ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ ଦେବଙ୍କ ଇସ୍ତଫା


ପ୍ରସାଦ ରାଓ
ମେ’ ୧୪
ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ରାଜ୍ୟପାଳ ଏସ.ଏନ.ଆର୍ଯ୍ୟଙ୍କୁ ଭେଟି ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବା ପରେ ଦଳ ତାଙ୍କୁ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିବାକୁ ଚାହୁଁ ଥିବାରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି । ଆସନ୍ତା ବର୍ଷ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିପ୍ଳବ ଦେବ ବର୍ଷେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟପାଳଙ୍କୁ ଭେଟି ସାରିବା ପରେ ଦେବ କହିଛନ୍ତି, ତାଙ୍କ ପାଇଁ ଦଳ ହେଉଛି ସବୁଠାରୁ ଉପରେ । ସେ ଦଳର ରାଜ୍ୟ ସଭାପତି ଭାବେ ହେଉ ବା ମୁଖ୍ୟମନ୍ତ୍ରୀ ଭାବେ, ବିଜେପ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ସଠିକ ଭାବେ କାର୍ଯ୍ୟକାରୀ କରିଛନ୍ତି ଏବଂ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି । ଦଳର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସେ ତୃଣମୂଳସ୍ତରରେ କାର୍ଯ୍ୟ କରିବାକୁ ପସନ୍ଦ କରିବେ । ମୁଖ୍ୟମନ୍ତ୍ରୀ ଦେବ ଗୁରୁବାର ଦିନ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟି ଉତ୍ତର-ପୂର୍ବାଂଚଳ ରାଜ୍ୟ ବ୍ୟାପାରରେ ଆଲୋଚନା କରିଥିଲେ । ରାଜ୍ୟରେ ବିଜେପିକୁ ସୁଦୃଢ କରିବା ଦିଗରେ ସେ କାର୍ଯ୍ୟ କରିବା ଦଳ ଚାହୁଁଛି । ତେଣୁ, ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଦେବ କହିଥିବା ବେଳେ ଦଳର ରାଜ୍ୟ ଶାଖାରେ ବ୍ୟାପକ ଗୋଷ୍ଠୀ କନ୍ଦଳ କାରଣରୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS