ଶିବସେନା ସିନ୍ଧେ ଗୋଷ୍ଠୀକୁ ମିଳିଲା ‘ଦୁଇଟି ଖଣ୍ଡା ଓ ଗୋଟିଏ ଢାଲ’ ଚିହ୍ନ


ପ୍ରସାଦ ରାଓ
ଅକ୍ଟୋବର ୧୧
ଭାରତୀୟ ନିର୍ବାଚନ ଆୟୁକ୍ତ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବସେନା ଗୋଷ୍ଠୀକୁ ‘ଦୁଇଟି ଖଣ୍ଡା ଓ ଗୋଟିଏ ଢାଲ’ ନିର୍ବାଚିନ ଚିହ୍ନ ମଂଜୁର କରିଛନ୍ତି । ସିନ୍ଧେ ଗୋଷ୍ଠୀ ‘ଗୋଟିଏ ଖଣ୍ଡା ଓ ଢାଲ’ ଚିହ୍ନ ପାଇଁ ଆବେଦନ କରିଥିଲେ । ତେବେ, ଢାଲ-ତଲୱାର’ ଚିହ୍ନ ମାଗଣା ନିର୍ବାଚନ ଚିହ୍ନ ତାଲିକାରେ ନଥିବାରୁ ସିନ୍ଧେ ଗୋଷ୍ଠୀକୁ ସେହି ନିର୍ବାଚନ ଚିହ୍ନ ଦେବା ସମ୍ଭବ ହୋଇନି । ଅନ୍ୟପକ୍ଷରେ, ‘ଦୁଇଟି ଖଣ୍ଡା ଓ ଢାଲ’ ଚିହ୍ନ ପାଇଥିବା ‘ପିପୁଲ୍ସ ଡେମୋକ୍ରେଟିକ ମୁଭମେଂଟ’ ନାମକ ରାଜ୍ୟସ୍ତରୀୟ ରାଜନୈତିକ ଦଳ ୨୦୦୪ରେ ନିର୍ବାଚନ ଆୟୋଗ ଦ୍ୱାରା ଅଣ-ପଂଜୀକୃତ ହୋଇଥିବା ଦୃଷ୍ଟିରୁ ସେହି ନିର୍ବାଚନ ଚିହ୍ନ ତାଙ୍କୁ ଦିଆଯାଇଥିବା ନିର୍ବାଚନ କମିଶନ ସିନ୍ଧେ ଗୋଷ୍ଠୀକୁ ସୂଚିତ କରିଛନ୍ତି । ଗତକାଲି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀକୁ ନିର୍ବାଚନ କମିଶନ ‘ମଶାଲ’ ଚିହ୍ନ ମଂଜୁର କରିଥିଲେ । ଗତ ଜୁନ ମାସରେ ଏକନାଥ ସିନ୍ଧେ ଶିବସେନାରେ ବିଭାଜନ ଘଟାଇ ରାଜ୍ୟରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ‘ମହା ବିକାଶ ଅଘାଡି’ ସରକାରର ପତନ ଘଟାଇବା ପରେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର କରିଛନ୍ତି । ଏହା ପରଠାରୁ ‘ଶିବସେନା’ର ନାମ ଓ ଦଳର ନିର୍ବାଚନ ଚିହ୍ନ ‘ଧନୁ-ତୀର’କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଛି । ଉଭୟ ଗୋଷ୍ଠୀ ନିଜକୁ ପ୍ରକୃତ ‘ଶିବସେନା’ ବୋଲି ଦାବି କରିବା ସହ ‘ଧନୁ-ତୀର’ ଚିହ୍ନ ପାଇଁ ନିର୍ବାଚନ କମିଶନ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ସୁପ୍ରିମ କୋର୍ଟରେ ମଧ୍ୟରେ ଦୁଇ ଗୋଷ୍ଠୀର ପରସ୍ପର ବିରୋଧୀ ଆବେଦନମାନ ବିଚାରାଧୀନ ରହିଛି । ଦଳର ନାମ ଓ ନିର୍ବାଚନ ଚିହ୍ନକୁ ନେଇ ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ଯେଉଁ ଟଣାଓଟରା ଚାଲିଛି ନିର୍ବାଚନ କମିଶନ ତାହା ଉପରେ ନିଷ୍ପତ୍ତି ନେଉ ବୋଲି ସୁପ୍ରିମ କୋର୍ଟ କହି ଦେବା ପରେ ନିର୍ବାଚନ କମିଶନ ସାମୟିକ ଭାବେ ଦୁଇ ଗୋଷ୍ଠୀକୁ ଦୁଇଟି ଦୁଇଟି ନୂଆ ନାମ ଓ ନିର୍ବାଚନ ଚିହ୍ନ ମଂଜୁର କରିଛନ୍ତି । ଆସନ୍ତା ୩ ତାରିଖ ମହାରାଷ୍ଟ୍ରର ଅନେ୍ଧରୀ ଇଷ୍ଟ୍ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ କମିଶନ ‘ଶିବସେନା’ ନାମ ଓ ଦଳର ‘ଧନୁ-ତୀର’ ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରି ଦେଇ ନୂଆ ନାମ ଓ ନିର୍ବାଚନ ଚିହ୍ନ ପାଇଁ ଆବେଦନ କରିବାକୁ ଅନ୍ତରୀଣ ଆଦେଶ ଦେଇଥିଲେ । ଗତକାଲି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀକୁ ‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ’ ନାମ ମିଳି ଥିବା ବେଳେ ସିନ୍ଧେ ଗୋଷ୍ଠୀକୁ ‘ବାଲାସାହେବାଂଚି ଶିବସେନା’ ନାମ ମିଳି ଥିଲା । ଆଜି ସିନ୍ଧେ ଗୋଷ୍ଠୀ ନୂଆ ନିର୍ବାଚନ ଚିହ୍ନ ପାଇଛନ୍ତି । ତେବେ, ସିନ୍ଧେ ଗୋଷ୍ଠୀ ୩ ତାରିଖ ଅନେ୍ଧରୀ ଇଷ୍ଟ୍ ବିଧାନସଭା ଉପ ନିର୍ବାଚନରେ ପ୍ରାର୍ଥୀ ନଦେଇ ବିଜେପିକୁ ଏହି ଆସନ ଛାଡି ଥିବାରୁ ଉଦ୍ଧବ ଗୋଷ୍ଠୀ ହିଁ ନୂଆ ନାମ ଓ ନୂଆ ଚିହ୍ନକୁ ନେଇ ନିର୍ବାଚନ ମଇଦାନରେ ରହୁଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS