ଶୁକ୍ରବାରରୁ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୧୩
ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ସରକାରୀ ହସପିଟାଲ ମାଧ୍ୟମରେ ମାଗଣାରେ କରୋନାର ବୁଷ୍ଟର ଡୋଜ୍ ଯୋଗାଇ ଦିଆଯିବ । ଆସନ୍ତା ଶୁକ୍ରବାରରୁ ୭୫ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ଆଜି ସରକାରୀ ଭାବେ କୁହାଯାଇଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ସରକାର ‘ଆଜାଦୀର ଅମ୍ରିତ ମହୋତ୍ସବ’ ପାଳନ କରୁଥିବାରୁ ତୃତୀୟ ଡୋଜ୍ କଭରେଜ୍ ବଢାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଦେଶରେ ୧୮ରୁ ୫୯ ବର୍ଷ ବୟସ ସୀମାର ୭୭ କୋଟି ଜନତା ତୃତୀୟ ଡୋଜ୍ ନେବାକୁ ଥିବା ବେଳେ ଏଯାବତ୍ ୧ ପ୍ରତିଶତରୁ କମ୍ ଏହି ବୁଷ୍ଟର ଡୋଜ୍ ନେଇଛନ୍ତି । ଅପରପକ୍ଷରେ, ୬୦ ବର୍ଷରୁ ଅଧିକ ବୟସ ସୀମାର ୧୬ କୋଟି ହିତାଧିକାରୀଙ୍କ ମଧ୍ୟ ୨୬ ପ୍ରତିଶତ ବୁଷ୍ଟର ବା ପ୍ରକାସନାରୀ ଡୋଜ୍ ନେଇଥିବା ଜଣାପଡିଛି । ଆଇସିଏମଆର ପକ୍ଷରୁ ହୋଇଥିବା ଅନୁଧ୍ୟାନ ଅନୁଯାୟୀ, ଦେଶର ଅଧିକାଂଶ ହିତାଧିକାରୀ ନଅ ମାସ ତଳୁ ଦୁଇ ଡୋଜ୍ କୋଭିଡ଼ ଟିକା ନେଇ ସାରିଛନ୍ତି । ଛଅ ମାସ ପର୍ଯ୍ୟନ୍ତ ଏହି ଟିକା କାମ କରୁଥିବାରୁ ଇମ୍ୟୁନିଟ ବଢାଇବା ପାଇଁ ତୃତୀୟ ବା ବୁଷ୍ଟର୍ ଡୋଜ୍ ନେବା ନିତାନ୍ତ ଆବଶ୍ୟକ । ତେଣୁ, ସରକାର ଜୁଲାଇ ୧୫ ତାରିଖରୁ ୭୫ ଦିନ ପାଇଁ ମାଗଣାରେ ବୁଷ୍ଟର ଡୋଜ୍ ଟିକା ଦେବା ଅଭିଯାନ ଆରମ୍ଭ କରୁଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ଦେଶର ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇ ଥିବା ବେଳେ ୮୭ ପ୍ରତିଶତ ଲୋକ ଦୁଇ ଡୋଜ୍ ଟିକା ନେଇ ସାରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS