ମୃତ୍ୟୁକୁ ନିମନ୍ତ୍ରଣ ନୁହେଁ ତ କଣ ?
ପ୍ରସାଦ ରାଓ
ଅକ୍ଟୋବର ୧୭
ଗତ ୧୪ ତାରିଖ ଅର୍ଥାତ ଶୁକ୍ରବାର ଦିନ ୟୁପିର ପୂର୍ବାଂଚଳ ଏକ୍ସପ୍ରେସୱେରେ ଘଟି ଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାର ହୃଦୟ ବିଦାରକ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଦୁର୍ଘଟଣା ସମୟରେ ଏହି ଅତ୍ୟାଧୁନିକ ବିଳାଶଯୁକ୍ତ ବିଏମଡବ୍ଲୁ୍ୟ ଗାଡିଟି ଏକ୍ସପ୍ରେସ୍ୱେରେ ଘଂଟାକୁ ୨୩୦ କିମି ଗତିରେ ଯାଉଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ କଂଟେନର ଟ୍ରକ ସହ ପିଟି ହୋଇ ସଂପୂର୍ଣ୍ଣ ଚୁରମାର ହୋଇଯାଇଛି । ଗାଡିରେ ଥିବା ଚାରି ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ପୂର୍ବରୁ ଗାଡିରେ ଥିବା ଜଣେ ସହଯାତ୍ରୀଙ୍କ ଫେସବୁକ୍ ଲାଇଭ୍ ଦୁର୍ଘଟଣାର କାରଣକୁ ନେଇ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଥିବା ଜଣାପଡିଛି । ବିଏମଡବ୍ଲ୍ୟୁ ଗାଡିଟି ଶୁକ୍ରବାର ଦିନ ୟୁପିର ସୁଲତାନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ଗାଡିର ବେଗ ଘଂଟାକୁ ୨୩୦ କିମି ଥିବା ବେଳେ ଜଣେ ସହଯାତ୍ରୀ ଫେସବୁକ୍ ତାହାର ଲାଇଭ୍ ରେକର୍ଡିଂ କରୁଥିଲେ । ଦୁର୍ଘଟଣା ସମୟରେ ଗାଡିର ଷ୍ଟିଅରିଂରେ ଥିଲେ ରୋହତାସ ଏକ ଘରୋଇ ମେଡ଼ିକାଲ କଲେଜରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ୩୫ ବର୍ଷ ବୟସ୍କ ଡକ୍ଟର ଆନନ୍ଦ ପ୍ରକାଶ । ଆନନ୍ଦଙ୍କ ଘର ବିହାରର ଡେହେରୀରେ ହୋଇଥିବା ବେଳେ ତାଙ୍କ ସହ ଥିଲେ ରିଏଲ ଇଷ୍ଟେଟ ବ୍ୟବସାୟୀ ଅଖିଳେଶ ସିଂହ ଓ ଇଂଜିନିୟର ଦୀପକ କୁମାର (ଦୁହିଁଙ୍କ ଘର ବିହାରର ଔରାଙ୍ଗାବାଦରେ) ଏବଂ ମୁକେଶ ନାମକ ଜଣେ ବ୍ୟବସାୟୀ । ସମସ୍ତଙ୍କ ବୟସ ୩୦ ପାଖାପାଖି । ଲାଇଭ୍ ରେକର୍ଡିଂରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାଂଚଳ ଏକ୍ସପ୍ରେସୱେରେ ଗାଡିଟି ଘଂଟାକୁ ୩୦୦ କିମି ବେଗରେ ଯାଉଥିବା ସମୟରେ ଗାଡିରେ ଥିବା ଜଣେ ସହଯାତ୍ରୀ ସ୍ପିଡୋମିଟରର ଫେସବୁକ୍ ଲାଇଭ୍ କରୁଥିଲେ । ବିଏମଡବ୍ଲ୍ୟୁ ବେଗକୁ ନେଇ ସେମାନେ ଏତେ ଉତ୍ସାହିତ ଥିଲେ ଯେ, ଗାଡି ଘଂଟାକୁ ୨୩୦ କିମି ବେଗକୁ ଖସିବାରୁ ସେମାନେ ବେଗ ବଢାଇବାକୁ ଚାଳକ ଡକ୍ଟର ଆନନ୍ଦଙ୍କୁ ଉତ୍ସାହିତ କରୁଥିଲେ । ସହଯାତ୍ରୀଙ୍କ ମଧ୍ୟରୁ ଜଣେ ସ୍ପିଡୋମିଟରର ଲାଇଭ୍ ରେକର୍ଡିଂ କରିବା ସମୟରେ ‘ଆମେ ଚାରି ଜଣ ଯାକ ମରିବା’ ବୋଲି ଚିକ୍ରାର କରୁଥିବା ବେଳେ ଅନ୍ୟ ଜଣେ ସହଯାତ୍ରୀ ଆରାମରେ ଚଳାଇବାକୁ ପରାମର୍ଶ ଦେଉଥିବା ରେକର୍ଡିଂରୁ ଜଣାପଡିଛି । ସତକୁ ସତ ବିଏମଡବ୍ଲ୍ୟୁ ବିପରିତ ଦିଗରୁ ଆସୁଥିବା ଏକ କଂଟେନର ଟ୍ରକ୍ ସହ ପିଟି ହୋଇ ସଂପୂର୍ଣ୍ଣ ଚୁରମାର ହୋଇଥିବା ବେଳେ ଡକ୍ଟର ଆନନ୍ଦଙ୍କ ସମେତ ତାଙ୍କ ସହ ଥିବା ଅନ୍ୟ ତିନି ଜଣଙ୍କ ମୃତ୍ୟୁ ଦେହ ଖଣ୍ଡବିଖଣ୍ଡିତ ଅବସ୍ଥାରେ ରାସ୍ତାକୁ ଛିଟକି ପଡି ଥିବା ଦୃଶ୍ୟ ହୃଦୟ ବିଦାରକ ହୋଇଛି । ଡକ୍ଟର ଆନନ୍ଦଙ୍କ କାର୍ ପୂର୍ବାଂଚଳ ଏକ୍ସପ୍ରେସୱେର ୩୦୦ କିମି ବେଗରୁ ୨୩୦ କିମିକୁ ଖସିବା ଦେଖି ଜଣେ ବନ୍ଧୁ ବ୍ରେକ୍ ନ ଦେବାକୁ ପରାମର୍ଶ ଦେଉଥିବା ସମୟରେ ଅନ୍ୟ ଜଣେ ‘ଆରାମ ସେ..’ ବୋଲି କହୁଥିଲେ । ଚାଳକ ଆସନରେ ବସିଥିବା ଡକ୍ଟର ଆନନ୍ଦ ବନ୍ଧୁମାନଙ୍କୁ ‘ସିଟବେଲ୍ଟ’ ବାନ୍ଧି ନେବାକୁ ପରାମର୍ଶ ଦେବା ସହ ଟିକିଏ ଫାଙ୍କା ରାସ୍ତା ପାଇଲେ ବିଏମଡବ୍ଲ୍ୟୁର ଗତିକୁ ପୁଣି ଥରେ ବଢାଇବେ ବୋଲି ପ୍ରତିଶ୍ରୁତି ଦେଉଥିବା ଶୁଣାବାକୁ ମିଳୁଛି । ଚାଳକ ଆସନ ନିକଟରେ ଗୋଟିଏ ‘କେନ୍’ ପଡିଥିବା ଭିଡ଼ିଓରେ ଦୃଶ୍ୟମାନ ହେଉଥିଲେ ମଧ୍ୟ ଚାରି ବନ୍ଧୁଙ୍କ ମଧ୍ୟରେ କେହି ଆଲକହଲ୍ ନେଇ ଥିଲେ କି ନାହିଁ ଅସ୍ପଷ୍ଟ । ବିପରିତ ଦିଗରୁ ଆସୁଥିବା କଂଟେନର ଟ୍ରକ୍ ସହ ବିଏମଡବ୍ଲ୍ୟୁର ଧକ୍କା ଏତେ ତୀବ୍ରତର ଥିଲା ଯେ ବିଏମଡ଼ବ୍ଲ୍ୟୁ ସଂପୂର୍ଣ୍ଣ ଚୁରମାର ହୋଇ ତାହାର ଇଂଜିନ ଏବଂ ଗାଡିରେ ଥିବା ଚାରି ଜଣ ଛିଟିକି ବହୁ ଦୂରରେ ଛିଟିକି ପଡିଥିଲେ । ୟୁପି ପୁଲିସ ଓ ଉତ୍ତର ପ୍ରଦେଶ ଏକ୍ସପ୍ରେସୱେସ୍ ଇଂଡଷ୍ଟ୍ରିଆଲ୍ ଡେଭଲପମେଂଟ ଅଥରିଟି (ୟୁପିଇଆଇଡିଏ) ଅଧିକାରୀମାନେ ଖବର ପାଇଁ ଘଟଣା ସ୍ଥଳକୁ ଯାଇ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିଛନ୍ତି । ମୃତକଙ୍କୁ ଚିହ୍ନଟ କରାଯାଇଥିବା ସରକାରୀ ଭାବେ କୁହାଯାଇଛି । କଂଟେନର ଚାଳକଙ୍କ ଅବହେଳା ପାଇଁ ଏହି ଦୁର୍ଘଟଣା ଘଟି ଥିବା କୁହାଯାଉଥିବା ବେଳେ ଟ୍ରକ୍ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ଅଛନ୍ତି । ଗତ ଫେବୃୟାରୀ-ମାର୍ଚ୍ଚ ମାସରେ ୟୁପିରେ ବିଧାନସଭା ନିର୍ବାଚନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ନଭେମ୍ବରରେ ଏହି ଏକ୍ସପ୍ରେସୱେର ଉଦଘାଟନ କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS