‘ହିନ୍ଦତ୍ୱ’ ବିରୋଧୀ ଟ୍ୱିଟ୍ ପାଇଁ କନ୍ନଡ ଅଭିନେତା ଗିରଫ
ପ୍ରସାଦ ରାଓ
ବେଂଗାଲୁରୁ, ମାର୍ଚ୍ଚ ୨୧
ଚେତନ ଅହିଂସା ନାମରେ ଲୋକପ୍ରିୟ କନ୍ନଡ ଅଭିନେତା ଚେନତ କୁମାର ତାଙ୍କ ‘ହିନ୍ଦତ୍ୱ’ ବିରୋଧୀ ଟ୍ୱିଟ୍ ପାଇଁ ଆଜି ବେଂଗାଲୁରୁ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ‘ହିନ୍ଦତ୍ୱ ବ୍ୟୁଲ୍ଟ ଅନ୍ ଲାଇସ୍’ ବୋଲି ଚେତନ କରିଥିବା ଟ୍ୱିଟ୍ ଭାଇରାଲ୍ ହେବା ପରେ ଏହା ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଛି ବୋଲି ବେଂଗାଲୁରୁର ଶେଷାଦ୍ରିପୁରମ ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତ୍ତି କରି ପୁଲିସ ଆଜି ଚେତନ କୁମାରଙ୍କୁ ଗିରଫ କରିଛନ୍ତି । ଅଭିନେତା ଚେତନ କୁମାର ମଧ୍ୟ ଜଣେ ଦଳିତ ଓ ଆଦିବାସୀ କାର୍ଯ୍ୟକର୍ତ୍ତା । ସେ ଧର୍ମ ବା ଧାର୍ମିକ ବିଶ୍ୱାସକୁ ଅପମାନିତ କରିଥିବା ଏବଂ ବିଭିନ୍ନ ଶ୍ରେଣୀ ମଧ୍ୟରେ ହିଂସା ସୃଷ୍ଟି କଲା ଭଳି ବିବୃତି ଦେଇଥିବା ଅଭିଯୋଗ କରି ପୁଲିସ ତାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଇଛି । ଚେତନ କୁମାର ମାର୍ଚ୍ଚ ୨୦ ତାରିଖରେ ଏହି ଟ୍ୱିଟ୍ କରିଥିଲେ । ସେ ତାଙ୍କ ଟ୍ୱିଟ୍ ରେ ହିନ୍ଦୁତ୍ୱକୁ ନେଇ କିଛି ମନ୍ତବ୍ୟ ରଖିବା ସହ କେବଳ ସତ୍ୟ ହିଁ ହିନ୍ଦୁତ୍ୱକୁ ପରାଜିତ କରି ପାରିବ ବୋଲି କହିଛନ୍ତି । ଏହି ଟ୍ୱିଟ୍ ବହୁଳ ଭାବେ ପ୍ରସାରିତ ହେବା ପରେ ଏକ ହିନ୍ଦୁବାଦୀ ସଂଗଠନ ତାଙ୍କ ବିରୋଧରେ ଶେଷାଦ୍ରିପୁରମ ଥାନାରେ ଏତଲା ଦେଇଥିଲା । ଅଭିନେତା ଚେତନ କୁମାରଙ୍କ ପାଇଁ ଏହା ପ୍ରଥମ ମାମଲା ନୁହେଁ, ପୂର୍ବରୁ ୨୦୨୨ ଫେବୃଆରୀରେ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି କ୍ରୀଷ୍ଣା ଦିକ୍ଷୀତ ‘ହିଜାବ’ ମାମଲାର ଶୁଣାଣୀ କରୁଥିବା ବେଳେ ସେ ଏକ ଆପତ୍ତିଜନକ ଟ୍ୱିଟ୍ କରି ଗିରଫ ହୋଇଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS