ଦିଲ୍ଲୀ ଏମସିଡ଼ି ନିର୍ବାଚନ ଡ଼ିସେମ୍ବର ୪ରେ
ପ୍ରସାଦ ରାଓ
ନଭେମ୍ବର ୦୪
ଦିଲ୍ଲୀ ଏମସିଡ଼ି ନିର୍ବାଚନ ଡ଼ିସେମ୍ବର ୪ରେ ହେବ । ଆଜି ରାଜ୍ୟ ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତି । ନିର୍ବାଚନ ଫଳାଫଳ ୭ ତାରିଖ ପ୍ରକାଶ ପାଇବ । ଏହି ନିର୍ବାଚନ ପାଇଁ ନଭେମ୍ବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ୧୪ ତାରିଖ ପ୍ରାର୍ଥପତ୍ର ଦାଖଲର ଶେଷ ଦିବସ ରହିବ ବୋଲି ଆଜି ରାଜ୍ୟ ନିର୍ବାଚନ କମିଶନର ଡକ୍ଟର ବିଜୟ ଦେବ ସୂଚନା ଦେଇଛନ୍ତି । ଏମସିଡ଼ି ନିର୍ବାଚନ ପାଇଁ ଦିଲ୍ଲୀରେ ଆଜିଠାରୁ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇଛି । ଚଳିତ ବର୍ଷ ପ୍ରାରମ୍ଭରେ କେନ୍ଦ୍ର ସରକାର ଦିଲ୍ଲୀ ତିନିଟି ମୁ୍ୟନିସପାଲ କର୍ପୋରେସନକୁ ଏକତ୍ର କରି ଗୋଟିଏ କର୍ପୋରେସନ କରିଛନ୍ତି । ୱାର୍ଡ ସଂଖ୍ୟା ମଧ୍ୟ ୨୭୭ରୁ ୨୫୦କୁ କମାଇ ଦିଆଯାଇଛି । ଦିଲ୍ଲୀ ଏମସିଡ଼ିର ୨୫୦ ୱାଡରୁ ୪୨ଟି ସଂଖ୍ୟାଲଘୁ ଜାତି ପାଇଁ ଓ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଜଣାପଡିଛ । ଏହି ନିର୍ବାଚନରେ ଦିଲ୍ଲୀର ୧ କୋଟି ୪୬ ଲକ୍ଷ ମତଦାତା (୨୦୨୨ ଜାନୁୟାରୀ ୧ ତାରିଖ ସୁଦ୍ଧା) ସେମାନଙ୍କ ମତଦାନ କରିବେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS