ହରିିୟାନାରୁ ବିଷ୍ଫୋରକ ସହ ଚାରି ସନ୍ଦିଗ୍ଧ ଖାଲିସ୍ତାନୀ ଆତଙ୍କବାଦୀ ଗିରଫ


ଚଣ୍ଡିଗଡ଼
ମଇ ୦୫
ଆଜି ଭୋର ୪ଟା ସମୟରେ ପୁଲୁସ ହରିଆନାର ଏକ ଟୋଲ ପ୍ଲାଜା ନିକଟରୁ ଚାରି ଜଣ ସନ୍ଦିଗ୍ଧ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିଷ୍ଫୋରକ ଭର୍ତ୍ତି କଂଟେନର୍ ଜବତ କରିଛନ୍ତି । ସଂପୃକ୍ତ ସନ୍ଦିଗ୍ଧ ଆତଙ୍କବାଦୀମାନେ ମାରଣାସ୍ତ୍ର ଓ ବିଷ୍ଫୋରକ ଧରି ମହାରାଷ୍ଟ୍ରର ନାନେ୍ଦଦ ଓ ତେଲେଂଗାନାର ଆଦିଲାବାଦ ଅଭିମୁଖେ ଯାଉଥିବା ବେଳେ କର୍ଣ୍ଣଲର ବସ୍ତାରା ଟୋଲ୍ ପ୍ଲାଜା ନିକଟରେ ଧରା ପଡିଥିବା ପୁଲିସ କହିଛନ୍ତି । ମୁଖ୍ୟ ଅଭିଯୁକ୍ତ ଗୁରୁପ୍ରିତ ଜେଲରେ ଥିବା ସମୟରେ ରାଜବୀର ନାମକ ଜଣେ ଆତଙ୍କବାଦୀର ସଂସ୍ପର୍ଶରେ ଆସି ଥିଲା, ଯାହାର କି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସଂପୃକ୍ତି ରହିଛି । ଗୁରୁପ୍ରିତ ଓ ଅନ୍ୟ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଏକ ଧଳା ଟୟୋଟା ଇନୋଭା ଏସୟୁଭି ଗାଡ଼ିରେ ମାରଣାସ୍ତ୍ର ଓ ବିଷ୍ଫୋରକ ଧରି ଦିଲ୍ଲୀ ଅଭିମୁଖେ ଯିିବା ସମୟରେ କର୍ଣ୍ଣଲର ବସ୍ତାରା ଟୋଲ୍ ପ୍ଲାଜା ନିକଟରେ ସେମାନଙ୍କୁ ଗିରଫ କରାଯାଇଛି । ଗୁରୁପ୍ରିତ ସହ ଗିରଫ ହୋଇଥିବା ଅନ୍ୟ ତିନି ହେଉଛନ୍ତି – ଭୂପିନ୍ଦର, ଅମନଦୀପ ଓ ପରମିନ୍ଦର । ସମସ୍ତେ ପଂଜାବ ଅଧିବାସୀ ଏବଂ ଆଇଏସଆଇ ସହ ସେମାନଙ୍କ ସଂପର୍କ ରହିଛି ବୋଲି ପୁଲିସ କହିଛି । ପୁଲିସ କହିବା ଅନୁଯାୟୀ, ପାକିସ୍ତାନରୁ ହରବିନ୍ଦର ସିଂହ ନାମକ ଜଣେ ଆତଙ୍କବାଦୀ ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ସହ ନିରେଦେଶ ଦେଉଥିଲେ । ସେହି ନିର୍ଦେଶକୁ ମାନି ଅଭିଯୁକ୍ତମାନେ ଦେଶର ବିଭିନ୍ନ ଅଂଚଳରେ ମାରଣାସ୍ତ୍ର ଓ ବିଷ୍ଫୋରକ ପହଂଚାଉ ଥିଲେ । ବିଭିନ୍ନ ସ୍ଥାନରେ ବିଷ୍ଫୋରଣ ଘଟାଇ ଆତଙ୍କର ବାତାବରଣ ସୃଷ୍ଟି କରିବା ଉଦ୍ଦେଶରେ ସେମାନଙ୍କ ମାଧ୍ୟମରେ ଆଇଇଡ଼ି (ଇଂପ୍ରୋଭାଇଜଡ଼ ଏକ୍ସପ୍ଲୋସିଭ ଡ଼ିଭାଇସ୍) ମଧ୍ୟ ପଠା ଯାଉଥିଲା । ସନ୍ଦିଗ୍ଧ ଆତଙ୍କବାଦୀ ଦୁଇଟି ସ୍ଥାନରେ ଆଇଇଡ଼ି ପହଂଚାଇବାରେ ସଫଳ ମଧ୍ୟ ହୋଇଛନ୍ତି । ତେବେ, ଆଜି ଭୋରରେ ଦିଲ୍ଲୀ ଆଡକୁ ଯିବା ସମୟରେ ଧରା ପଡିଛନ୍ତି । ପୁଲିସ ଚାରି ସନ୍ଦିଗ୍ଧ ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ୩୧ଟି ଗୁଳି, ଚାରିଟି ଲୁହା କଂଟେନରରେ ଭର୍ତ୍ତି ବିଷ୍ଫୋରକ (ଆଇଇଡ଼ି) ଏବଂ ୧.୩୦ ଲକ୍ଷ ଟଙ୍କା ଜବତ କରିଛି । ସଂପୃକ୍ତ ସନ୍ଦିଗ୍ଧ ଆତଙ୍କବାଦୀମାନେ ମୁଖ୍ୟତଃ କୁରିୟର ଭାବେ କାର୍ଯ୍ୟ କରନ୍ତି । ଗୋଟିଏ ଇନୋଭା ଗାଡିରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ବିଷ୍ଫୋରକ ଧରି ତେଲେଂଗାନାର ଆଦିଲାବାଦ ଅଭିମୁଖେ ଯାଉଥିବା ବେଳେ ହରିୟାନାର କର୍ଣ୍ଣଲ ନିକଟରେ ଧରା ପଡିଛନ୍ତି ବୋଲି ପ୍ରାଥମିକ ତଦନ୍ତ ପରେ କର୍ଣ୍ଣଲ ରେଂଜ୍ ପୁଲିସ ଆଇଜି ସତେନ୍ଦ୍ର କୁମାର ଗୁପ୍ତା ଏକ ସମ୍ବାଦ ସରବରାହ ସଂସ୍ଥାକୁ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ଅଣାଯିବା ପରେ ବିସ୍ତୁତ ଭାବେ ଜେରା କରାଯିବ ବୋଲି ଗୁପ୍ତା କହିଛନ୍ତି । ଜବତ ତିନି ଲୁହା କଂଟେନରରେ ମାରାତ୍ମକ ବିଷ୍ଫୋରକ ଆରଡ଼ିଏକ୍ସ ଭରପୁର ଥିବା ପୁଲିସ ଅନୁମାନ କରି ବିଷ୍ଫୋରକ ବିଶେଷଜ୍ଞ ଦ୍ୱାରା ଯାଂଚ ଚଳାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS