ସିକ୍କିମରେ ସଡ଼କ ଦୁର୍ଘଟଣା, ୧୬ ଯବାନଙ୍କ ମୃତ୍ୟୁ
ପ୍ରସାଦ ରାଓ
ଡିସେମ୍ବର ୨୩
ଆଜି ଭାରତ-ଚୀନ ସୀମାନ୍ତ ଉତ୍ତର ସିକ୍କିମର ଲାଚେନଠାରେ ଏକ ସେନା ଯବାନଙ୍କୁ ନେଇ ଯାଉଥିବା ଗାଡି ଏକ ଖାଇ ଭିତରକୁ ଖସି ପଡିବାରୁ ୧୬ ଜଣ ଯବାନଙ୍କ ମୃତ୍ୟୁ ଘଟି ଥିବା ଖବର ମିଳିଛି । ଆହତ ଯବାନଙ୍କୁ ବିମାନ ଯୋଗେ ଉତ୍ ତର ବଂଗଳାର ଏକ ସେନା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି । ଆଜି ସକାଳ ୮ଟା ବୋଳେ ରାଜଧାନୀ ଗ୍ୟାଂଗଟକରୁ ପ୍ରାୟ ୧୩୦ କିମି ଓ ଲାଚେନଠାରୁ ୧୫ କିମି ଦୂରରେ ଏହି ଦୁର୍ଘଟଣା ଘଟିଛି । ଆଇଏଏନଏସ ରିପୋର୍ଟରୁ ଜଣାପଡିଛି, ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଡିରେ ୨୦ ଜଣ ଯବାନ ଥିଲେ । ସେମାନଙ୍କୁ ଚୀନ ସୀମାନ୍ତ ପୋଷ୍ଟରେ ମୁତୟନ ପାଇଁ ନିଆଯାଉଥିଲା । ଜେମା ୩ ଅଂଚଳରେ ଗାଡିଟି ଗୋଟିଏ ବୁଲାଣି ବୁଲିବା ବେଳେ ନିୟନ୍ତ୍ରଣ ହରାଇ ଶତାଧିକ ଫୁଟ୍ ଗଭୀର ଖାଇକୁ ଖସି ପଡିଥିଲା । ଦୁର୍ଘଟଣା ସ୍ଥଳରୁ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି । ଆହତ ଯବାନଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS