ଦୁର୍ନୀତି ଅଭିଯୋଗରେ ପଂଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ବହିଷ୍କୃତ
ପ୍ରସାଦ ରାଓ
ମେ’ ୨୪
ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଦୁର୍ନୀତି ଅଭିଯୋଗରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଂଗଲାଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରିଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ସିଂଗଲା ପ୍ରତ୍ୟେକ ସରକାରୀ ଟେଣ୍ଡରରେ ଏକ ପ୍ରତିଶତ କମିସନ ଦାବି କରୁଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ରହିଛି । ସିଂଗଲାଙ୍କ ଦୁର୍ନୀତି ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ମାନ୍ ତାଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରିବା ସହ ସିଂଗଲାଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ରାଜ୍ୟରେ ଦୁଇ ମାସ ହେଲା ଭଗୱାନ୍ତଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ପ୍ରତିଷ୍ଠା ହୋଇଛି । ଦୁର୍ନୀତିକୁ ନେଇ ‘ଶୂନ୍ୟ ସହନଶୀଳତା’ ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଘୋଷିତ ନୀତି ବୋଲି ଦର୍ଶାଇ ପଂଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ସିଂଗଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସେ ଯଥାର୍ଥ ଦର୍ଶାଛନ୍ତି । ସିଂଗଲାଙ୍କ ବିରୋଧରେ ସରକାରଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି । ସରକାରକୁ ଦୁର୍ନୀତି ମୁକ୍ତ ରଖିବା ତାଙ୍କ ସରକାର ଚାହୁଁ ଥିବାରୁ ସିଂଗଲାଙ୍କ ବିରୋଧରେ ଆଜି ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ସିଂଗଲା ତାଙ୍କ ଭୁଲ ମାନି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ସିଂଗଲାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନରୁ ବିରୋଧୀ ଫାଇଦା ନେବାକୁ ଉଦ୍ୟମ କରି ପାରନ୍ତି । ତେବେ, ତାଙ୍କ ସରକାର ଦୁର୍ନୀତିକୁ ମୋଟେ ପ୍ରଶ୍ରୟ ଦେବେ ନାହିଁ । ‘ଆପ୍’ ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ୨୦୧୫ରେ ଦୁର୍ନୀତି ଅଭିଯୋଗରେ ତାଙ୍କ ସରକାରର ଜଣେ ମନ୍ତ୍ରୀଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରିଥିବା ନଜିର ରହିଛି । ସିଂଗଲା ପଂଜାବର ମନସା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି । ୨୦୨୨ ବିଧାନସଭା ନିର୍ବାଚନରେ ସେ ସର୍ବାଧିକ ସଂଖ୍ୟକ ଭୋଟ ପାଇଁ ବିଜୟୀ ହୋଇଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS