ଗଂଜାମ ଜିଲ୍ଲାରେ ବସ୍ ଦୁର୍ଘଟଣା,୧୨ ଜଣଙ୍କ ମୃତ୍ୟୁ
ପ୍ରସାଦ ରାଓ
ଜୁନ ୨୬
ଗଂଜାମ ଜିଲ୍ଲାର ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଆଜି ରାୟଗଡା ଜିଲ୍ଲାର ଗୁଡାରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଓଏସଆରଟିସି ବସ ସହ ବ୍ରହ୍ମପୁରରୁ ଫେରୁଥିବା ଗୋଟିଏ ଘରୋଇ ବସର ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୮ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜଣକ ଅବସ୍ଥା ଅଧିକ ସଂକଟାପନ୍ନ ହେବାକୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଘ୍ରଟଣାରେ ଘରୋଇ ବସ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ପିଏମଏନଆରଏଫ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି । ଘରୋଇ ବସରେ ଅନ୍ୟୁନ ୨୫ ଜଣ ଯାତ୍ରୀ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଘରୋଇ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ମହିଳା ଓ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେକର ସାହୁ ପ୍ରମୁଖ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରି ଆହତମାନେ ତୁରନ୍ତ ଆରୋଗ୍ୟ ଲାଭ କରନ୍ତୁ ବୋଲି କାମନା କରିଛନ୍ତି । ଦୁର୍ଘଟଣାର କାରଣକୁ ନେଇ ତଦନ୍ତ ଚାଲିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS