ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ: ବିଜେଡ଼ିର ବିପୁଳ ବିଜୟ


ଭୁବନେଶ୍ୱର
ଜୁନ ୦୩
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ମେ’ ୩୧ ତାରିଖରେ ହୋଇଥିବା ଉପ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ବିରାଟ ବିଜୟ ହୋଇଛି । ସେ ହେଉଛନ୍ତି ଦିଗଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ । ଏହି ଉପ ନିର୍ବାଚନରେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି ୯୩ ହଜାର ୯୫୩ ଭୋଟ ପାଇ ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ବିଜେପିରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ କିଶୋର ପଟେଲ ପ୍ରାର୍ଥୀ ଥିଲେ । କଂଗ୍ରେସ ପ୍ରାର୍ଥୀ ପଟେଲଙ୍କୁ ୨୭, ୮୩୧ ଭୋଟ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୨୨,୩୧୬ ଭୋଟ ମିଳିଛି । ଆଶ୍ଚର୍ଯ୍ୟଜନକ ଭାବେ ବ୍ରଜରାଜନଗର ଉପ ନିର୍ବାଚନରେ କଂଗ୍ରେସ ବିଜେପି ଅପେକ୍ଷା ଅଧିକ ଭୋଟ ବ୍ୟବଧାନରେ ଆଗରେ ରହି ଦ୍ୱିତୀୟ ସ୍ଥାନକୁ ଉଠିଛି । ଏହା ରାଜ୍ୟ କଂଗ୍ରେସ ମନୋବଳ ବଢାଇଛି । ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କ ପ୍ରାର୍ଥୀତ୍ୱ କଂଗ୍ରେସର ଉତ୍ଥାନରେ ସହାୟକ ହୋଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ଉପ ନିର୍ବାଚନରେ ବିଜେଡ଼ି ପ୍ରତି ବିପୁଳ ସମର୍ଥନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS