ସୁପ୍ରିମ କୋର୍ଟ ରିଲିଫ୍ ଦେବାକୁ ମନା କଲେ, ହାଇକୋର୍ଟ ଯିବାକୁ କହିଲେ


ପ୍ରସାଦ ରାଓ
ଫେବୃଆରୀ ୨୮/୨୩
ଦିଲ୍ଲୀରେ ନୂତନ ଅବକାରୀ ନୀତି ଲାଗୁ କରିବାରେ ଦୁର୍ନୀତି ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଜାମିନ ପାଇଁ ଆଜି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ରିଲିଫ ମିଳି ନାର୍ହି । ସିସୋଦିଆ ସିବିଆଇର ଏତଲା ଖାରଜ କରାଯିବା ଓ ତାଙ୍କୁ ଜାମିନ ଦିଆଯିବା ପାଇଁ ଯେଉଁ ଆବେଦନ କରିଛନ୍ତି ତାହା ଦିଲ୍ଲୀ ହାଇକୋର୍ଟରେ କହିବାକୁ ସୁପ୍ରିମ କୋର୍ଟ କହିଛନ୍ତି । ଅବକାରୀ ଦୁର୍ନୀତି ମାଲାରେ ସିବିଆଇ ଅଧିକାରୀମାନେ ସିସୋଦିଆଙ୍କୁ ରବିବାର ଦିନ ସିବିଆଇ କାର୍ଯ୍ୟାଳୟକୁ ଡକାଇ ଆଠ ଘଂଟା ଜେରା କରିବା ପରେ ତାଙ୍କୁ ଗିରଫ କରିଥିଲେ । ଏହାକୁ ନେଇ ଗତକାଲି ଦିଲ୍ଲୀ ସମତେ ବିଭିନ୍ନ ରାଜ୍ୟରେ ‘ଆମ୍ ଆଦମୀ ପାର୍ଟି’ (ଆପ୍) ପକ୍ଷରୁ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀରେ ମଧ୍ୟ ବିଜେପି ଏବଂ ‘ଆପ୍’ ନେତା ଓ କର୍ମୀମାନେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଏହା ବିଜେପିର ଅଗଣତାନ୍ତ୍ରିକ ଓ ସ୍ୱେଚ୍ଛାଚାରୀ କାର୍ଯ୍ୟ ବୋଲି ‘ଆପ୍’ ସମେତ ବିଭିନ୍ନ ବିରୋଧୀ ଦଳ ଅଭିଯୋଗ କରିଥିବା ବେଳେ ସିବିଆଇ ଆଇନ ଅନୁଯାୟୀ କାର୍ଯ୍ୟ କରୁଛି ବୋଲି ବିଜେପି କହିଛି । ସିବିଆଇ ଅଧିକାରୀମାନେ ରବିବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ କରି ସୋମବାର ଦିଲ୍ଲୀର ରୋଜ ଏଭିନ୍ୟୁ କୋର୍ଟରେ ହାଜର କରାଇ ଥିଲେ । ବିଚାରପତି ଏମ.କେ.ନାଗପାଲ ଉଭୟ ପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅଭିଯୁକ୍ତ ସିସୋଦିଆଙ୍କୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ଛାଡିଛନ୍ତି । ରିମାଣ୍ଡ ପାଇବା ପରେ ସିବିଆଇ ଅଧିକାରୀମାନେ ତାଙ୍କୁ ଅଧିକ ପଚରାଉଚୁରା ପାଇଁ ନିଜ ହେପାଜତକୁ ନେଇଛନ୍ତି । ସିବିଆଇ ଗିରଫଦାରୀ ଅଗଣତାନ୍ତ୍ରିକ ଦର୍ଶାଇ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ଆଜି ସୁପ୍ରିମ କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଅପରାହ୍ନରେ ଏହାର ଶୁଣାଣୀ ହେବ ବୋଲି ସୂଚନା ମିଳି ଥିଲା । ସୁପ୍ରିମ କୋର୍ଟ ଣିଲିଫ ଦେବାକୁ ମନା କରିବାରୁ ସିସୋଦିଆ ତାଙ୍କ ଆବେଦନ ପ୍ରତ୍ୟାର କରି ନେଇଛନ୍ତି । ଇତିମଧ୍ୟରେ, ପୂର୍ବତନ କ୍ରିକେଟର୍ ତଥା ଦିଲ୍ଲୀ ବିଜେପି ସାଂସଦ ଗୌମତ ଗମ୍ଭୀର ‘ଆପ୍’ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଆଜି ଏକ ବିବୃତିରେ ସେ କହିଛନ୍ତି, ‘ଆପ୍’ ସରକାର ନୂତନ ଅବକାରୀ ନୀତି ଜରିଆରେ ଯେଉଁ ଦୁର୍ନୀତି କରିଛନ୍ତି ସେଥିରେ ଲୁଚିଲା ଭଳି କିଛି ନାହିଁ । ଖାଲିସ୍ତାନୀଙ୍କ ସହଯୋଗରେ ନିର୍ବାଚନ ଲଢିବାକୁ ‘ଆପ୍’ ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାଧ୍ୟମରେ ଅର୍ଥ ସଂଗ୍ରହ କରିଥିଲା । ଦିଲ୍ଲୀର ନୂତନ ଅବକାରୀ ନୀତି ପଂଜାବରେ ଲାଗୁ ହୋଇଥିବାରୁ ସିବିଆଇ ତଦନ୍ତ ପଂଜାବକୁ ସଂପ୍ରସାରିତ କରାଯାଉ ବୋଲି ପଂଜାବର ଶିରୋମଣୀ ଅକାଳୀ ଦଳ (ସାଦ୍) ନେତା ବିକ୍ରମ ସିଂହ ମାଜିଥିଆ ଆଜି ଦାବି କରିଛନ୍ତି । ଅପରପକ୍ଷରେ, ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା କରିଥିବାରୁ ଏବଂ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ମଡେଲ୍ ଭୟ କରୁଥିବାରୁ ‘ଆପ୍’ ବିରୋଧରେ ଷଡଯନ୍ତ୍ର ଚଳାଇଛନ୍ତି ବୋଲି ‘ଆପ୍’ ସାଂସଦ ସଂଜୟ ସିଂହ ଅଭିଯୋଗ କରିଛନ୍ତି । ଆଜି ସୁପ୍ରମି କୋର୍ଟର ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ସିବିଆଇ ଅଗଣତାନ୍ତ୍ରିକ ଭାବେ ଗିରଫ କରିଛି ଦର୍ଶାଇ ତାଙ୍କ ବିରୋଧରେ ହୋଇଥିବା ଏତଲା ରଦ୍ଦ କରାଯିବାକୁ ଓ ତାଙ୍କୁ ଜାମିନ ଦିଆଯିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ତାଙ୍କ ଆବେଦନର ଶୁଣାଣୀ ହୋଇଥିଲା ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS