ସୁନିଲ ଝାକରଙ୍କ ପରେ ହାର୍ଦ୍ଦିକ ପଟେଲ !
ପ୍ରସାଦ ରାଓ
ମେ’ ୧୮
୨୦୧୪ ପରଠାରୁ ବାରମ୍ବାର ନିର୍ବାଚନ ବିପର୍ଯ୍ୟୟର ସାମ୍ନା କରି ଆସୁଥିବା କଂଗ୍ରେସ ଦଳକୁ ପୁନରୁଜ୍ଜୀବିତ କରିବା ସକାଶେ ଉଦୟପୁର ନବସଂକଳ୍ପ ଚିନ୍ତନ ଶିବିର ଭଳି ଦଳରେ ମନ୍ଥନ ଚାଲି ଥିବା ବେଳେ ଜଣେ ପରେ ଜଣେ କଂଗ୍ରେସ ନେତା ଦଳ ଛାଡୁ ଥିବା ନେତୃତ୍ୱ ପାଇଁ ବଡ ଚ୍ୟାଲେଂଜ ହୋଇଛି । ମେ’ ତାରିଖ ଉଦୟପୁର ଚିନ୍ତନ ଶିବର ଆରମ୍ଭ ଦିନ ପଂଜାବ କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ସୁନିଲ ଝାକର କଂଗ୍ରେକୁ ବାଦୟ ଜଣାଇ ‘ଫେସ୍ ବୁକ୍’ ଲାଇଭରେ ଦଳ ଛାଡୁ ଥିବା ଘୋଷଣା କରିଥିଲେ । କଂଗ୍ରେସର ଚିନ୍ତନ ଶିବିରକୁ ସେ ସମାଲୋଚନା କରି ଏଥିରେ କିଛି ହେବାର ନାହିଁ ବୋଲି କହିଥିଲେ । ଚିନ୍ତନ ଶିବର ସରିବାର ଦୁଇ ଦିନ ପରେ ଗୁଜରାଟର ହାଇ-ପ୍ରୋଫାଇଲ ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ୨୦୧୯ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହାର୍ଦ୍ଦିର୍କଙ୍କୁ କଂଗ୍ରେସରେ ନେଇଥିଲେ । ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ହାର୍ଦ୍ଦିକଙ୍କ ଇସ୍ତଫା ଏବଂ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କଂଗ୍ରେସ ପାଇଁ ଶକ୍ତ ଧକ୍କା ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ହାର୍ଦ୍ଦିକ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ପଠାଇ ଥିବା ଇସ୍ତଫାପତ୍ରରେ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । କଂଗ୍ରେସ ନେତାମାନେ ସେମାନଙ୍କ ମୋବାଇଲ ଫୋନରେ ବ୍ୟସ୍ତ, ଗୁଜରାଟ ସମସ୍ୟା ଶୁଣିବାକୁ କାହାରି ପାଖରେ ସମୟ ନାହିଁ । ଦଳର ବହୁ ବରିଷ୍ଠ ନେତାଙ୍କୁ ଭେଟିବା ସମୟରେ ତାଙ୍କର ଏହା ହେଉଛି ଅନୁଭବ ବୋଲି ହାର୍ଦ୍ଦିକ କହିଛନ୍ତି । ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଯାଇଥିବା ସମୟରେ ସେ ଏକା ତାଙ୍କୁ ଭେଟି ରାଜ୍ୟର ସମସ୍ୟା ନେଇ ଆଲୋଚନା କରିବାକୁ ଚାହିଁଥିଲେ । ତେବେ, ରାହୁଲ ତାଙ୍କୁ ଏକାକୀ ଭୋଟିବାକୁ ସୁଯୋଗ ଦେଇ ନଥିଲେ ବୋଲି ହାର୍ଦ୍ଦିକ ଅଭିଯୋଗ କରିଛନ୍ତି । ଦେଶ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଆମେ ନେତା ବିଦେଶରେ ସମୟ ବିତାଉଛନ୍ତି ବୋଲି ହାର୍ଦ୍ଦିକଙ୍କ ସମାଲୋଚନା ବିଜେପି ସ୍ୱର ସହ ଖାପ ଖାଉଛି । ତେଣୁ, ସେ ନିର୍ବାଚନ ପୂର୍ବରୁ କୌଣସି ଚାପରେ ବିଜେପି ମୁହାଁ ହୋଇଛନ୍ତି ବୋଲି ଗୁଜରାଟର କଂଗ୍ରେସ ନେତାମାନେ ପାଲଟା ଅଭିଯୋଗ କରିଛନ୍ତି । ଗୁଜରାଟର ଯୁବ ନେତା ହାର୍ଦ୍ଦିକ ପଟେଲ ପଟ୍ଟଦାରଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବି କରି ଗୁଜରାଟରେ ବଡ ଧରଣର ଆନ୍ଦୋଳନର ନେତୃତ୍ୱ ନେବା ପରେ ଦେଶବାସୀଙ୍କ ନଜରକୁ ଆସି ଥିଲେ । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିର ସେ କଟୁ ସମାଲୋଚକ ଥିଲେ । ରାହୁଲ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକଙ୍କୁ କଂଗ୍ରେସକୁ ଆଣି ଥିଲେ ଏବଂ ତାଙ୍କୁ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦେଇଥିଲେ । ତେବେ, ଦଳର ନେତୃତ୍ୱ ତାଙ୍କୁ ଗୁରୁତ୍ୱ ଦେଉନଥିବାରୁ ଦଳ ଭିତରେ ସେ ଅଣନିଶ୍ୱାସୀ ଅନୁଭବ କରୁଥିବା ହାର୍ଦ୍ଦିକ କିଛି ମାସ ହେଲା ଅଭିଯୋଗ କରି ଆସୁଥିଲେ । କଂଗ୍ରେସ ନେତୃତ୍ୱ, ବିଶେଷ କରି ଦଳର ନେତା ରାହୁଲ ଗାନ୍ଧୀ ଗୁଜରାଟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଏବଂ ସେଠାରେ ଲାଗି ରହିଥିବା ଦଳୀୟ ସଂକଟର ସମାଧାନ କରିବାକୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆଯାଇ ନଥିବା ଏବଂ ରାହୁଲ ଗାନ୍ଧୀ ନିକଟରେ ଗୁଜରାଟ ଗସ୍ତରେ ଯାଇଥିବା ବେଳେ ଏକାକୀ ଆଲୋଚନା କରିବାକୁ ତାଙ୍କୁ ସମୟ ଦେଇ ନଥିବାରୁ ସେ ଇସ୍ତଫା ଦେଇଥିବା ହାର୍ଦ୍ଦିକ କହିଥିବା ବେଳେ ବିଜେପି ଦ୍ୱାରା ଲିଖିତ ସ୍କ୍ରିପ୍ଟ୍ ସେ ପଢୁଛନ୍ତି ବୋଲି ଗୁଜରାଟର କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି । ହାର୍ଦ୍ଦିକ ଗଲା ଦୁଇ ମାସ ହେଲା ବିଜେପିର ସଂପର୍କରେ ଥିଲେ ଏବଂ ଅତିଶୀଘ୍ର ସେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ବୋଲି କଂଗ୍ରେସ କହିଛି । ତେବେ, ହାର୍ଦ୍ଦିକ ଏଭଳି ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS