ମହାରାଷ୍ଟ୍ରରେ ବସ୍ ଦୁର୍ଘଟଣାରେ ୨୫ ଯାତ୍ରୀ ଜଳି ଗଲେ !
ପ୍ରସାଦ ରାଓ
ଜୁଲାଇ ୦୧
ମହାରାଷ୍ଟ୍ରର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସୱେରେ ଆଜି ଭୋରରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍ ପଲଟି ଯାଇ ସେଥିରେ ନିଆଁ ଲାଗି ଯିବାରୁ ଅନ୍ୟୁନ ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ସରକାରୀ ଭାବେ ମିଳିଥିବା ତଥ୍ୟ ମୁତାବକ, ପୁନେ ଅଭିମୁଖେ ଯାଉଥିବା ବସ୍ ରେ ପ୍ରାୟ ୩୩ ଜଣ ଯାତ୍ରୀ ଥିଲେ । ଭୋର ସମୟରେ ସମସ୍ତେ ଶୋଇପଡି ଥିଲେ । ଏହି ଏକ୍ସପ୍ରେସୱେର ବୁଲଧାନା ନିକଟରେ ଚକା ଫାଟି ବସ୍ ଟି ଗୋଟିଏ ପୋଲରେ ପିଟି ହେବା ସହ ଲେଉଟି ପଡିଥିଲା ଏବଂ ଡିଜେଲ ଟାଙ୍କିରେ ନିଆଁ ଲାଗି ଯାଇଥିଲା । ଯାତ୍ରୀମାନେ ଯେଉଁ ରାସ୍ତାରେ ଦେଇ ବସ୍ ରୁ ଅବତରଣ କରିଥାନ୍ତି ସେହି ପଟ ଆଡକୁ ବସ୍ ଟି ଓଲଟି ଥିବାରୁ କୌଣସି ଯାତ୍ରୀ ବାହାରକୁ ବାହାରିପାରି ନଥିଲେ । ଟାୟାର ଫାଟି ଏଭଳି ଏକ ଦୁଃଖଦ ଘଟଣା ଘଟିଲା ବୋଲି ଜିବନ୍ତ ଅବସ୍ଥାରେ ବର୍ତ୍ତି ଯାଇଥିବା ବସ୍ ଡ୍ରାଇଭର ପୁଲିସକୁ କହିଛି । ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଜୀବନ୍ତଦଗ୍ଧ ହୋଇଥିବା ବେଳେ ୮ଜଣଙ୍କ ଅବସ୍ଥା ଗୁରୁତର ରହିିଛି । ସମସ୍ତ ଆହତଙ୍କୁ ପୁଲିସ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଡ୍ରାଇଭରଙ୍କୁ ଅଟକ ରଖା ଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ସଂପର୍କରେ ତଦନ୍ତ ଚାଲିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ମୃତ ଯାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବା ହେଉଛି ପ୍ରାଥମିକତା ବୋଲି ବୁଲଧାନା ଏସପି ସୁନିଲ କାଦସାନେ କହିଛନ୍ତି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି । ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ସେ କହିଛନ୍ତି, ୨୫ ବସ୍ ଯାତ୍ରୀଙ୍କ ଶରୀର ସଂପୃର୍ଣ୍ଣ ଜଳିଯାଇଥିବା ଦୃଷ୍ଟିରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟସାଧ୍ୟ ହେବ । ତଥାପି, ଆବଶ୍ୟକ ପଡିଲେ ଡିଏନଏ ପରୀକ୍ଷା କରାଯାଇ ସମସ୍ତଙ୍କୁ ଚିହ୍ନଟ କରାଯିବ । ମୁଖ୍ୟମନ୍ତ୍ରୀ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଫଡନାଭିସ ଆଜି ଘଟଣାସ୍ଥଳ ପରିଦର୍ଶନ କରି ବୁଳଧାନା ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଭବିଷ୍ୟତରେ ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ଏକ୍ସପ୍ରେସୱେରେ ସ୍ମାର୍ଟ ସିଷ୍ଟମ ବ୍ୟବସ୍ଥା କରାଯିବ, ଯାହାକି ବସ୍ ର ବେଗକୁ ନେଇ ଚାଳକଙ୍କୁ ସତର୍କ କରାଇ ପାରିବ । ତେବେ, ତାହା କରିବା ସମୟ ସାପେକ୍ଷ ବୋଲି ଉପ ମୁଖ୍ୟମନ୍ତ୍ରୀ ଫଡନାଭିସ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS