ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ହତ୍ୟା !
ପ୍ରସାଦ ରାଓ
ଜୁଲାଇ ୦୮
ଆଜି ସକାଳେ ଜାପାନର ପଶ୍ଚିମାଂଚଳ ସହର ନାରାଠାରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସଂସଦର ଉପର ଗୃହ ପାଇଁ ରବିବାର ହେବାକୁ ଥିବା ନିର୍ବାଚନ ନିମନ୍ତେ ସେ ଏକ ନିର୍ବାଚନ ସଭାରେ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିବା ଜଣାପଡିଛି । ପୁଲିସ ଏହି ଗୁଳିକାଣ୍ଡ ଘଟାଇ ଥିବା ତେତସୂୟା ୟାମାଗାମୀ ନାମକ ଜଣେ ୪୧ ବର୍ଷିୟ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ୬୭ ବର୍ଷ ବୟସ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କ ହତ୍ୟା ଘଟଣା ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଘଟଣାର ନିନ୍ଦା କରିବା ସହ ନିର୍ବାଚନ ପ୍ରଚାର ସମୟରେ ହୋଇଥିବା ଏହି ଗୁଳିମାଡ଼ ଜାପାନର ଗଣତାନ୍ତ୍ରିକ ମୁଳଦୂଆ ଉପରେ ଆକ୍ରମଣ, ଯାହାକି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ସନ୍ଦିଗ୍ଧ ଆତତାୟୀ ୟାମାଗାମୀ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିଲା ଏବଂ ତାଙ୍କୁ ହତ୍ୟା କରିବାକୁ ଚାହୁଁ ଥିଲା ବୋଲି ପୁଲିସ ନିକଟରେ କହିଥିବା ପୁଲିସକୁ ଉଦ୍ଧାର କରି ଏନଏଚକେ ଖବରରେ କୁହାଯାଇଛି । ଜାପାନର ମୁଖ୍ୟ କ୍ୟାବିନେଟ ସେକ୍ରେଟାରୀ ହିରୋକାଜୁ ମାତସୁନେ ଗଣମାଧ୍ୟମକୁ କହିଛନ୍ତି, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟରେ ପଶ୍ଚିମ ଜାପାନର ନାରା ସହରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଉପରେ ଗୁଳିମାଡ଼ ହୋଇଛି । ଗୁଳିକାଣ୍ଡରେ ସଂପୃକ୍ତ ଜଣେ ସନ୍ଦିଗ୍ଧ ସୁଟର୍ କୁ ପୁଲିସ ହେପାଜତକୁ ନେଇଛି । ତେବେ, ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋଙ୍କ ଅବସ୍ଥା କେମିତି ଅଛି ତୁରନ୍ତ ଜଣାପଡିନାହିଁ । ଅପରପକ୍ଷରେ, ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ହତ୍ୟା ଘଟଣାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି । ସିଂଜୋ ଆବେ ତାଙ୍କର ଜଣେ ଭଲ ବନ୍ଧୁ ଥିଲେ ବୋଲି ଦର୍ଶାଇ ମୋଦୀ କହିଛନ୍ତି, ସିଂଜୋ ଆବେ ଜଣେ ଦକ୍ଷ ବିଶ୍ୱ ନେତା ଓ ପ୍ରଶାସକ ଥିଲେ ଏବଂ ଜାପାନ ସମେତ ସମଗ୍ର ବିଶ୍ୱ ପାଇଁ ତାଙ୍କର ଅବଦାନ ଅତୁଳନୀୟ । କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଆଜି ଟ୍ୱିଟ୍ କରି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ମର୍ମାହତ ଥିବା କହିଛନ୍ତି । ଜୟଶଙ୍କର ସିଂଜୋ ଆବେଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS