୨୦୨୩ ପ୍ରେସ୍ ସ୍ୱାଧୀନତା ଇଣ୍ଡେକ୍ସରେ ଭାରତ ପାକିସ୍ତାନଠାରୁ ପଛରେ !
ପ୍ରସାଦ ରାଓ
ମେ’ ୦୩
ଚଳିତ ବର୍ଷ ପାଇଁ ପ୍ରକାଶିତ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଇଣ୍ଡେକ୍ସରେ ଭାରତର ସ୍ଥାନ ୧୮୦ଟି ରାଷ୍ଟ୍ର ମଧ୍ୟରେ ୧୬୧ତମକୁ ଖସି ଯାଇଥିବା ଜଣାପଡିଛି । ଅପରପକ୍ଷରେ, ପାକିସ୍ତାନ ଏକ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରି ୧୫୦ତମ ସ୍ଥାନରେ ରହିଛି । ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଉପରେ ସତର୍କ ଦୃଷ୍ଟି ରଖିଥିବା ରିପୋର୍ଟର୍ସ ୱାଦାଉଟ୍ ବର୍ଡର୍ସ (ଆରଏସଏଫ) ପକ୍ଷରୁ ସଦ୍ୟ ପ୍ରକାଶିତ ୨୦୨୩ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଇଣ୍ଡେକ୍ସ ରାଂକିଂରୁ ଏହି ସୂଚନା ମିଳିଛି । ଗତ ବର୍ଷ (୨୦୨୨) ଆରଏସଏଫର ଗଣମାଧ୍ୟମ ସ୍ୱାଧୀନତା ରାଂକିଂରେ ଭାରତ ୧୫୦ତମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୧୫୭ତମ ସ୍ଥାନରେ ଥିଲା । ଶ୍ରୀଲଙ୍କାରେ ଏକ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିଥିବା ଏବଂ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ରାଂକିଂରେ ଶ୍ରୀଲଙ୍କା ଗତ ବର୍ଷ ୧୪୬ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ୧୩୫ତମ ସ୍ଥାନକୁ ଉନ୍ନିତ ହୋଇଥିବା ଆରଏଓଏଫ ରିପୋର୍ଟରୁ ଜଣାପଡିଛି । ନରୱେ, ଆୟାରଲ୍ୟାଣ୍ଡ ଓ ଡେନମାର୍କ ପ୍ରେସ୍ ସ୍ୱାଧୀନତା କ୍ଷେତ୍ରରେ ସର୍ବାଗ୍ରେ ଥିବା ବେଳେ ଭିଏତନାମ, ଚୀନ ଓ ଉତ୍ତର କୋରିଆ ସବୁଠାରୁ ପଛରେ ରହିଛି । ଆରଏସଏଫ ହେଉଛି ବିଶ୍ୱର ଏକ ସ୍ୱଘୋଷିତ ଏନଜିଓ ଯାହାର ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଗଣମାଧ୍ୟମ ସ୍ୱାଧୀନତାର ସୁରକ୍ଷା ଓ ପ୍ରସାର କରିବା । ପ୍ୟାରିସରେ ଏହାର ମୁଖ୍ୟାଳୟ ରହିଛି ଏବଂ ଜାତିସଂଘରେ ସଂସ୍ଥାର ସ୍ଥାନ ପରାମର୍ଶଦାତାସ୍ତରରେ ରହିଛି । ବିଶ୍ୱର ୧୮୦ଟି ରାଷ୍ଟ୍ରରେ ପ୍ରେସ୍ ସ୍ୱାଧୀନତା କେତେ ସୁରକ୍ଷିତ ରହିଛି ତାହା ସୂଚିତ କରିବା ପାଇଁ ଆରଏସଏଫ ପ୍ରତି ବର୍ଷ ତାହାର ବିଶ୍ୱ ପ୍ରେସ୍ ସ୍ୱାଧୀନତା ଇଣ୍ଡେକ୍ସ ପ୍ରକାଶ କରିଥାଏ । ୧୮୦ଟି ରାଷ୍ଟ୍ରର ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାମାନେ ସେମାନଙ୍କ ଦାୟିତ୍ୱ ତୁଲାଇବାରେ କେତେଦୂର ସ୍ୱାଧୀନତା ପାଉଛନ୍ତି ତାହା ଅନୁଧ୍ୟାନ କରିବା ପରେ ଆରଏସଏଫ ଏହି ରିପୋର୍ଟ ପ୍ରକାଶ କରିଥାଏ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS