ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ପାଉଣା ମିଳିବ
ପ୍ରସାଦ ରାଓ
ଅକ୍ଟୋବର ୨୭
ଆଜି ବିସିସିଆଇ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ପୁରୁଷ ଓ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି’ ବା ପାଉଣାରେ ଥିବା ଅସମାନତା ଦୂର କରି ଆନ୍ତର୍ଜାତିକ କ୍ରିକେଟ ଖେଳୁଥିବା (କଂଟ୍ରାକ୍ଟରେ) ସିନିୟର ମହିଳା କ୍ରିକେଟରଙ୍କୁ ପୁରୁଷ କ୍ରିକେଟରଙ୍କ ସହ ସମାନ ମ୍ୟାଚ୍ ପାଉଣା ଦେବାକୁ ଘୋଷଣା କରିଛି । ଆଜିର ବିସିସିଆଇ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ବୈଠକ ପରେ ବିସିସିଆଇର ନୂତନ ସଭାପତି ରୋଜର ବିନ୍ନି ଘୋଷଣା କରିଛନ୍ତି । ବିସିସିଆଇ ସଂପାଦକ ଜୟ ଶାହା ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଭାରତୀୟ କ୍ରିକେଟରେ ଲିଂଗଗତ ଭେଦଭାବ ଦୂର କରାଯାଇ ଆନ୍ତର୍ଜାତିକ କ୍ରିକେଟ୍ ଖେଳୁଥିବା ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ପାଉଣା ଦେବାକୁ ନିଷ୍ପତ୍ତି ହୋଇଥିବା ଶାହା କହିଛନ୍ତି । ମ୍ୟାଚ ପାଉଣାରେ ରହିଥିବା ଅସମାନତା ଦୂର କରିବାକୁ ଭାରତୀୟ ମହିଳା କ୍ରିକେଟରଙ୍କ ପକ୍ଷରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଦେଶରେ କ୍ରିକେଟର ବିକାଶ ଏବହ ଲିଂଗଗତ ଭେଦଭାବ ଦୂର ପାଇଁ ଏହା ବିସିସିଆଇର ପ୍ରଥମ ପଦକ୍ଷେପ ବୋଲି ସେ କହିଛନ୍ତି । ଆଜି ଦିନରେ ପୁରୁଷ କ୍ରିକେଟରଙ୍କୁ ଆନ୍ତର୍ଜାତିକ କ୍ରିକେଟ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ୧୫ ଲକ୍ଷ ଟଙ୍କା, ଦିନିକିଆ ଅନ୍ତର୍ଜାତିକ (ଓଡିଆଇ) ପାଇଁ ୬ ଲକ୍ଷ ଟଙ୍କା ଓ ଟି-୨୦ ଆନ୍ତର୍ଜାତିକ ପାଇଁ ୩ ଲକ୍ଷ ଟଙ୍କା ମ୍ୟାଚ୍ ଫି’ ମିଳୁଛି । ସିନିୟର ଆନ୍ତର୍ଜାତିକ କ୍ରିକେଟ ଖେଳୁଥିବା ମହିଳା ଖେଳାଳୀ ମଧ୍ୟ ଏକାଭଳି ମ୍ୟାଚ୍ ପାଉଣା ପାଇବେ । ୨୦୨୩ରେ ଭାରତ ମହିଳା କ୍ରିକେଟ୍ ର ପ୍ରଥମ ଆଇପିଏଲ୍ ଆୟୋଜନ କରୁଥିବା ଘୋଷଣା କରିବାର ଦିନକ ପରେ ବିସିସିଆଇ ଏଜିଏମରେ ଏଭଳି ନିଷ୍ପତ୍ତି ହେବା ଶ୍ରେୟ ବିସିସିଆଇର ନବ ନିଯୁକ୍ତ ସଭାପତି ରୋଗେର ବିନ୍ନିଙ୍କୁ ଯାଉଛି । ୨୦୧୭ ଆଇସିସି ମହିଳା ବିଶ୍ୱ କପ୍ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍ ରନର୍ସ ଅପ୍ ହୋଇଥିବା ବେଳେ ୨୦୨୦ ଟି-୨୦ ବିଶ୍ୱ କପ୍ ମ୍ୟାଚରେ ଫାଇନାଲକୁ ଉନ୍ନିତ ହୋଇଥିଲେ । ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ରୌପ୍ୟ ଜିତି ଥିଲେ । ତେଣୁ, ଦେଶରେ ମହିଳା କ୍ରିକେଟ୍ କୁ ଉତ୍ସାହିତ କରିବା ଦିଗରେ ବିସିସିଆଇର ଏହା ଏକ ଗୁରୁତ୍ପୂର୍ଣ୍ଣ ନିଷ୍ପତ୍ତି କୁହାଯାଉଛି । ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ ମଧ୍ୟ ଏଭଳି ଏକ ନିଷ୍ପତ୍ତି ଘୋଷଣା କରିଛନ୍ତି । ଆନ୍ତର୍ଜାତିକ କ୍ରିକେଟ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡ ପୁରୁଷ ଓ ମହିଳା କ୍ରିକେଟ ଖେଳାଳୀଙ୍କୁ ସମାନ ପାଉଣା ମିଳିବ ବୋଲି ସେଠାକର ବୋର୍ଡ ନିଷ୍ପତ୍ତି ନେଇ ସାରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS