ମହାରାଷ୍ଟ୍ର ସମୁଦ୍ର ଉପକୂଳରେ ଅସ୍ତ୍ରଶସ୍ତ୍ର ବୋଝେଇ ସନ୍ଦିଗ୍ଧ ବୋଟ !
ମୁମ୍ବାଇ
ଅଗଷ୍ଟ ୧୮
ମୁମ୍ବାଇରୁ ୧୯୦ କିମି ଦୂର ମହାରାଷ୍ଟ୍ର ରାୟଗଡ ଜିଲ୍ଲାÿ ହରିହରେଶ୍ୱର ସମୁଦ୍ର କୂଳରେ ଲାଗିଛି ଏକ ସନ୍ଦିଗ୍ଧ ବୋଟ, ଯେଉଁଥିରେ କି ତିନିଟି ଏକେ-୪୭ ରାଇଫଲ ସମେତ ଗୁଳାଗୋଳା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବୋଝେଇ ହୋଇଛି । ବୋଟର କେହି ଦାବିଦାର ନଥିବା ବେଳେ ତାହା ଭାସି ଭାସି ଆସି ସମୁଦ୍ର କୂଳରେ ଲାଗି ଥିବା ପୁଲିସ ଅନୁମାନ କରୁଛି । ଆଗକୁ ମହାବିନାୟକ ପୂଜା ଥିବାରୁ ସେହି ସମୟରେ ମୁମ୍ବାଇରେ କିଛି ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଅସ୍ତ୍ରଶସ୍ତ୍ର ଠୁଳ କରାଯାଉଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ସଂପୃକ୍ତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ତଦନ୍ତ କରୁଥିବା ରାୟଗଡ଼ ପୁଲିସ କହିଛନ୍ତି । ରାୟଗଡ଼ ଏସପି ଅଶୋକ ଦୁଧେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ବୋଟକୁ ଯାଂଚ କରିଛନ୍ତି । ମୁମ୍ବାଇରେ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ସ୍ଥାନୀୟ ଲୋକ(ମତ୍ସ୍ୟଜୀବୀ) ଅସ୍ତ୍ରଶସ୍ତ୍ର ବୋଝେଇ ହୋଇ କୂଳରେ ଲାଗି ଥିବା ଏହି ବୋଟକୁ ଦେଖି ସୁରକ୍ଷା ଏଜେନ୍ସୀଙ୍କୁ ଖବର ଦେଇଥିଲେ । ଆସନ୍ତା କାଲି ଦହି ହାଣ୍ଡି ଓ ମହାବିନାୟକ ପୂଜାକୁ ମାତ୍ର ୧୦ ଦିନ ବାକି ରହିଛି । ମହାରାଷ୍ଟ୍ର, ବିଶେଷକରି ମୁମ୍ବାଇରେ ବିଶ୍ୱ ପ୍ରସିଦ୍ଧ ମହାବିନାୟକ ପୂଜା ଧମଧାମରେ ହୋଇଥାଏ । ପୂଜା ଆରମ୍ଭର ଗୋଟିଏ ଦିନ ପୂର୍ବରୁ ରାୟଗଡ଼ ସମୁଦ୍ର ଉପକୂଳରେ ଏଭଳି ଏକ ଅସ୍ତ୍ରଶସ୍ତ୍ର ଭରା ବୋଟର ଉପସ୍ଥିତି ଆତଙ୍କିତ କଲା ଭଳି । ତେଣୁ, ରୟଗଡ଼ ବାଧାୟିକା ଅଦିତି ତତକରେ ଉଦ୍ବେଗ ପ୍ରକାଶ କରିବା ସହ ଏହାର ସ୍ୱତନ୍ତ୍ର ତଦନ୍ତ ନିମନ୍ତେ ନିର୍ଦେଶ ଦେବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଅନୁରୋଧ କରିଛନ୍ତି । ବିନାୟକ ପୂଜା ସମୟରେ ମୁମ୍ବାଇରେ ବହୁ ସଂଖ୍ୟାରେ ଜନସମାଗମ ହେଉଥିବାରୁ ଏବଂ ପୂଜା ଅବସରରେ ରାଜ୍ୟ ବାହାରୁ ମଧ୍ୟ ଲୋକ ଆସୁ ଥିବାରୁ ସୁରକ୍ଷା ବଡ଼ ପ୍ରଶ୍ନ ହୋଇଛି ବୋଲି ସେ କହିଛନ୍ତି । ୧୬ ମିଟର ଲମ୍ବ ଏହି ବୋଟଟି ଅଷ୍ଟ୍ରେଲିଆର ଏବଂ ତାହା ମସକଟ୍ ଦେଇ ୟୁରୋପ ଯାଉଥିଲା । ସେଥିରେ ଲଦା ହୋଇଥିବା ତିନିଟି ଏକେ-୪୭ ରାଇଫଲର ବିଭିନ୍ନ ପୂର୍ଜା ଅଲଗା ଅଲଗା ହୋଇ ରହିଛି । ସେସବୁ ଖରାପ ଅବସ୍ଥାରେ ରହିଛି ବୋଲି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଅପରାହ୍ନରେ ଗଣମାଧ୍ୟମକୁ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS