‘ଆପ୍’ର ‘ଦେଖାଅ ତୁମ ଡିଗ୍ରୀ’ ଅଭିଯାନ
ପ୍ରସାଦ ରାଓ
ଏପ୍ରିଲ ୦୯
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଜୁଏସନ୍ ଓ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ ଦେଖାଇବାକୁ କହି ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଗୁଜରାଟ ହାଇକୋର୍ଟ ଦ୍ୱାରା ୨୫ ହଜାର ଟଙ୍କା ଜରିମାନା ଦଣ୍ଡ ପାଇବା ପରେ ‘ଆପ୍’ ଏହି ଅଭିଯାନକୁ ଅଧିକ ଜୋରଦାର କରିଛି । ‘ଆପ୍’ ବିଧାୟିକା ତଥା ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଅତସୀ ଆଜି ଗଣମାଧ୍ୟମରେ ନିଜ ସାର୍ଟିଫିକେଟ୍ ପ୍ରଦର୍ଶନ କରିବା ସହ ବିଜେପି ନେତାମାନଙ୍କୁ ସେମାନଙ୍କ ସାର୍ଟିଫିକେଟ ଦେଖାଇବାକୁ ଆହ୍ୱାନ ଦେଇ ‘ଦେଖାଅ ତୁମର ସାର୍ଟିଫିକେଟ୍’ ଅଭିଯାନ ଆରମ୍ଭ କରିଛନ୍ତି । ଅତସୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ କରିଥିବା ବେଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମଏରେ ଦୁଇଟି ଡିଗ୍ରୀ କରିଛନ୍ତି । ସେ ନିଜର ଡିଗ୍ରୀ ସାର୍ଟିଫିକେଟ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ସହ ‘ଆପ୍’ ନେତାମାନେ ଅଭିଯାନ ସରିବା ପର୍ଯ୍ୟନ୍ତ ପ୍ରତିଦିନ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ଉପସ୍ଥାପନ କରିବେ, ବିଜେପି ନେତାମାନେ ମଧ୍ୟ ତାହା କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରାଜୁଏସନ୍ ଓ ପିଜି ସାର୍ଟିଫିକେଟକୁ ନେଇ ‘ଆମ୍ ଆଦମୀ ପାର୍ଟି’ ପ୍ରଶ୍ନ ଉଠାଇବା ସହ ଆରଟିଆ ମାଧ୍ୟମରେ ବିସ୍ତୃତ ସୂଚନା ମାଗି ଥିଲା । ଏହି ଅବେଦନ ଆଧାରରେ ସେଂଟ୍ରାଲ ଇନ୍ଫରମେସନ୍ କମିସନ (ସିଆଇସ) ଏମ.ଶ୍ରୀଧର ଆଚାର୍ଯ୍ୟୁଲୁ କରି ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗୁଜରାଟ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନୋଟିସ ଜାରି କରି ପ୍ରଧାନମନ୍ତ୍ରୀଙ୍କ ଗ୍ରାଜୁଏସନ୍ ଓ ପିଜି ସାର୍ଟିଫିକେଟ ସଂପର୍କିର୍ତ ବିସ୍ତୃତ ବିବରଣୀ ଦାଖଲ କରିବାକୁ କହିଥିଲେ । ସିଆଇସିଙ୍କ ନୋଟିସ ପାଇବା ପରେ ଗୁଜରାଟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ନିଜ ୱେବ୍ ସାଇଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ସାର୍ଟିଫିକେଟ୍ ଅପଲୋଡ୍ କରିଥିଲେ ମଧ୍ୟ ସିଆଇସିଙ୍କ ନିର୍ଦେଶକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ । ନିକଟରେ ଗୁଜରାଟ ହାଇକୋର୍ଟ ଏହି ମାମଲାର ରାୟ ଦେଇ ସିଆଇସିଙ୍କ ନିର୍ଦେଶକୁ ଖାରଜ କରିବା ସହ ପ୍ରଧାନମନ୍ତ୍ରୀ ତାଙ୍କ ଡିଗ୍ରୀ ସାର୍ଟିଫିକେଟ୍ ନେଇ ସର୍ବସାଧାରଣଙ୍କୁ ବିବରଣୀ ଦେବା ଅନାବଶ୍ୟକ ବୋଲି କହିଛନ୍ତି । ଏହି ତଥ୍ୟ ମାଗି ଥିବାରୁ ହାଇକୋର୍ଟ ‘ଆପ୍’ ମୁଖ୍ୟ କେଜରୀୱାଲଙ୍କୁ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି । ଅପରପକ୍ଷରେ, ‘ଆପ୍’ ଗୁଜରାଟ ହାଇକୋର୍ଟଙ୍କ ରାୟରେ ଦବି ନଯାଇ ମୋଦୀଙ୍କ ସାର୍ଟିଫିକେଟ ମାଗିବା ଅଭିଯାନ ଚାଲୁ ରଖିଛି । ଜଣେ ଅଶିକ୍ଷିତ ବା ସ୍ୱଳ୍ପ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ବିପଦ ବୋଲି କେଜରୀୱାଲ ମନ୍ତବ୍ୟ ଦେବା ସହ ‘ଆମେ ପ୍ରଧାନମନ୍ତ୍ରୀ ମାର୍କସିଟ୍ ମାଗିନୁ, କେବଳ ସାର୍ଟିଫିକେଟ ମାଗିଛୁ’ ବୋଲି କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS