ସମଲିଙ୍ଗୀ ବିବାହ ଗ୍ରହଣୀୟ ନୁହେଁ – କେନ୍ଦ୍ର ସରକାର


ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୧୨
ଭାରତୀୟ ପରିବାର ବ୍ୟବସ୍ଥାରେ ସମଲିଙ୍ଗୀ ବିବାହ ସହାବସ୍ଥାନକ୍ଷମ ନୁହେଁ ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମ କୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି । ସତ୍ୟପାଠରେ କୁହାଯାଇଛି, ଭାରତୀୟ ପରିବାର ବ୍ୟବସ୍ଥାରେ ଜଣେ ସ୍ୱାମୀ, ଜଣେ ସ୍ତ୍ରୀ ଓ ଦୁହିଁଙ୍କ ସଂସର୍ଗରେ ଉତ୍ପନ୍ନ ସନ୍ତାନଙ୍କୁ ହିଁ ପରିବାରର ମାନ୍ୟତା ଦିଆଯାଉଛି । ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ଧାରା ୩୭୭କୁ ଡ଼ିକ୍ରିମିନାଲାଇଜ୍ କରି ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରାଯାଇଥିଲେ ମଧ୍ୟ ତାହାକୁ ଆବେଦନକାରୀମାନେ ଭାରତୀୟ ପରିବାର ଆଇନ ଅନୁସାରେ ସେମାନଙ୍କ ମୌଳିକ ଅଧିକାର ଭାବେ ଦାବି କରି ପାରିବେ ନାହିଁ । ଅନ୍ୟୁନ ଚାରି ଯୋଡା ସମଲିଙ୍ଗୀ ଦମ୍ପତ୍ତି ସେମାନଙ୍କ ବିବାହକୁ ଆଇନଗତ ସ୍ୱୀକୃତି ଦିଆଯିବାକୁ ବିଭିନ୍ନ ଅଦାଲତରେ ଆବେଦନ କରିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ସମେତ ଅନ୍ୟ ଅଦାଲତରେ ବିଚାରାଧୀନ ଥିବା ଏସଂପର୍କିତ ମାମଲା ସବୁକୁ ଏକତ୍ର କରି ସୁପ୍ରିମ କୋର୍ଟ ସେସବୁ ଶୁଣାଣୀ ଗତ ଜାନୁୟାରୀ ୬ ତାରିଖରେ ନିଜ ହାତକୁ ନେଇଛନ୍ତି । ସୋମବାର ଦିନ ସୁପ୍ରିମ କୋର୍ଟରେ ମାମଲା ଶୁଣାଣୀ ହେବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସୁପ୍ରିମ କୋଟରେ ସତ୍ୟପାଠ ଦାଖଲ ହୋଇଛି । କେନ୍ଦ୍ର ସରକାର କହିଛନ୍ତି, ସମଲିଙ୍ଗୀ ବ୍ୟକ୍ତିମାନେ ଏକତ୍ର ରହିବା ଓ ପରସ୍ପର ସହ ଶାରୀରିକ ସଂପର୍କ ରଖିବା ଭାରତୀୟ ପରିବାର ବ୍ୟବସ୍ଥା ସହ ତୁଳନୀୟ ନୁହେଁ । ତେଣୁ, ସର୍ବୋଚ୍ଚ ନ୍ୟାୟଳୟ ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରିଥିଲେ ମଧ୍ୟ ଭାରତୀୟ ବିବାହ ବ୍ୟବସ୍ଥା ସଂପର୍କିତ ଆଇନକୁ ଯଦି କେହି ଚ୍ୟାଲେଂଜ କରୁଛି ତାହାକୁ ଖାରଜ କରି ଦେବା ଉଚିତ । ହିନ୍ଦୁ ସଭ୍ୟତାରେ ବିବାହ କହିଲେ ଜଣେ ନାରୀ ଓ ଜଣେ ପୁଣୁଷଙ୍କ ମଧ୍ୟରେ ମନ୍ତ୍ର ପାଠ ସହ ପବିତ୍ର ବନ୍ଧନକୁ ବୁଝାଉଛି । ମୁସଲମାନ ପରିବାରରେ ମଧ୍ୟ ବିବାହ ବୁଝାମଣା ଭିତ୍ତିକ ହୋଇଥିଲେ ମଧ୍ୟ ତାହା ଜଣେ ନାରୀ ଓ ପୁରୁଷ ମଧ୍ୟରେ ହେଉଛି । ଦୁଇ ବିପରିତ ଲିଂଗ ମଧ୍ୟରେ ବିବାହ ବନ୍ଧନ ଭାରତୀୟ ସଂସ୍କୃତି ଓ ପରଂପରା ହୋଇଥିବା ବେଳେ ଏହି ଆଇନଗତ ବ୍ୟବସ୍ଥା ବିରୋଧରେ ଅଦାଲତରେ କେହି ଆବେଦନ କରି ଥିବା ବ୍ୟବସ୍ଥାରେ ପରିବତ୍ ର୍ତନ କରିବାକୁ ଚାହିଁଲେ ତାହା ଗ୍ରହଣୀୟ ହେବ ନାହିଁ ବୋଲି ସରକାର କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS