୍ରେସ ପକ୍ଷରୁ ଏହାକୁ ନେଇ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି । ଏଆଇସିସି ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାହୁଲ କେଉଁଠି (?) ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ କଂଗ୍ରେସର ଜନସଂପର୍କ ବିଭାଗ ମୁଖ୍ୟ ରଣଦୀପ ସୁରଜେୱାଲ କହିଛନ୍ତି, ରାହୁଲ ନେପାଳରେ ଅଛନ୍ତି ଓ ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଛନ୍ତି । ସୁରଜେୱାଲ ବିଜେପିକୁ କଟାକ୍ଷ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିନା ନିମନ୍ତ୍ରଣ ନଥାଇ ଅଚାନକ ପାକିସ୍ତାନରେ ପହଂଚି ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫଙ୍କ ଜନ୍ମଦିନରେ ସାମିଲ ହେଲେ ଓ କେକ୍ କାଟିଲେ, ରାହୁଲ ଗାନ୍ଧୀ କିନ୍ତୁ ନିମନ୍ତ୍ରଣ ନଥାଇ ନେପାଳ ଯାଇ ନାହାନ୍ତି । ନିଜର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ରାହୁଲ ଭାରତର ଏକ ବନ୍ଧୁରାଷ୍ଟ୍ରକୁ ଯାଇଛନ୍ତି । ବିବାହ କରୁଥିବା ବନ୍ଧୁ ଜଣକ ପେଶାରେ ଜଣେ ସାମ୍ବାଦିକ । ସୁରଜେୱାଲଙ୍କ ବୟାନକୁ ନେପାଳରୁ ପ୍ରକାଶ ପାଉଥିବା ‘କାଠମାଣ୍ଡୁ ପୋଷ୍ଟ୍’ ମଧ୍ୟ ପୃଷ୍ଟି କରିଛି । ଏହି ସମ୍ବାଦପତ୍ର ରିପୋର୍ଟକୁ ଉଧୃତ କରି ପିଟିଆଇ ଦ୍ୱାରା ପ୍ରସାରିତ ଖବରରେ କୁହାଯାଇଛି ଯେ ରହୁଲ ଗାନ୍ଧୀ ନିଜ ନେପାଳୀ ବନ୍ଧୁ ତଥା ସାମ୍ବାଦିକ ସୁମନିମା ଉଦାସଙ୍କ ବିବାହ ଉତ୍ସବରେ ଯୋଗଦେବାକୁ କାଠମାଣ୍ଡୁରେ ଅଛନ୍ତି । ଅଦ୍ୟାବଧି ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ବିବାହ ଉତ୍ସବରେ ଯୋଗଦେବା ଦେଶର ସଂସ୍କୃତି ଓ ପରଂପରାର ଅଭିନ୍ନ ଅଂଗ ହୋଇ ରହିଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ଦଳ ବିଜେପି ଏହାକୁ ବେଆଇନ ଘୋଷଣା କରିଦେବା କିଛି ବିଚିତ୍ର ନୁହେଁ ବୋଲି ସୁରଜେୱାଲ କଟାକ୍ଷ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS