ଆନ୍ନା ପୁଣି ଆନ୍ଦୋଳନକୁ ଯିବେ ?
ପ୍ରସାଦ ରାଓ
ନଭେମ୍ବର ୧୧
୨୦୧୪ ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଦେଶବାସୀଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ତାହା ବିପୁଳ ସଂଖ୍ୟା ଥିବା ସତ୍ତ୍ୱେ କାର୍ଯ୍ୟକାରୀ ନକଲେ ଆନ୍ନ-ଟିମ୍ ପୁଣି ଥରେ ସରକାର ବିରୋଧରେ ଆନ୍ଦୋଳନକୁ ଯିବେ ବୋଲି ଗାନ୍ଧୀବାଦୀ ନେତା ଆନ୍ନା ହଜାରେଙ୍କ ସଚିବ କଳ୍ପନା ଇନାମଦାର ଗୁରୁବାର ଦିନ ଲକ୍ଷ୍ନୌରେ କହିଛନ୍ତି । ସେ କହିଛନ୍ତି, ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ଦେଖି ଜନସାଧାରଣ ବିପୁଳ ସଂଖ୍ୟାରେ ବିଜେପିକୁ କ୍ଷମତାକୁ ଆଣି ଥିଲେ । ତେବେ, ଦଳ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛି । ରାଷ୍ଟ୍ରୀୟ କିଶାନ ମଂଚ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ୨୦୧୧ରେ ଦେଶବାସୀ ବ୍ୟାପକ ଦୁର୍ନୀତି ଓ ଅସମତା ବିରୋଧରେ ଆନ୍ନା ହଜାରେଙ୍କ ନେତୃତ୍ୱରେ ବଡ ଧରଣର ଜନଆନ୍ଦୋଳନ ହୋଇଥିଲା ଏବଂ କଂଗ୍ରେସକୁ କ୍ଷମତାଚ୍ୟୁତ କରି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଥିଲା । ତେବେ, ଗତ ଆଠ ବର୍ଷର ବିଜେପି ଶାସନରେ ଦେଶର ଗ୍ରାମାଂଚଳ ଅବସ୍ଥା ବହୁତ ଖରାପ ହୋଇଛି । ଦୁର୍ନୀତି ବଢିଛି, ଶିଳ୍ପପତିମାନେ ଗ୍ରାମାଂଚଳରେ ଥିବା ବିଭବକୁ ଲୁଟୁଛନ୍ତ । କେନ୍ଦ୍ର ସରକାର ସବୁ ଦେଖି ନୀରବ । ଆନ୍ନା ହଜାରେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବାସ୍ତବ କ୍ଷେତ୍ରରେ କୌଣସି ଯୋଜନା କାର୍ଯ୍ୟକାରୀ କରୁନଥିବା ଇନାମଦାର ଅଭିଯୋଗ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାର ଯଦି ପୂର୍ବ ପ୍ରତିଶ୍ରୁତି ରକ୍ଷା ନ କରନ୍ତି ତେବେ ସରକାର ବିରୋଧରେ ଜନମତ ଜାଗ୍ରତ କରିବା ଏବଂ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଆନ୍ନା ପୁଣି ଥରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ସେ ଚେତାଇ ଦେଇଛନ୍ତି । ରାଷ୍ଟ୍ରୀୟ କିଶାନ ମୋର୍ଚ୍ଚା ସଭାପତି ଶେଖର ଦିକ୍ଷୀତ କହିଛନ୍ତି, ଧର୍ମ ନାମରେ ଭୋଟ ବିଭାଜନ କରିବା ସହଜ, କିନ୍ତୁ ବାସ୍ତବ କ୍ଷେତ୍ରରେ ଲୋକଙ୍କ ପାଇଁ କାମ ସହଜ ନୁହେଁ । ଆଜି ଦିନରେ ଦେଶର ଚାଷୀ ଓ ଯୁବ ସମାଜ ବିବ୍ରତ, ଦୁଃଖୀ ଓ ଅସନ୍ତୁଷ୍ଟ ଅବସ୍ଥାରେ ଅଛନ୍ତି । ସରକାର ଯଦି ଦେଶର ତଥା ଗ୍ରାମାଂଚଳର ସଂସ୍କୃତିକୁ ବଂଚାଇ ରଖିବାକୁ ଚାହୁଁଛନ୍ତି ତେବେ ‘ଗାଈ ଓ ସନ୍ଥ’ ରାଜନୀତି ଛାଡି ବାସ୍ତବ କ୍ଷେତ୍ରରେ କାମ କରିବା ଆବଶ୍ୟକ । ତେବେ, ଏଯାବତ୍ ସରକାର କାର୍ଯ୍ୟ ଆରମ୍ଭ କରି ନାହାନ୍ତି ବୋଲି ଅବସରପ୍ରାପ୍ତ ଆଇଏଏସ କମଳ ତିୱାରୀ ଏହି ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS