ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡ ଶପଥ ନେଲେ
ପ୍ରସାଦ ରାଓ
ନଭେମ୍ବର ୦୯
ଜଷ୍ଟିସ ଧନଂଜୟ ଜଶୱନ୍ତ ଚନ୍ଦ୍ରଚୂଡ ଆଜି ସୁପ୍ରିମ କୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟାଜିତ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ସିଜେଆଇ ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ । ୨୦୨୪ ନଭେମ୍ବର ୧୦ ତାରିଖରେ ସେ ଅବସର ଗ୍ରହଣ କରିବେ । ଜଷ୍ଟିସ ଡ଼ି.ୱାଇ. ଚନ୍ଦ୍ରଚୂଡ ହେଉଛନ୍ତି ସୁପ୍ରିମ କୋର୍ଟର ୧୬ତମ ପ୍ରଧାନ ବିଚାରପତି ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୂଡଙ୍କ ପୁତ୍ର । ୨୦୧୬ ମେ’ ୧୩ ତାରିଖରେ ସେ ସୁପ୍ରିମ କୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ପାର୍ଲାମେଂଟ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ମଥାନତ କରିବା ସହ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ । ଦେଶ ସେବା ତାଙ୍କ ପ୍ରାଥମିକତା ରହିବ । ବୈଷୟିକ କ୍ଷେତ୍ରରେ ହେଉ ବା ରେଜିଷ୍ଟ୍ରୀ କ୍ଷେତ୍ରରେ ବା ବିଚାର ବ୍ୟବସ୍ଥାରେ ସଂସ୍କାର ମାଧ୍ୟମରେ ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ଆଜି ତାଙ୍କ ଭାଷଣରେ କହିଛନ୍ତି । ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଲିତଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନ ପାଇଁ ଥିଲା । ଗତକାଲି ସେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ପଦରୁ ଅବସର ନେବା ପରେ ଜଷ୍ଟିସ ଚନ୍ଦ୍ରଚୂଡ ଆଜି ସେହି ପଦବୀରେ ଆସୀନ ହୋଇଛନ୍ତି । ୧୯୫୯ ନଭେମ୍ବର ୧୧ ତାରିଖରେ ଜନ୍ମିତ ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ ୨୦୧୩ ଅକ୍ଟୋବର ୩୧ରେ ଆଲହାବାଦ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଯୋଗ ଦେଇଥିଲେ । ସୁପ୍ରିମ କୋର୍ଟ ବିଚାରପତି ନିଯୁକ୍ତି ପାଇବା ପର୍ଯ୍ୟନ୍ତ ସେ ଆଲହାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇ ଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS